Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିମ୍ ମରାମତି ପାଇଁ ଡିଜାଇନ ପ୍ରସ୍ତୁତ କର - ହାଇକୋର୍ଟ

Smruti Parija
Browse all articles by Smruti Parija
·2 years ago
ବିମ୍ ମରାମତି ପାଇଁ ଡିଜାଇନ ପ୍ରସ୍ତୁତ କର - ହାଇକୋର୍ଟ

କଟକ: ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ମାମଲା । ୧୯ ଡିସେମ୍ବରରୁ ୨୧ ଡିସେମ୍ବର ମଧ୍ୟରେ ବୈଠକ କରି ନାଟମଣ୍ଡପ ବିମ ମରାମତିକୁ ଡିଜାଇନ ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନାଟମଣ୍ଡପ ବିମ୍ ମରାମତି ପାଇଁ ଆବଶ୍ୟକ ସାମଗ୍ରୀ ପାଇଁ ଟେଣ୍ଡର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । 

ଆସନ୍ତା ଜାନୁଆରୀ ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ । ତେବେ ଜାନୁଆରୀ ୧୮ ସୁଧା ନାଟମଣ୍ଡପ ବିମ୍ ମରାମତି ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ଆମିକସ କ୍ୟୁରିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆବେଦନକାରୀ ଅଭିଷେକ ଦାସ ଓ ଦିଲ୍ଲୀପ ମହାପାତ୍ରଙ୍କ ପକ୍ଷରୁ ଦାଖଲ ଆବେଦନ ଉପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prepare design for repair of-natamandap- beams said- High Court | Argus News