ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଇଁ ଚାଲିଛି ପ୍ରସ୍ତୁତି, ଉତ୍ସାହିତ ରାଜ୍ୟ ବିଜେପି ନେତା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ଜନତା ମୈଦାନରେ ବିଜେପିର ଭବ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଲକ୍ଷାଧିକ କାର୍ଯ୍ୟକର୍ତ୍ତା ଓ ସାଧାରଣ ଲୋକ ଯୋଗଦେବେ। ବିଜେପି ଟିମ ସହ ଭୁବନେଶ୍ୱର ଡିସିପି ଜନତା ମୈଦାନରେ ପହଂଚି ପ୍ରସ୍ତୁତି ତଦାରଖ କରିଛନ୍ତି। ଦୀର୍ଘବର୍ଷର ଅପେକ୍ଷା ପରେ ପ୍ରଥମ ଥର ସରକାର ଗଡିବାକୁ ଯାଉଥିବାରୁ ରାଜ୍ୟ ବିଜେପି ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ : ମୋଦିଙ୍କ ଭବିଷ୍ୟବାଣି ହେଲା ସାକାର, ଓଡ଼ିଶାରେ ପ୍ରଥମଥର ହେବ ବିଜେପି ସରକାର
ତେବେ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ସମସ୍ତଙ୍କ ମଧ୍ୟରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏହାକୁ ନେଇ ବିଜେପି ସଭାପତି ମନମୋହନ ସାମଲ, ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ସାମଲ କହିଛନ୍ତି, ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କରାଯିବ । ଏବଂ ଆଗାମୀ ୧୦ ତାରିଖରେ ସେ ଶପଥ ଗ୍ରହଣ କରିବେ । ଜଣେ ଓଡିଆ ପୁଅ ଯିଏ ଓଡିଆ ସ୍ପଷ୍ଟ ଭାବେ ଉଚ୍ଚାରଣ କରି ପାରୁଥିବେ , ଓଡିଆ ବୁଝି ପାରୁଥିବେ ସେଭଳି ଜଣେ ମୁଖ୍ୟମନ୍ତ୍ରୀ ହେବେ ବୋଲି ସେମାନେ ମତାମତ ରଖିଛନ୍ତି ।