Droupadi Murmu / ୬ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ଗୋଟିଏ ଦିନରେ ଯିବେ ୩ ଜିଲ୍ଲା
·2 months ago·2 min read

Key Points
ମଙ୍ଗଳବାର ଅପରାହ୍ଣରେ ପୁରୀ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୪ ତାରିଖ ବୁଧବାର ଦିନ ସକାଳେ ଶ୍ଵେତଗଙ୍ଗା ପୁଷ୍କରିଣୀରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ ।
ଭୁବନେଶ୍ଵର: ଭୁବନେଶ୍ଵରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସ୍ଵାଗତ କରିଛନ୍ତି । ବିମାନବନ୍ଦରରୁ ରାଷ୍ଟ୍ରପତି ସିଧାସଳଖ ରାଜଭବନ ଯାଇଥିବା ବେଳେ ସେଠାରେ ରାତ୍ରୀଯାପନ କରିବେ ।
ଆସନ୍ତାକାଲି (ମଙ୍ଗଳବାର) ଅପରାହ୍ଣରେ ପୁରୀ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୪ ତାରିଖ ବୁଧବାର ଦିନ ସକାଳେ ଶ୍ଵେତଗଙ୍ଗା ପୁଷ୍କରିଣୀରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ । ଶ୍ଵେତଗଙ୍ଗା ପୁଷ୍କରିଣୀରେ ରାଷ୍ଟ୍ରପତି ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପାଇଁ କାର୍ଯ୍ୟକ୍ରମ ଥିବାରୁ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି କରାଯାଇଛି ।
ଏଥିସହ ପଢ଼ନ୍ତୁ: ସଡ଼କ ପଥ ଦେଇ ଯିବାକୁ ସ୍ଥିର କରିଥିଲେ ଅଜିତ ପାୱାର; ରାତିରେ କେମିତି ବଦଳିଲା ପ୍ଲାନ୍ ?
କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବୈଠକ କରି ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ଵରେ ରହିବେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ । ପୁରୀ ସହରକୁ ସିସିଟିଭିରେ ନଜର ରଖାଯିବ ।
ହେଲିପ୍ୟାଡ ଠାରୁ ଲୋକଭବନ, ଲୋକଭବନ ଠାରୁ ଶ୍ଵେତଗଙ୍ଗା ଏବଂ ଶ୍ରୀମନ୍ଦିର ପର୍ଯ୍ୟନ୍ତ ରାସ୍ତାକୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯିବ । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ସମୟରେ ଟ୍ରାଫିକ୍ କଟକଣା ରହିବ ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ ।
ଏଥିସହ ପଢ଼ନ୍ତୁ: ସରକାରଙ୍କ ବଡ଼ ଘୋଷଣା: ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ଆସନ୍ତାକାଲି ସବୁ ସ୍କୁଲ ଛୁଟି
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଦୁଇ ଜିଲ୍ଲାରେ ୭୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ହେବେ । ବାଲେଶ୍ୱରରେ ୩୦ ପ୍ଲାଟୁନ ଫୋର୍ସ ଓ ମୟୂରଭଞ୍ଜରେ ମୁତୟନ ହେବେ ୪୦ ପ୍ଲାଟୁନରୁ ଅଧିକ ଫୋର୍ସ । ଦାୟିତ୍ଵରେ ୬ ଜଣ ଏସ୍ପି ପାହ୍ୟାର ଅଧିକାରୀ ରହିବେ ।
ରାଷ୍ଟ୍ରପତି ୩ ତାରିଖରେ ବାଲେଶ୍ୱର ଓ ୪, ୫, ୬ରେ ମୟୂରଭଞ୍ଜ ଗସ୍ତରେ ରହିବେ । ଆସନ୍ତକାଲି ପ୍ରଥମ ପର୍ଯ୍ୟାୟରେ ଫକୀର ମୋହନ ବିଶ୍ଵବିଦ୍ୟାଳୟ ଯିବେ ରାଷ୍ଟ୍ରପତି । ଦୁଇଟି ଜିଲ୍ଲାରେ ବ୍ଲୁ ବୁକ୍ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଯାଜପୁରରେ ବି ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । କାଲି ଯାଜପୁରରେ ରାଷ୍ଟ୍ରପତି ମା ବିରଜାଙ୍କ ଦର୍ଶନ କରିବା ସହ ପିଣ୍ଡଦାନ କରିବାର କାର୍ଯ୍ୟକ୍ରମ ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories