କାଳୀପୂଜା ପାଇଁ ପ୍ରସ୍ତୁତି ବୈଠକ
·1 year ago

ଅର୍ଗସ ବ୍ୟୁରୋ: ବ୍ୟାସନଗରର ଗଣପର୍ବ କାଳୀପୂଜା ପାଇଁ ଯାଜପୁର ରୋଡ ପୋଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି। କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଯାଜପୁର ରୋଡ ଏସଡିପିଓ, ବ୍ୟାସନଗର ତହସିଲଦାର ଓ ପୌର ପରିଷଦର ସମସ୍ତ କାଉନସିଲର ମାନେ ଉପସ୍ଥିତ ହୋଇ ମା' ଶ୍ୟାମାକାଳୀଙ୍କ ପୂଜାର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ।
ଏହି ବୈଠକରେ ଟ୍ରାଫିକ, ବିଦ୍ୟୁତ, ପାନୀୟ ଜଳ, ରାସ୍ତା ଓ ପରିମଳ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ୧୭ଟି ପୂଜା କମିଟିର ସଭାପତି,ସମ୍ପାଦକ ଓ କର୍ମକର୍ତ୍ତା ଉପସ୍ଥିତ ରହି ପୂଜା ସମୟରେ ଦେଖା ଦେଉଥିବା ନିଜ ନିଜ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: