Videos
|
Odisha

ମହାପ୍ରଭୁଙ୍କ ପାଖେ ନତମସ୍ତକ ଦେଶର ପ୍ରଥମ ନାଗରିକ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମହାପ୍ରଭୁଙ୍କ ପାଖେ ନତମସ୍ତକ ଦେଶର ପ୍ରଥମ ନାଗରିକ

ଅର୍ଗସ ବ୍ୟୁରୋ:  ସାରା ବିଶ୍ବ ଦେଖିଲା ଓଡ଼ିଆ ଅସ୍ମିତା, ସ୍ବାଭିମାନ ଓ ପରିଚୟର ଦୃଶ୍ୟ । ମହାପ୍ରଭୁଙ୍କ ପାଖେ ନତମସ୍ତକ ଦେଶର ପ୍ରଥମ ନାଗରିକ । ପୁରୀ ଯାଇ ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ସାମିଲ୍ ହେଲେ ରାଷ୍ଟ୍ରପତି। ଗୋଟି ଗୋଟି କରି ତିନି ରଥପାଖକୁ ଗଲେ, ରଥାରୂଢ଼ କାଳିଆ ସାଆନ୍ତ, ମା ସୁଭଦ୍ରା ଓ ବଳଭଦ୍ରଙ୍କ ଦର୍ଶନ କଲେ ଆଶିଷ ଲାଭ କଲେ । ସମ୍ମୁଖରେ ଭାବର ଠାକୁରୁଙ୍କୁ ଦେଖି ଭାବବିହ୍ବଳ ହୋଇଉଠିଲେ ମହାମହିମ । ଜଗା ଆଗରେ ଟେକିଦେଲେ ଦୁଇ ହାତ । ଭକ୍ତିଭାବରେ ଆଣ୍ଠୁ ମାଡ଼ି ଯୋଡହସ୍ତରେ ପ୍ରଣାମ କଲେ।

ଦୁର୍ଲଭ ଦର୍ଶନ, ଖାସ୍ ରଥଯାତ୍ରାରେ ସାମିଲ ହେବା ପାଇଁ ଦିଲ୍ଲୀରୁ ଛୁଟି ଆସିଛନ୍ତି ରାଷ୍ଟ୍ରପତି। ରଥଯାତ୍ରାରେ ସମ୍ମାନିତ ଅତିଥି। ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରରେ ସକାଳେ ପୁରୀରେ ପହଞ୍ଚିଲେ । କଡ଼ା ସୁରକ୍ଷା ବଳୟରେ ରାଜଭବନ ଗଲେ। ଅପରାହ୍ନରେ ମଞ୍ଚକୁ ଆସି ଜନତା ଜନାର୍ଦ୍ଦନଙ୍କୁ ଅଭିବାଦନ ଜଣାଇଥିଲେ ମହାମହିମ । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ବସ୍ତ୍ର, ଆର୍ଶୀବାଦ, ଅଧର ମାଳ ଓ ନାକଚଣା ଦେଇ ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ ସେବାୟତ । ରଥଯାତ୍ରା ଅବସରରେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀରେ କରାଯାଇଛି କଡ଼ା ସୁରକ୍ଷା ବ୍ୟବସ୍ଥା। ମହାମହିମଙ୍କ ଗସ୍ତ ରୁଟକୁ ନୋ ଫ୍ଲାଇଙ୍ଗ ଜୋନ୍‌ କରାଯିବା ସହ ରାସ୍ତା ସିଲ୍ କରାଯାଇଛି । ରୁଫ୍ ଟପ୍ ସାର୍ପ ସୁଟର ସ୍ନାଇପର୍ ନିୟୋଜିତ ହୋଇଛନ୍ତି । ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ଘୋଷଯାତ୍ରା ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି । ମହାପର୍ବ ଅବସରରେ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
President Draupadi Murmu took part in the rath yatra | Argus News