Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମା' କୀଚକେଶ୍ଵରୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବେ ମହାମହିମ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମା' କୀଚକେଶ୍ଵରୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବେ ମହାମହିମ

ଅର୍ଗସ ବ୍ୟୁରୋ: ମୟୂରଭଞ୍ଜରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜିଠୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୪ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି । ମୟୂରଭଞ୍ଜ, କେନ୍ଦୁଝର, କଟକ, ଭୁବନେଶ୍ବର, ବ୍ରହ୍ମପୁର ଓ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ପ୍ରଥମେ ଖିଚିଂ ସ୍ଥିତ ମା' କୀଚକେଶ୍ଵରୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବେ ମହାମହିମ ।

ମନ୍ଦିର କମିଟି ପକ୍ଷରୁ ୨୦୨୩ ମସିହା ଡିସେମ୍ବର ୨୮ ତାରିଖରେ ଇ-ମେଲ ଯୋଗେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରାଯାଇଥିଲା । ଅନୁରୋଧ ରଖିଥିବାରୁ ରାଷ୍ଟ୍ରପତିଙ୍କ ଆଗମନକୁ ଅତ୍ୟନ୍ତ ଉତ୍ସାହ ସହକାରେ ଅପେକ୍ଷାରେ ରହିଛନ୍ତି ଅଞ୍ଚଳବାସୀ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୫୦ଜଣ ପୋଲିସ ଅଧିକାରୀ ସମେତ ୨୩ପ୍ଲାଟୁନ ସୁରକ୍ଷା ବଳ ନିୟୋଜିତ ହୋଇଛନ୍ତି । ମା' କିଚକେଶ୍ବରୀଙ୍କ ଦର୍ଶନ ପରେ ଅପରାହ୍ନ ୪.୩୦ ମିନିଟରେ ରାଇରଙ୍ଗପୁର ଦାଣ୍ଡବୋଷ ସ୍ଥିତ ହେଲିପ୍ୟାଡରେ ଅବତରଣ କରିବେ ମହାମହିମ ।  ରାଇରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ବରେ ହେବାକୁ ଥିବା "ହଲି ଡେ ହୋମ"ର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ମହାମହିମ । ଆସନ୍ତାକାଲି ରାଷ୍ଟ୍ରପତିଙ୍କ କେନ୍ଦୁଝର ଗସ୍ତ କାର୍ଯ୍ୟକ୍ରମ ରହିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
president droupadi murmu in mayurbhanj | Argus News