Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୋଟ ଗଣତି ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

Ritu Das
Browse all articles by Ritu Das
·2 years ago·2 min read
ଭୋଟ ଗଣତି ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ଅର୍ଗସ ବ୍ୟୁରୋ: ଆସନ୍ତା ୪ ତାରିଖରେ ବୌଦ୍ଧ ଜିଲ୍ଲାରେ କନ୍ଧମାଳ ସଂସଦୀୟ କ୍ଷେତ୍ର, ବୌଦ୍ଧ ବିଧାନ ସଭା ଓ କଣ୍ଟାମାଳ ବିଧାନସଭା ପାଇଁ  ଭୋଟ ଗଣତି ହେବାକୁଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟ ଗଣତି ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳଙ୍କ ସଦଭାବନା ଗୃହଠାରେ ଜିଲାପାଳ ଜେ.ସୋନାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ  ଭୋଟ ଗଣତି ଯେପରି ଶାନ୍ତି ଶୃଙ୍ଖଳାରେ ହୋଇପାରିବ ସେ ନେଇ ଆଲୋଚନା ହୋଇଥିଲା । ଜିଲ୍ଲାପାଳ ଜେ ସୋନାଲ  ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀମାନଙ୍କୁ ପୁର୍ବରୁ ମକଡ୍ରିଲ କରି ସଠିକ ଭାବେ ଭୋଟ୍ ଗଣତି କାର୍ଯ୍ୟ ତୁଲାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। 

ସ୍ୱାସ୍ଥ୍ୟ ବିଭାଗ ତରଫରୁ ମୋବାଇଲ ଆମ୍ବୁଲାନସ ଟିମ, ଫାଷ୍ଟଏଡ ଟିମ, ଡାକ୍ତର ଏବଂ କର୍ମଚାରୀ ମାନଙ୍କୁ ପ୍ରସ୍ତୁତ ରଖିବାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଅଗ୍ନିଶମ ବିଭାଗକୁ ନିରାପତ୍ତା ସାର୍ଟିଫିକେଟ ସହ ଅଗ୍ନିଶମ ଗାଡି ଓ କର୍ମଚାରୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ନିରନ୍ତର ବିଦ୍ୟୁତ ସରବରାହ ଜାରି ରଖିବା ସହିତ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ବିଦ୍ୟୁତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ପୂର୍ତ୍ତବିଭାଗ ପକ୍ଷରୁ ବ୍ୟାରିକେଡ ବ୍ୟବସ୍ଥା  ଜୁନ ୧ ତାରିଖ ପୁର୍ବରୁ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଭୋଟ ଗଣତି କାର୍ଯ୍ୟ ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିବାହୀ ଅଧିକାରୀ ଓ ବୌଦ୍ଧ ବିଡିଓଙ୍କୁ  ଶ୍ରମିକ ଯୋଗାଇଦେବାକୁ ଓ ସେମାନଙ୍କୁ ପରିଚୟପତ୍ର ଯୋଗାଇଦେବାକୁ  ନିର୍ଦ୍ଦେଶ ଦେଇଥିଲେ । ଜଳ ପରିମଳ ବିଭାଗ ପକ୍ଷରୁ  ପାନୀୟଜଳ ବ୍ୟବସ୍ଥା , ଅସ୍ଥାୟୀ ଶୌଚାଳୟ ସହିତ ସଫେଇ କର୍ମଚାରୀମାନଙ୍କୁ ପରିଚୟପତ୍ର ସହିତ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । 

ଏଥିସହିତ ନିରନ୍ତର ଇଣ୍ଟରନେଟ ସେବା ଯୋଗାଇଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାସହିତ ଦୁଇଜଣ ଡେପୁଟି କଲେକ୍ଟରଙ୍କୁ ଏଥିପାଇଁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ବୈଠକରେ ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ, ଅତିରିକ୍ତ ଜିଲାପାଳ ଦିଲିପ କୁମାର ମହାପାତ୍ର, ଉପଜିଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଡେପୁଟି କଲେକ୍ଟର (ନିର୍ବାଚନ) ଶାଶ୍ୱତ ପ୍ରଧାନ, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦାର ଓ ସମସ୍ତ ବିଡିଓ, ତହସିଲଦାର, ଅତିରିକ୍ତ ତହସିଲଦାର  ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ । ଜିଲ୍ଲାରେ ଭୋଟ ଗଣତି କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବାକୁ ଜିଲାପାଳ ଶ୍ରୀ ସୋନାଲ ସମସ୍ତଙ୍କର ସହଯୋଗ କାମନା କରିଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Preparatory meeting | Argus News