Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଡିସେମ୍ବର 4 ନୌସେନା ଦିବସ ପାଇଁ ପୁରୀରେ ପ୍ରସ୍ତୁତି ଜୋରଦାର

Odisha

ଡିସେମ୍ବର 4 ନୌସେନା ଦିବସ ପାଇଁ ପୁରୀରେ ପ୍ରସ୍ତୁତି ଜୋରଦାର

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଡିସେମ୍ବର 4 ନୌସେନା ଦିବସ ପାଇଁ ପୁରୀରେ ପ୍ରସ୍ତୁତି ଜୋରଦାର

Key Points

  • ଡିସେମ୍ବର 4 ନୌସେନା ଦିବସ ପାଇଁ ପୁରୀରେ ପ୍ରସ୍ତୁତି ଜୋରଦାର
  • ବେଳାଭୂମିରେ ପହଞ୍ଚିଲେ ଭାରତୀୟ ସ୍ଥଳସେନାର 8ଟି ଯୁଦ୍ଧ ଟ୍ୟାଙ୍କର
  • ବ୍ଲୁ ଫ୍ଲାଗ୍ ବିଚରେ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ଏନକ୍ଲୋଜର
  • ପୁରୀ ଉପକୂଳମୁହାଁ ନୌସେନାର ଯୁଦ୍ଧ ଜାହାଜ
  • ସମୁଦ୍ରରେ କୌଶଳ ଦେଖାଇବେ 24 ଯୁଦ୍ଧପୋତ ଓ 40 ଯୁଦ୍ଧ ବିମାନ
  • ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ 7,500 ଅତିଥିଙ୍କୁ ସ୍ବାଗତ ପାଇଁ ଚାଲିଛି ତୟାରି

ଅର୍ଗସ ବ୍ୟୁରୋ : ମଝିରେ ଆଉ ମାତ୍ର ଛଅ ଦିନ। ଡିସେମ୍ବର 4 ତାରିଖରେ ପୁରୀରେ ଦେଖିବାକୁ ମିଳିବ ଭାରତୀୟ ନୌସେନାର ସୁପର ସୋ। ଅଦ୍ଭୁତ ସାହସିକ ପ୍ରଦର୍ଶନ ମାଧ୍ୟମରେ ଲୋକଙ୍କୁ ରୋମାଞ୍ଚିତ କରିବେ ଭାରତୀୟ ନୌବୀର । ଏଥିପାଇଁ ପୁରୀ ଉପକୂଳରେ ଚାଲିଛି ଜୋରଦାର ପ୍ରସ୍ତୁତି। ନୌସେନାର ଯୁଦ୍ଧ ଜାହାଜ ପୁରୀ ଉପକୂଳ ମୁହାଁ ହୋଇଥିବାବେଳେ ସ୍ଥଳ ସେନାର ଆଠଟି ଯୁଦ୍ଧ ଟ୍ୟାଙ୍କର ବି ବେଳାଭୂମିରେ ପହଞ୍ଚିଛି । ବିଏମ୍ ପି ନାମକ ଏହି ଟ୍ୟାଙ୍କର ବି ପ୍ରଦର୍ଶନରେ ସାମିଲ ହେବ। ବ୍ଲୁ ଫ୍ଲାଗ ବିଚ୍ ରେ ସ୍ବତନ୍ତ୍ର ଏନ୍ କ୍ଲୋଜର ପ୍ରସ୍ତୁତ ରହିଛି । ପ୍ରଥମ ଥର ଓଡ଼ିଶା ଉପକୂଳରେ ପାଳିତ ହେବ ନୌସେନା ଦିବସ। ନୌସେନାର ୨୪ଟି ଯୁଦ୍ଧ ପୋତ ଏବଂ ୪୦ଟି ଏୟାର କ୍ରାଫ୍ଟ ଯୁଦ୍ଧ କୌଶଳର ପ୍ରଦର୍ଶନ କରିବେ। ନୌସେନା ଅପରେସନାଲ ଡେମୋ ଦେଖାଇବ ।

ଏୟାର କ୍ରାଫ୍ଟ କ୍ୟାରିଅର, ଫିଗେଟସ, ଡେଷ୍ଟ୍ରୟର ଭଳି ଅତ୍ୟାଧୁନିକ ଯୁଦ୍ଧ ଜାହାଜ ଅଫ୍ ଡେମୋ ଶୋ ଦେଖାଇବେ। ଏଥିସହ ଲେଜର ଶୋର ବି ଆୟୋଜନ କରାଯାଇଛି।
ନୌସେନା ଦିବସ ସମାରୋହରେ ସାମିଲ ହେବେ ତିନି ସେନା ମୁଖ୍ୟ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ବି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମହାମହିମଙ୍କ ଗସ୍ତ ପାଇଁ ପୁରୀ ତାଳବଣିଆରେ ୪ ଟି ଏବଂ ସମଙ୍ଗରେ ସାତଟି ଅସ୍ଥାୟୀ ହେଲିପ୍ୟାଡ କରାଯାଇଛି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟ ଭିଭିଆଇପିଙ୍କ ପାଇଁ ମଞ୍ଚ ପ୍ରସ୍ତୁତ କରାଯାଉଛି । ଏଥିସହ ନୌସେନାର ବରିଷ୍ଠ ପଦାଧୀକାରୀ, ଦେଶ ଓ ରାଜ୍ୟର ବିଶିଷ୍ଠ ବ୍ୟକ୍ତି ବିଶେଷଙ୍କ ବସିବା ପାଇଁ ବି ସ୍ବତନ୍ତ୍ର ଚେୟାର ବିଛା ହେଉଛି । କାର୍ଯ୍ୟକ୍ରମରେ ମୋଟ ସାଢ଼େ ସାତ ହଜାର ଅତିଥି ଯୋଗଦେବେ। ଡିସେମ୍ବର ୪ରେ ବ୍ଲୁ ଫ୍ଲାଗ ବିଚ୍ ହେବ ନୋ ମ୍ୟାନସ୍ ଲ୍ୟାଣ୍ଡ। ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ କଣ୍ଟ୍ରୋଲ ୟୁନିଟ ବି ପ୍ରସ୍ତୁତ ରହିଛି ।  ବ୍ୟାରିକେଡ ବନ୍ଧା ହେବା ସହ ପେଣ୍ଠକଟାରୁ ଲାଇଟ୍ ହାଉସ ଯାଏଁ ପୁରୀ ବେଳାଭୂମିକୁ ସୁସଜ୍ଜିତ କରିବାରେ ଦିନରାତି ଏକ କରି ଲାଗିଛନ୍ତି କାରିଗର। 

ନୌସେନା ଦିବସ ପାଇଁ ଗୁରୁବାରଠାରୁ ପୁରୀରେ ଲାଗୁ କରାଯିବ ବିଭିନ୍ନ କଟକଣା ।  ହରିହର ଛକ ଠାରୁ ୟୁଥ୍ ହଷ୍ଟେଲ ମଧ୍ୟରେ ନୋ ଭେହିକିଲ୍ ଜୋନ ଘୋଷଣା କରାଯାଇଥିବା ବେଳେ ବେଳାଭୂମି ରାସ୍ତାରେ ୪୦ଟି ପ୍ରବେଶ ପଥରେ ଯାଞ୍ଚ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଶୃଙ୍ଖଳିତ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ଵ ଦିଆଯାଉଛି। ସ୍ଵର୍ଗଦ୍ଵାର ଯିବା ପାଇଁ ଶବ ଗାଡ଼ି ସାଙ୍ଗରେ ମାତ୍ର ଗୋଟିଏ ଗାଡ଼ି ଯିବାକୁ ଅନୁମତି ରହିଛି । ୨୮ ତାରିଖରୁ ଏୟାର ସୋ କାର୍ଯ୍ୟକ୍ରମ ଶେଷ  ଅର୍ଥାତ ଡିସେମ୍ବର ୪ ତାରିଖ ସଂଧ୍ୟା ଯାଏଁ ଏହି କଟକଣା ରହିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Painting
Sponsored
Preparations are in full swing in Puri for December 4 Navy Day | Argus News