Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଐତିହାସିକ ଉଦୟଗିରି ଗୁମ୍ଫା ବୁଲିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଐତିହାସିକ ଉଦୟଗିରି ଗୁମ୍ଫା ବୁଲିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଅର୍ଗସ ବ୍ୟୁରୋ : ଐତିହାସିକ ଉଦୟଗିରି ଗୁମ୍ଫା ବୁଲିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପରେ  ବିକେ ଆର୍ଟ  ସମେତ ସଂସ୍କୃତ ମହାବିଦ୍ୟଳୟର  ଛାତ୍ରଛାତ୍ରୀ ମାନଙ୍କୁ କଲେ ସମ୍ବୋଧିତ । ସମ୍ବୋଧନରେ ନିଜ ଛାତ୍ରୀ ଜୀବନର  ଅନୁଭୁତି ସ୍ମୃତିଚାରଣ କଲେ ରାଷ୍ଟ୍ରପତି । ପରେ  । ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହିତ ଛାତ୍ରଛାତ୍ରୀ ଆଣିଥିବା ଉପହାରକୁ  କଲେ ଗ୍ରହଣ । କାର୍ଯ୍ୟକ୍ରମ ଶେଷରେ ରାଜଭବନ ଫେରିଗଲେ ରାଷ୍ଟ୍ରପତି ।

ଅଧିକ ପଢନ୍ତୁ : ଆଜି ଭୋରରୁ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ମର୍ଣ୍ଣିଂ ୱାକ୍ କଲେ ରାଷ୍ଟ୍ରପତି

 ଆଜି ଭୋରରୁ ମହାମହିମ ରାଷ୍ଟ୍ରପତି ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ମର୍ଣ୍ଣିଂ ୱାକ୍ କରିଥିଲେ । କଡା ସୁରକ୍ଷା ମଧ୍ୟରେ ରାଷ୍ଟ୍ରପତି ବେଳାଭୂମିରେ କିଛି ସମୟ ଅତିବାହିତ କରିବା ପରେ ରାଜଭବନ ଅଭିମୁଖେ ଯାଇଥିଲେ । ବେଳାଭୂମିରେ ପ୍ରାତଃଭ୍ରମଣ ପରେ ବେଶ ଖୁସି ଅନୁଭବ କରିଛନ୍ତି ରାଷ୍ଟ୍ରପତି । ଏନେଇ ରାଷ୍ଟ୍ରପତି କହିଛନ୍ତି ପୃଥିବୀରେ ଏପରି ଅନେକ ସ୍ଥାନ ରହିଛି, ଯାହା ସଂସ୍ପର୍ଶରେ ଆସିଲେ ଆମେ ଜୀବନର ଅର୍ଥ ବୁଝିପାରୁ । ବଣ-ପାହାଡ଼, ନଦ-ନଦୀ ଓ ସାଗର-ବେଳାର ସମାହାର ଏହି ଯେଉଁ ପ୍ରକୃତି, ଆମେ ତା’ର ଅଂଶବିଶେଷ ବୋଲି ଆମର ହୃଦବୋଧ ହୁଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
President Draupadi Murmu toured the historic Udayagiri Caves | Argus News