|
logo
Live

Argus News -   ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି

Odisha

  ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି

Manini Pattanayak
Browse all articles by Manini Pattanayak
·1 year ago·2 min read
  ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର:  ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଆଉ ଏକ ଇତିହାସର ସାକ୍ଷୀ ହେବାକୁ ଯାଉଛି ଅନେକ ଇତିହାସର ସାକ୍ଷୀ ଥିବା ଭୁବନେଶ୍ବରର ଜନତା ମଇଦାନ । 24 ବର୍ଷ ପରେ ଶପଥ ନେବେ ଓଡ଼ିଆ କହୁଥିବା ମୁଖ୍ୟମନ୍ତ୍ରୀ । 24 ମହାଲଢ଼େଇରେ ଥିଲା ପ୍ରଚାରର ସବୁଠାରୁ ବଡ଼ ପ୍ରସଙ୍ଗ ଥିଲା- ଓଡ଼ିଆ ନା ବାହାରିଆ ।... 
 ଭବ୍ୟ...ଐତିହାସିକ...ଚିରସ୍ମରଣୀୟ । ରାଜଧାନୀର ସବୁଠୁ ବଡ ପଡିଆରେ ହେବ, ସବୁଠାରୁ ବଡ ଶପଥ ଗ୍ରହଣ ଉତ୍ସବ । ଆସନ୍ତା ୧୦ ତାରିଖ ଦିନ ଜନତା ମଇଦାନରେ ଶପଥ ନେବେ ଓଡିଶାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଶପଥ ନେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । ୨୪ ନିର୍ବାଚନରେ ବିଜେପିକୁ ମିଳିଛି ସଂଖ୍ୟା ଗରିଷ୍ଠତା ଓଡ଼ିଶାରେ ପ୍ରଥମ ଥର ପାଇଁ ସରକାର ଗଢିବ ବିଜେପି । ଜନତା ମୈଦାନରେ ହେବ ଲକ୍ଷାଧିକ ଜନ ସମାଗମ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ଅମିତ ଶାହ , ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ମଡା ଧ୍ୟ ଯୋଗ ଦେଇପାରନ୍ତି । ସେହିପରି ଅନେକ କେନ୍ଦ୍ର ମନ୍ତ୍ରୀ ମାନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସମାଜର ପ୍ରତିଷ୍ଠିତ ବ୍ୟକ୍ତି ମାନେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ । ଗୋଟିଏ ମୁଖ୍ୟ ମଞ୍ଚ ସମେତ ତିନୋଟି ବିଶାଳ ଟେଣ୍ଟରେ ବିଜେପି ନେତା କାର୍ଯ୍ୟକର୍ତ୍ତା ଏବଂ ସାଧାରଣ ଜନତା ମଧ୍ୟ ଏହି ଶପଥ ଗ୍ରହଣ ଉତ୍ସବର ସାକ୍ଷୀ ହେବେ ।  ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି କମିଶନରେଟ ପୋଲିସ । ଏବେ ଠାରୁ ଜନତା ମଇଦାନରେ ନିୟୋଜିତ ହେଲେଣି ପୋଲିସ । ବମ୍ ସ୍କ୍ଵାଡ, ଡଗ୍ ସ୍କ୍ଵାଡ ପୁରା ପଡିଆକୁ ନୀରିକ୍ଷଣ କରିବେ । ଭିଭିଆଇପିଙ୍କ ସମେତ ଲକ୍ଷାଧିକ ଲୋକଙ୍କ ସମାଗମ ହେବାକୁ ଥିବାରୁ ଟ୍ରାଫିକ ଏବଂ ପାର୍କିଂ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଉଛି । 
ଖୁବଶୀଘ୍ର ଓଡ଼ିଶାରେ ଜଣେ ଓଡ଼ିଆ ମୁଖ୍ୟମନ୍ତ୍ରୀ ହେବେ । ବିଜେପିର ପାର୍ଲିଆମେଣ୍ଟାରୀ ବୋର୍ଡ ବୈଠକରେ ଚୂଡାନ୍ତ ହେବା ପରେ ଘୋଷଣା ହେବ ମୁଖ୍ୟମନ୍ତ୍ରୀଙ୍କ ନାଁ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
  ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି | Argus News