Videos
|
Odisha

ସିଦ୍ଧବଳଦେବ ଜୀଉଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

Ritu Das
Browse all articles by Ritu Das
·2 years ago·1 min read
ସିଦ୍ଧବଳଦେବ ଜୀଉଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଅର୍ଗସ ବ୍ୟୁରୋ: ଶ୍ରୀଶ୍ରୀ ସିଦ୍ଧ ବଳଦେବ ଜୀଉଙ୍କ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ମୁନିସିପାଲିଟି ଟାଉନ୍‌ହଲ୍‌ଠାରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। 

କେନ୍ଦ୍ରାପଡ଼ାର ଆରାଧ୍ୟ ଦେବ ଶ୍ରୀ ସିଦ୍ଧ ବଳଦେବ ଜୀଉଙ୍କ ରଥଯାତ୍ରାକୁ ସୁଚାରୁରୂପେ ପରିଚାଳନା ପାଇଁ ଜିଲ୍ଲାର ସମସ୍ତ ବୁଦ୍ଧିଜୀବୀ, ଟ୍ରଷ୍ଟ ବୋର୍ଡ଼ କର୍ମକର୍ତା, ସେବାୟତ, ଶାନ୍ତି କମିଟିର ସଦସ୍ୟ, ଜନସାଧାରଣ ତଥା ବିଭିନ୍ନ ବିଭାଗର ସହଯୋଗ କାମନା କରିଥିଲେ ଜିଲ୍ଲାପାଳ। 

ଏହି ବୈଠକ ରେ କେନ୍ଦ୍ରାପଡ଼ାର ମାନ୍ୟବର ବିଧାୟକ ଗଣେଶ୍ୱର ବେହେରା, ରାଜନଗରର ମାନ୍ୟବର ବିଧାୟକ ଧ୍ରୁବଚରଣ ସାହୁ, ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ,  ଉପଜିଲ୍ଲାପାଳ ତଥା ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ରବୀନ୍ଦ୍ର କୁମାର ପ୍ରଧାନ, ଏସ୍‌ଡିପିଓ ଦେବେନ୍ଦ୍ର କୁମାର ମଲ୍ଲିକ, କେନ୍ଦ୍ରାପଡ଼ା ପୌର ପରିଷଦର ଅଧ୍ୟକ୍ଷା ସରିତା ସାହୁ, କେନ୍ଦ୍ରାପଡ଼ା ତହସିଲଦାର ତାପସ କୁମାର ଦେହୁରୀ, ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା, ଦେବୋତ୍ତର ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Preparation meeting | Argus News