Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବାଦାମପାହାଡରୁ ନୂଆ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କଲେ ରାଷ୍ଟ୍ରପତି

Odisha

ବାଦାମପାହାଡରୁ ନୂଆ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କଲେ ରାଷ୍ଟ୍ରପତି

Smruti Parija
Browse all articles by Smruti Parija
·2 years ago·1 min read
ବାଦାମପାହାଡରୁ ନୂଆ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କଲେ ରାଷ୍ଟ୍ରପତି

ଅର୍ଗସ ବ୍ୟୁରୋ:  ବାଦାମପାହାଡ଼ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୩ଟି ନୂଆ ଏକ୍ସପ୍ରେସ୍ ଟ୍ରେନ ଚଳାଚଳର ଶୁଭାରମ୍ଭ କଲେ ମହାମହିମ । ଟାଟା ନଗର ବାଦାମପାହାଡ଼ ମେମୁ ଟ୍ରେନ୍, ବାଦାମପାହାଡ଼-ରାଉରକେଲା ଏକ୍ସପ୍ରେସ୍ ଓ ସାଲିମାର-ବାଦାମପାହାଡ଼ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । 

କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ କରି କହିଛନ୍ତି ଗୋଟିଏ ଅଞ୍ଚଳର ଉନ୍ନତି ସେ ଅଞ୍ଚଳର ଯୋଗାଯୋଗ ଉପରେ ନିର୍ଭର କରେ । ରାଜ୍ୟମାନଙ୍କର ଉନ୍ନତି ପାଇଁ କେନ୍ଦ୍ର ସରକାର ସବୁବେଳେ ଚେଷ୍ଟା ଜାରି ରଖିଛନ୍ତି । ଜନ୍ମମାଟି ସବୁବେଳେ ପ୍ରିୟ, ଜନ୍ମମାଟିର ମମତା ଭୂଲି ହେବନି । ମୟୂରଭଞ୍ଜବାସୀଙ୍କ ବହୁ ଦିନର ସ୍ୱପ୍ନ ପୂରଣ କରିଥିବାରୁ ରେଳ ବିଭାଗକୁ ଧନ୍ୟବାଦ । କେନ୍ଦ୍ରସରାକର ଆଦିବାସୀଙ୍କ ସଂସ୍କୃତି ପରମ୍ପରାକୁ ଗୁରୁତ୍ୱ ଦେଇଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି । 

ଏଥିସହ ବାଦାମପାହାଡ଼ରୁ ଟ୍ରେନରେ ଛୋଟ ପିଲାଙ୍କ ସହ ରାଇରଙ୍ଗପୁର ରେଳ ଷ୍ଟେସନ ୪୦ ମିନିଟର ଯାତ୍ରା କରିବେ ରାଷ୍ଟ୍ରପତି । କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ଅଛନ୍ତି ରାଜ୍ୟପାଳ ରଘୁବର ଦାସ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
President Draupadi Murmu at Badampaharad. His Majesty inaugurated the operation of 3 new express trains. Tata City Badampahad Memu Train, Badampahad-Rourkela Express and Salimar-Badampahad Express have been flagged off. | Argus News