Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମ୍ଭାବ୍ୟ ବାତ୍ୟା 'ଦାନା'ର ପ୍ରଭାବରେ ପୁରୀରେ ପ୍ରସ୍ତୁତି ଜୋରଦାର

Ritu Das
Browse all articles by Ritu Das
·1 year ago·2 min read
ସମ୍ଭାବ୍ୟ ବାତ୍ୟା 'ଦାନା'ର ପ୍ରଭାବରେ ପୁରୀରେ ପ୍ରସ୍ତୁତି ଜୋରଦାର

ଅର୍ଗସ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା 'ଦାନା' ର ପ୍ରଭାବରେ ପୁରୀ ଜିଲ୍ଲା ପ୍ରଭାବିତ ହେବା ନେଇ ଆଶଙ୍କା ରହିଥିବା ହେତୁ ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତି ନେଇ ଘନଘନ ବୈଠକ ହେଉଛି। ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭର୍ଚୁଆଲ ମାଧ୍ୟମରେ ପ୍ରଶାସନିକ ସ୍ତରରେ ପ୍ରସ୍ତୁତିର ସମୀକ୍ଷା କରିଥିବାବେଳେ ଜିରୋ କାଜୁଆଲଟି ଓ କମ କ୍ଷୟକ୍ଷତି ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ଥିବା ସମସ୍ତ ବିଡିଓ, ତହସିଲଦାର ତଥା ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ସତର୍କ ରହିବା ପାଇଁ କୁହାଯାଇଥିବାବେଳେ ପର୍ଯ୍ୟାପ୍ତ ମାତ୍ରାରେ ଶୁଖିଲା ଖାଦ୍ୟ, ମେଡିସିନ, ଗୋଖାଦ୍ୟ ଓ ଅତିଆବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। 

 ସେହିପରି ସମସ୍ତ ଅଧିକାରୀ ମାନଙ୍କ ଛୁଟି ବାତିଲ୍ କରାଯାଇଥିବା ବେଳେ ଆସନ୍ତା କାଲିଠାରୁ ୩ ଦିନ ପର୍ଯ୍ୟନ୍ତ ସମସ୍ତ ସ୍କୁଲ କଲେଜ ଛୁଟି ନେଇ ଘୋଷଣା କରାଯାଇଛି। ବିଶେଷ କରି ଏହି ସମୟରେ ବାହାର ପର୍ଯ୍ୟଟକ ମାନେ ପୁରୀକୁ ନ ଆସିବା ପାଇଁ ପ୍ରସାଶନ ପକ୍ଷରୁ ନିବେଦନ କରାଯାଇଥିବାବେଳେ ପୁରୀରେ ରହିଥିବା ପର୍ଯ୍ୟଟକ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ନେଇ ହୋଟେଲ ଆସୋସିଏସନ ଓ ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି l 

ବାତ୍ୟା ନେଇ ସମୁଦ୍ର ଅଶାନ୍ତ ରହିବା ସହ ପ୍ରବଳ ବେଗରେ ପବନ ବହିବାର ସମ୍ଭାବନାକୁ ନଜରରେ ରଖି ସମୁଦ୍ର ଭିତରକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। ଏ ନେଇ ବ୍ୟାପକ ଜନସଚେତନତା ମତ୍ସ୍ୟ ବିଭାଗ ପକ୍ଷରୁ କରାଯାଉଥିବା ବେଳେ ଆବଶ୍ୟକ ସ୍ଥଳେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ନେଇ ପ୍ରସ୍ତୁତି କରାଯାଇଛି। ତେବେ ଗତକାଲି ସନ୍ଧ୍ୟା ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀ ମାନେ ସୁରକ୍ଷିତ ଭାବେ ସମୁଦ୍ରରୁ  ପ୍ରତ୍ୟାବର୍ତ୍ତନ କରିଥିବା ବିଭାଗ ପକ୍ଷରୁ କୁହାଯାଇଥିବା ବେଳେ ସମ୍ଭାବ୍ୟ ବାତ୍ୟାକୁ ନେଇ ବିଭାଗୀୟ ଅଧିକାରୀ ମାନେ ପୁରୀ ପେଣ୍ଠକଟା, ନୋଳିଆ ବସ୍ତି ଅଞ୍ଚଳରେ କ୍ୟାମ୍ପ କରିଥିବା ଜଣାପଡିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ବାତ୍ୟାକୁ ଦୃଷ୍ଟିରେ ରଖି ସମୁଦ୍ର ସ୍ନାନ ଉପରେ ଟିକନିକ ନଜର ରଖିଛନ୍ତି ଲାଇଫଗାର୍ଡ। ବିପଦ ସଙ୍କେତ ସ୍ଥାନରେ ନାଲି ପତାକା ମାରି ଡାକବାଜି ଯନ୍ତ୍ର ଦ୍ବାରା ପର୍ଯ୍ୟଟକ ମାନଙ୍କୁ ମଧ୍ୟ ଲାଇଫଗାର୍ଡ ମାନେ ସଚେତନ କରୁଥିବା ଦେଖିବାକୁ ମିଳିଛି।  ଅନ୍ୟପଟେ ପ୍ରତ୍ୟକଟି ବାତ୍ୟାର ପ୍ରଭାବରେ ପୁରୀର ଦୁଇଟି ସର୍ବବୃହତ୍ତ ବସ୍ତି ଯଥା ବଳିଆପଣ୍ଡା ଓ ପେଣ୍ଠକଟା କ୍ଷତିଗ୍ରସ୍ତ ହେଉଥିବା ବେଳେ ବସ୍ତିବାସୀନ୍ଦାଙ୍କ ଉପରେ ଏହା ସିଧାସଳଖ ପ୍ରଭାବ ପକାଇଥାଏ। ତେଣୁ ସେମାନଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରିବାକୁ ପ୍ରଶାସନକୁ ଅନୁରୋଧ କରାଯାଇଛି। ବାତ୍ୟାକୁ ନେଇ ପୁରୀରେ ଭୟର ବାତାବରଣ ଦେଖାଯାଇଥିବା ବେଳେ ସମସ୍ତଙ୍କୁ ସତର୍କ ଓ ଭୟଭୀତ ନ ହେବାକୁ ପ୍ରଶାସନ ତରଫରୁ କୁହାଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
Preparations are | Argus News