President Arrives / ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି: ଆଉ କିଛି ସମୟ ପରେ ଫେରିଯିବେ ଦିଲ୍ଲୀ
·1 hour ago·2 min read

Key Points
ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି
ବ୍ରହ୍ମପୁର ଗସ୍ତ ସାରି ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି। ବ୍ରହ୍ମପୁର ଗସ୍ତ ସାରି ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୩ ଦିନିଆ ଓଡ଼ିଶା ଗସ୍ତ ସାରି ଆଜି ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି । ଷ୍ଟ୍ରେସନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୂଚନାନୁସାରେ, ଗତକାଲି ଭୁବନେଶ୍ବରରୁ ବ୍ରହ୍ମପୁରକୁ ସ୍ୱତନ୍ତ୍ର 'ସେଲୋନ୍ ଟ୍ରେନ'ରେ ଯାତ୍ରା କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତପ୍ତପାଣିରେ ଆଦିବାସୀ ସମ୍ପ୍ରଦାୟର ଆରାଧ୍ୟ ମା' କନ୍ଧୁଣୀ ଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ। ମନ୍ଦିର ପରିସରରେ ବାବା ନୀଳକଣ୍ଠେଶ୍ୱରଙ୍କୁ ଦର୍ଶନ କରିଥିଲେ। ପ୍ରୋଟୋକଲ୍ ଭାଙ୍ଗି ପିଲାଙ୍କୁ ଚକୋଲେଟ୍ ବାଣ୍ଟିଥିଲେ ରାଷ୍ଟ୍ରପତି ।''
ବ୍ରହ୍ମପୁର ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ରାଷ୍ଟ୍ରପତି ପହଞ୍ଚିବା ପରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ଏକାଧିକ ମନ୍ତ୍ରୀ, ସ୍ଥାନୀୟ ସାଂସଦ, ବିଧାୟକ ଓ ପ୍ରଶାସକମାନେ ସେଠାରେ ଉପସ୍ଥିତ ଥିଲେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ସହ ସୁନ୍ଦର ସାଜସଜ୍ଜା ଏବଂ ପରିଷ୍କାର-ପରିଚ୍ଛନ୍ନତାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଗଞ୍ଜାମର ସମୃଦ୍ଧ ଲୋକକଳା ଓ ସାଂସ୍କୃତିକ ପରମ୍ପରାର ଝଲକ ସ୍ୱରୂପ ବ୍ୟାଘ୍ର ନୃତ୍ୟ, ସଂକୀର୍ତ୍ତନ, ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା । ବ୍ରହ୍ମପୁର ରେଳଷ୍ଟେସନରେ ସ୍ୱଳ୍ପ ସମୟ ଅବସ୍ଥାନ ପରେ ତପ୍ତପାଣି ଅଭିମୁଖେ ଯାତ୍ରା କରିଥିଲେ ରାଷ୍ଟ୍ରପତି ।''
ଏଥିସହ ପଢ଼ନ୍ତୁ: ଭୁବନେଶ୍ବରରୁ ବ୍ରହ୍ମପୁର ରାଷ୍ଟ୍ରପତିଙ୍କ ରେଳଯାତ୍ରା, ତପ୍ତପାଣିରେ ମା' କନ୍ଧୁଣୀ ଦେବୀଙ୍କୁ କଲେ ପୂଜାର୍ଚ୍ଚନା
ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅନ୍ତର୍ଗତ ଟି. ଗୋବିନ୍ଦପୁର ଗ୍ରାମପଞ୍ଚାୟରେ ତପ୍ତପାଣି ଉଷ୍ମପ୍ରସବଣ । ଏହି ପରିସରରେ କେଉଁ ଆବାହମାନ କାଳରୁ ପୂଜା ପାଇ ଆସୁଛନ୍ତି ମା' କନ୍ଧୁଣୀ ଦେବୀ । ଆଦିବାସୀ ସମ୍ପ୍ରଦାୟର ଆରାଧ୍ୟ ମା' କନ୍ଧୁଣୀ ଦେବୀଙ୍କ ପୀଠରେ ଦେଶର ପ୍ରଥମ ନାଗରିକ ପହଞ୍ଚିବା ପରେ ପାରମ୍ପରିକ ନାଚ ଗୀତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଉଛ୍ବସିତ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ସ୍ଥାନୀୟ କଳାକାର । ଏହି ସମୟରେ ବି ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ଥିଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସ୍ବତନ୍ତ୍ର ଟ୍ରେନ୍ ଯୋଗେ ଆସି ବ୍ରହ୍ମପୁରରେ ଓହ୍ଲାଇବା ପରେ ସଡ଼କ ପଥରେ ଦୀର୍ଘ ରାସ୍ତା ଅତିକ୍ରମ କରି ଏହି ପର୍ଯ୍ୟଟନ କ୍ଷେତ୍ରରେ ପହଞ୍ଚିଥିଲେ ରାଷ୍ଟ୍ରପତି ।''
ଆଜି ବ୍ରହ୍ମପୁରରୁ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି। ଆଉ ମାତ୍ର କିଛି ସମୟ ପରେ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି। ଯାହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।''
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories