Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାରୁ ହେଲା ଦେଶ ସୁରକ୍ଷାର ରୋଡମ୍ୟାପ୍ ପ୍ରସ୍ତୁତି

Ritu Das
Browse all articles by Ritu Das
·1 year ago·1 min read
ଓଡ଼ିଶାରୁ ହେଲା ଦେଶ ସୁରକ୍ଷାର ରୋଡମ୍ୟାପ୍ ପ୍ରସ୍ତୁତି

ଅର୍ଗସ ବ୍ୟୁରୋ: ସ୍ମାର୍ଟ ହୁଅ ।  ଟେକନୋଲୋଜି ବ୍ୟବହାରରେ ପାରଙ୍ଗମ ହୁଅ। ତିନିଦିନିଆ ଡିଜି ସମ୍ମିଳନୀରେ ସବୁ ରାଜ୍ୟର ଶୀର୍ଷ ପୋଲିସ ପଦାଧୀକାରୀଙ୍କୁ କିଛି ଏଭଳି ଟିପ୍ସ ଦେଇଛନ୍ତି ପଧାନମନ୍ତ୍ରୀ। ବ୍ୟବସ୍ଥାକୁ ଦେଖି ରଣନୀତି, ଯତ୍ନଶୀଳ ଓ ନିର୍ଭରଯୋଗ୍ୟ ହେବା ସହ ସ୍ବଚ୍ଛ ହେବା ଲାଗି  ଆହ୍ବାନ ଦେଇଛନ୍ତି ମୋଦି। ସମ୍ମିଳନୀର
ତୃତୀୟ ଦିନରେ ଆତଙ୍କବାଦ ମୁକାବିଲା, ମାଓ ଦମନ ସହ ଉପକୂଳ ସୁରକ୍ଷା ନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି। ତଳ ସ୍ତରର ପୋଲିସ ଅଧିକାରୀଙ୍କ ଚାପ କମାଇବା ପାଇଁ ଟେକ୍ନୋଲୋଜି ବ୍ୟବହାର ଉପରେ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

3 ଦିନର ସମ୍ମିଳନୀ ଭିତରେ ସ୍ମାର୍ଟ ପୋଲିସିଂ ବ୍ୟବସ୍ଥା ଉପରେ ପ୍ରଧାନମନ୍ତ୍ରୀ ଦେଇଛନ୍ତି ଜୋର। ଡିଜିଟାଲ୍ ଠକେଇ, ସାଇବର ଅପରାଧକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପିଏମ। ସମ୍ପ୍ରତି ବଢୁଥିବା ସାଇବର ଅପରାଧ ରୋକିବାକୁ ଆର୍ଟିଫିସିଆଲ ଇଣ୍ଟେଲଜେନ୍ସର ଉପଯୋଗ କରିବା ସହ ହ୍ୟାକିଂ ରୋକିବାକୁ ଜାତୀୟ ପୁଲିସ ହ୍ୟାକାଥନ ଆପଣାଇବାକୁ କହିଛନ୍ତି ମୋଦି। ବିକଶିତ ଭାରତକୁ ଦୃଷ୍ଟିରେ ରଖି ପୁଲିସ ବ୍ୟବସ୍ଥାର ଆଧୁନିକୀକରଣ କରିବା ଦିଗରେ ପିଏମ ଗୁରୁତ୍ବାରୋପ କରିଛନ୍ତି। 

ରାଜ୍ୟରେ ଏବେ ସାଇବର ଅପରାଧ ଉପର ମୁହାଁ। ବିଧାନସଭାର ତଥ୍ୟ କହୁଛି ଗତ 3 ବର୍ଷରେ ସାଇବର ଠକ 125 କୋଟି ଟଙ୍କା ଲୁଟ୍ କରିଛନ୍ତି। ତେବେ ଫେରସ୍ତ ହୋଇପାରିଛି ମାତ୍ର 2 କୋଟି 52 ଲକ୍ଷ ଟଙ୍କା। 6 ହଜାର 368ଟି ମାମଲାରେ 1388 ଜଣଙ୍କୁ ଗିରଫ କରାଯାଇଛି। ସେପରି ଗତ 10 ବର୍ଷ ରେ 123 ମାଓବାଦୀଙ୍କୁ ନିପାତ କରାଯାଇଥିବା ବେଳେ ମାଓ ମୁକ୍ତ ଆଡକୁ ଅଗ୍ରସର ହେଉଛି ଓଡିଶା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Preparation of | Argus News