Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦୁର୍ଗାଙ୍କ ବିଦାୟ ପରେ ଧରାବତରଣ କରିବେ ମା' ଧନାଦାତ୍ରୀ

Odisha

ଦୁର୍ଗାଙ୍କ ବିଦାୟ ପରେ ଧରାବତରଣ କରିବେ ମା' ଧନାଦାତ୍ରୀ

Smruti Parija
Browse all articles by Smruti Parija
·1 year ago·2 min read
ଦୁର୍ଗାଙ୍କ ବିଦାୟ ପରେ ଧରାବତରଣ କରିବେ ମା' ଧନାଦାତ୍ରୀ

ଢେଙ୍କାନାଳ: ସରିଲା ଦୂର୍ଗତିନାସିନୀ ମା ଦୂର୍ଗାଙ୍କ ପୂଜା । ଦୂର୍ଗାଙ୍କ ବିଦାୟ ପରେ ଧରାବତରଣ କରିବେ ମା' ଧନାଦାତ୍ରୀ । ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ହେଲାଣି ଢ଼େଙ୍କାନାଳ ସହର । ସହର ସାରା ଖେଳି ଗଲାଣି ଗଜଲକ୍ଷ୍ମୀ ପୂଜାର ମହକ । ଚଳିତ ଥର ଧୁମ୍ ଧାମରେ ହେବାକୁ ଥିବା ଗଜଲକ୍ଷ୍ମୀ ପୂଜାକୁ ନେଇ ଉତ୍କଣ୍ଠା ଓ ଉତ୍ସାହର ସହ ଅପେକ୍ଷାରେ ଢେ଼ଙ୍କାନାଳବାସୀ । ସୁଉଚ୍ଚ ତୋରଣ ସାଂଗକୁ ରଙ୍ଗୀନ ଆଲୋକ ମାଳାରେ ଝଳସିବ ପୁରା ସହର । ପୂଜାର ପ୍ରସ୍ତୁତି ନେଇ ଲାଗି ପଡିଲେଣି କର୍ମକର୍ତ୍ତା । ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହୋଇ  ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଚାଲିବ ମା'ଙ୍କ ଆରାଧନା । ମୋଟ ୩୮ ଟି ପୂଜା ମଣ୍ଡପରେ ବୈଦିକ ରୀତିନୀତିରେ ପୂଜା ପାଇବେ ମା' ଧନଦାତ୍ରୀ । 

ଢ଼େଙ୍କାନାଳର ଗଜଲକ୍ଷ୍ମୀ ପୂଜାର ରାଜ୍ୟ ତଥା ରାଜ୍ୟ ବାହାରେ ବେଶ୍ ପ୍ରସିଦ୍ଧି ଲାଭ କରିଛି । ଚଳିତ ଥର ଆଡମ୍ବର ସହ ଧୁମଧାମରେରେ ପାଳିତ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ଏ ନେଇ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଯାହାକୁ ନେଇ ବେଶ ଖୁସି ଅଛନ୍ତି ଢ଼େଙ୍କାନାଳବାସୀ ।

ପୂର୍ବ ବର୍ଷ ଭଳି ମୀନା ବଜାର, ରାତିରେ ମେଢ଼ ବୁଲା, ଚଟ ପଟା ଖାଦ୍ୟ ସାଙ୍ଗକୁ ରାମ ଦୋଳି, ମୌତ କା କୁଆ ର ମଜା ନେଇପାରିବେ ଶ୍ରଦ୍ଧାଳୁ । ହସ୍ତ କଳା,ହସ୍ତ ଶିଳ୍ପକୁ ଦୁଷ୍ଟି ଆଗରେ ରଖାଯାଇ ଏଥର ମହିଷା ପାଟ ପଡିଆରେ ପଲିଶ୍ରୀ ମେଳାର ଆୟୋଜନ କରାଯାଉଛି । ଦୁଇ ଶହରୁ ଉର୍ଦ୍ଧ୍ବ ଷ୍ଟଲ୍ କରାଯିବାର ସୂଚନା ରହିଛି । କିଛି ପୂଜା ମଣ୍ଡପ ଚଳିତ ଥର ହୀରକ ଜୟନ୍ତୀ ପାଳନ କରୁଥିବାରୁ କମିଟି ଗୁଡିକ ପକ୍ଷରୁ ସ୍ଵତ୍ତନ୍ତ୍ର ସାଂସ୍କତିକ କାର୍ଯ୍ୟକ୍ରମର ଆଯୋୟୋନ କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
preparation-on-fullswing-for-gajalaxmi-puja-at-dhenkanal | Argus News