Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Odisha

ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଅର୍ଗସ ବ୍ୟୁରୋ :  ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରତ୍ୟେକ ଓଡିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ରାଜ୍ୟର ସମୃଦ୍ଧି ନିମନ୍ତେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି, ଓଡିଶା ତାର ବିପୁଳ ପ୍ରାକୃତିକ ସମ୍ପଦ ଏବଂ ତାର ସଂସ୍କୃତି, ଐତିହ୍ୟ ପାଇଁ ଖୁବ ପରିଚିତ । ଯେକୌଣସି ବି ପରିସ୍ଥିତି ହେଉନା କାହିଁକି ସବୁ ପରିସ୍ଥିତିର ସାମ୍ନା କରିବା ସହ ଦେଶର ବିକାଶରେ ଖୁବ ବଡ ଅବଦାନ ଓଡିଶାର ରହିଛି । ଅନେକ ଆଧୁନିକ ନିର୍ମାତା ଓଡିଶାରୁ ଜନ୍ମ ହେଇଛନ୍ତି । ଓଡିଶାର ଆହୁରି ସଫଳତା ପାଇଁ ସେଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଅଧିକ ପଢନ୍ତୁ : କେଡେ ସୁନ୍ଦର ରାଇଜ ମୋର,କେଡେ ମିଠା ମୋ ଭାଷା...ଓଡିଶା...ମୋ ଓଡିଶା...

ଆଜି ଉତ୍କଳ ଦିବସକୁ ପୁରିଛି ୮୮ ବର୍ଷ । ୧୯୩୬ ଏପ୍ରିଲ ୧ ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ବିଦିତ ଏକ ଅବିସ୍ମରଣୀୟ ତାରିଖ । ଯାହାକୁ ନେଇ ନିଜକୁ ଗର୍ବିତ ଅନୁଭବ କରନ୍ତି ପ୍ରତ୍ୟେକ ଓଡ଼ିଆ । ଯେଉଁ ଦିନ ଭାଷା ଭିତ୍ତିରେ ଗଠନ ହୋଇଥିଲା ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ । ଯେଉଁମାନଙ୍କର ଅଦମ୍ୟ ସାଧନା, ପ୍ରଚେଷ୍ଟା ଲାଗି ଓଡ଼ିଶା ଭାଷା ଭିତ୍ତିରେ ସ୍ବତନ୍ତ୍ର ପରିଚୟ ପାଇପାରିଛି ସେମାନଙ୍କୁ ଆଜି ସମସ୍ତେ ମନେ ପକାଉଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
President Draupadi Murmu wishes on utkal divas | Argus News