Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ତୃତୀୟ ଥର ପାଇଁ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Odisha

ତୃତୀୟ ଥର ପାଇଁ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Ritu Das
Browse all articles by Ritu Das
·1 year ago·2 min read
ତୃତୀୟ ଥର ପାଇଁ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଅର୍ଗସ ବ୍ୟୁରୋ: ତୃତୀୟ ଥର ପାଇଁ ମୟୂରଭଞ୍ଜ ଜିଲ୍ଲାକୁ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ। ଏଥି ପାଇଁ ଅଞ୍ଚଳ ବାସୀ ବେଶ ଖୁସି।  ଆଜି 6 ତାରିଖରେ ମୟୂରଭଞ୍ଜ ଜିଲ୍ଲାକୁ ତୃତୀୟ ଥର ପାଇଁ ଆସୁଛନ୍ତି। ଆଜି ପ୍ରଥମେ ରାଇରଙ୍ଗପୁର ରଙ୍ଗାମାଟିଆ ଅସ୍ଥାୟୀ ହେଲିପ୍ୟାଡରେ ଆସି 11.05ରେ ପହଞ୍ଚିବା ପରେ ଉପରବେଡା ସରକାରୀ ଉପ୍ରା ବିଦ୍ୟାଳୟର କାର୍ଯ୍ୟକ୍ରମ ଯୋଗ ଦେଲେ ମହା ମହିମ  ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ , ମହା ମହିମଙ୍କୁ ସ୍ଵାଗତ କରିବା ପାଇଁ  ରଙ୍ଗମାଟିଆ ଅସ୍ଥାୟୀ ହେଲିପ୍ୟାଡରେ ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ବିଭାଗ ମନ୍ତ୍ରୀ ଶ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ଓ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝି ଉପସ୍ଥିତ ରହି ରାଷ୍ଟ୍ରପତି ଙ୍କୁ ସ୍ଵାଗତ କରିଥଲେ, ଏହାପରେ କମଳା ବିମଳା ଉଚ୍ଚ ବିଦ୍ୟାଳୟ ର କାର୍ଯ୍ୟକ୍ରମରେ ଯୋଗ ଦେଇ ଉପରବେଡା ସ୍ଥିତ ନିଜ ଘରେ ପହଞ୍ଚି ଥିଲେ ରାଷ୍ଟ୍ରପତି ମହୋଦୟା, ଆସିବା ବାଟରେ ମହାମହିମଙ୍କ ସ୍ବାଗତ ପାଇଁ ଉପରବେଡା ଗାଁ ର ବିଭିନ୍ନ ସ୍ଥାନରେ ଆଦିବାସୀ ବାଜା ଢୋଲ ବଜାଇ   ନୃତ୍ୟ ର ସହିତ ସ୍ବାଗତ କରି ବନ୍ଦାପନା କରି ଥିଲେ ଉପରବେଡା ଗ୍ରାମ ର ମହିଳା ମାନେ , ଶେଷରେ ମହାମହିମ ନିଜର ପ୍ରୋଟକୋଲକୁ ଭାଙ୍ଗି ନିଜେ ଯାଇ ନୃତ୍ୟ କରୁଥିବା ଆଦିବାସୀ ଭଉଣୀ ମାନଙ୍କ ସହ ନୃତ୍ୟ କରି ଥିଲେ। 

ତେବେ ମହାମହିମଙ୍କୁ ସାକ୍ଷାତ କରିବା ପାଇଁ ଜାତୀୟ କଂଗ୍ରେସ ଦଳର  ବରିଷ୍ଠ ନେତା ସୂର ରାଉତରାୟ ମଧ୍ୟ ରାଷ୍ଟ୍ରପତିଙ୍କ ଜନ୍ମ ସ୍ଥାନ ଉପରବେଡା  ସ୍ଥିତ ବାସ ଭବନ ନିକଟରେ  ଫୁଲ୍ ତୋଡା ସହ ପାଇକ ମାନଙ୍କ ଖଣ୍ଡା ଓ ଜଗନ୍ନାଥଙ୍କ ଫଟୋ ଚିତ୍ର ଧରି ଅପେକ୍ଷା କରି ଥିବାର ନଜରକୁ ଆସିଥିଲେ,ତେବେ ନିଜ ଜନ୍ମ ମାଟି ରେ ନିଜ ପରିବାର ଲୋକଙ୍କୁ ଭେଟି ଥିଲେ, ପୁଣି କିଛି ସମୟ ନିଜ ଜନ୍ମମାଟି ରେ ଅତିବାହିତ କଲା ପରେ ସେ ରାଇରଙ୍ଗପୁର ସ୍ଥିତ ମହୁଲଡିହା ନିଜ ବାସ ଭବନ ରେ ଦିପହର ର ଖାଦ୍ୟ ଖାଇବା ପରେ 3.10ରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର କାର୍ଯ୍ୟକ୍ରମ ରେ ଯୋଗ ଦେଇ ସେଠାରେ ଗୋଟିଏ ଆମ୍ବୁଲାନ୍ସ ଏବଂ ସ୍ବର୍ଗରଥର ଶୁଭାରମ୍ଭ କରିବା ପରେ ଅପରାହ୍ନ ସମୟରେ ମହିଳା ମହାବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗ ଦେଲେ  ରାଷ୍ଟ୍ରପତି।  

ମହିଳା ମହାବିଦ୍ୟାଳୟର କାର୍ଯ୍ୟକ୍ରମ ଶେଷ ହେବା ପରେ ରଘୁନାଥ ମୁର୍ମୁ ଛକ ନିକଟରେ ଥିବା ପୁର୍ଣେଶ୍ବର ଶିବ ମନ୍ଦିରରେ ଆରତୀ କରି ରାଷ୍ଟ୍ରପତି  ଶ୍ରୀମତି ଦ୍ରୋପଦୀ ମୁର୍ମୁ। ଏହା ପରେ ରାତିରେ ନିଜ ଘରେ ପରିବାର ଲୋକଙ୍କ ସହ ଓ ବନ୍ଧୁ ବାନ୍ଧବୀଙ୍କ ସହ ଭେଟିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ଙ୍କ ସୁରକ୍ଷା କଡ଼ା କଡି ଭାବେ କରାଯାଉଛି, ରାଇରଙ୍ଗପୁର ରେ ସର୍ବ ମୋଟ 40 ପ୍ଲାଟୁନ ଫୋର୍ସ ସୁରକ୍ଷା ପାଇଁ ମୁତୟନ କରାଯାଇଥିବା ସୂଚନା ଦେଇଛନ୍ତି ଡିଆଇଜି ସତ୍ୟଜିତ ନାୟକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus Whatsapp Channel Mobile Top
Sponsored
President Draupadi | Argus News