Droupadi Murmu / ରାଷ୍ଟ୍ରପତିଙ୍କ ବ୍ରହ୍ମପୁର ଗସ୍ତ; ପ୍ରସ୍ତୁତ ଦିଲ୍ଲୀରୁ ଆସିଥିବା ସ୍ଵତନ୍ତ୍ର ଟ୍ରେନ୍
·1 month ago·2 min read

Key Points
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବ୍ରହ୍ମପୁର ଯିବେ
ଭୁବନେଶ୍ୱରରୁ ସ୍ଵତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁର ପହଞ୍ଚିବେ
ସ୍ବତନ୍ତ୍ର ଟ୍ରେନ୍କୁ ଆଗ ପଛ ହୋଇ ଏସ୍କର୍ଟ କରିବ ୨ଟି ଟ୍ରେନ୍
ଭୁବନେଶ୍ୱର ଓ ବ୍ରହ୍ମପୁର ରେଳଷ୍ଟେସନ ପୋଲିସ ଛାଉଣୀ

ବ୍ରହ୍ମପୁର: ତିନି ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବ୍ରହ୍ମପୁର ଯିବେ । ଭୁବନେଶ୍ୱର ରେଳ ଷ୍ଟେସନରୁ ସ୍ଵତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବେ ରାଷ୍ଟ୍ରପତି । ଏଥିପାଇଁ ସମସ୍ତ ପୂର୍ବ ପ୍ରସ୍ତୁତି ଶେଷ ହୋଇଛି । ବ୍ଲୁ-ବୁକ୍ ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଯାଇଛି ।
ସକାଳ ୮ଟା ୪୫ରେ ଭୁବନେଶ୍ବର ରେଳ ଷ୍ଟେସନରେ ପହଞ୍ଚିବେ ରାଷ୍ଟ୍ରପତି । ‘ସ୍ପେଶାଲ ସାଲୁନ୍’ ଟ୍ରେନ୍ରେ ସକାଳ ୯ଟାରେ ବ୍ରହ୍ମପୁର ଅଭିମୁଖେ ବାହାରିବେ । ଏହି ସ୍ଵତନ୍ତ୍ର ଟ୍ରେନ୍କୁ ଆଗ ପଛ ହୋଇ ୨ଟି ଟ୍ରେନ୍ ଏସ୍କର୍ଟ କରିବ । ସେହି ଟ୍ରାକ୍ରେ ଅନ୍ୟ କୌଣସି ଟ୍ରେନ୍ ଯିବ ନାହିଁ ।
ଏଥିସହ ପଢ଼ନ୍ତୁ: ଟ୍ରେନ୍ରେ ବ୍ରହ୍ମପୁର ଯିବେ ରାଷ୍ଟ୍ରପତି, କେମିତି ରହିବ ସୁରକ୍ଷା ବ୍ୟବସ୍ଥା ?
ଭୁବନେଶ୍ୱର ଓ ବ୍ରହ୍ମପୁର ରେଳଷ୍ଟେସନକୁ ପୋଲିସ ଛାଉଣୀ କରାଯାଇଛି । ଦୁଇଟି ଷ୍ଟେସନରେ ବମ୍ ସ୍କ୍ଵାର୍ଡ ଓ ସନ୍ଧାନୀ କୁକୁର ସଜାଗ ରହିବେ । ସାଧାରଣ ଯାତ୍ରୀଙ୍କ ପାଇଁ ଅଲଗା ଏଣ୍ଟ୍ରି ପଏଣ୍ଟ ବ୍ୟବସ୍ଥା ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାଷ୍ଟ୍ରପତିଙ୍କ ଟ୍ରେନ୍ ଯାତ୍ରା ସମୟରେ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଆପଣାଯିବ । ଟ୍ରେନ୍ରେ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଆରପିଏଫ୍, ଜିଆରପି ସହ ସ୍ଥାନୀୟ ପୋଲିସ ରହିବେ ।
ରାଷ୍ଟ୍ରପତିଙ୍କ ଟ୍ରେନ୍ ଯାତ୍ରା ଆରମ୍ଭର ୩ ଘଣ୍ଟା ପୂର୍ବରୁ ଭୁବନେଶ୍ଵର ଷ୍ଟେସନର ୧ ଓ ୨ ନମ୍ବର ପ୍ଲାଟଫର୍ମକୁ ବନ୍ଦ କରି ଦିଆଯିବ । ଏହି ସମୟରେ ସମସ୍ତ ଟ୍ରେନ୍ ୩, ୪, ୫ ଓ ୬ ନମ୍ବର ପ୍ଲାଟଫର୍ମ ଦେଇ ଯିବା ଆସିବା କରିବ । ଭୁବନେଶ୍ଵର ଓ ବ୍ରହ୍ମପୁର ଷ୍ଟେସନ ସହ ଏହା ମଝିରେ ଥିବା ଅନ୍ୟ ଷ୍ଟେସନରେ ମଧ୍ୟ ସୁରକ୍ଷା କର୍ମୀ ମୁତୟନ ରହିବେ ।
ରାଷ୍ଟ୍ରପତି ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବା ପରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଲୋକକଳା ଦଳ ପକ୍ଷରୁ ସାଂସ୍କୃତିକ ପରିବେଷଣ କରାଯିବ । ଏହାପରେ ରାଷ୍ଟ୍ରପତି ସଡ଼କ ପଥରେ କାର୍ ଯୋଗେ ତପ୍ତପାଣି ଅଭିମୁଖେ ଗସ୍ତ କରିବେ ।
ଏଥିସହ ପଢ଼ନ୍ତୁ: ଜଗଦଗୁରୁ କୃପାଳୁ ବିଶ୍ଵବିଦ୍ୟାଳୟ ଉଦଘାଟିତ; ବିକଶିତ ଭାରତ ଗଠନ ପାଇଁ ରାଷ୍ଟ୍ରପତିଙ୍କ ଆହ୍ଵାନ
ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତୀର୍ଥସ୍ଥଳୀ ତପ୍ତପାଣିରେ ମା’ କନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିର ଦର୍ଶନ କରିବେ । ସେଠାରେ ଆଳତି କରିବେ ରାଷ୍ଟ୍ରପତି । ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗଞ୍ଜାମ ଜିଲ୍ଲାପାଳଙ୍କ ସହ ADG ସଂଜୀବ ପଣ୍ଡା କାରକେଡ୍ ସହ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ।
ଗୋପାଳପୁରରେ ରାତ୍ରୀଯାପନ କରିବେ ରାଷ୍ଟ୍ରପତି । ୫ ତାରିଖରେ ରାଷ୍ଟ୍ରପତି ବ୍ରହ୍ମପୁର ରେଲୱେ ଷ୍ଟେସନରୁ ସ୍ଵତନ୍ତ୍ର ଟ୍ରେନ ଯୋଗେ ଭୁବନେଶ୍ଵର ଫେରି ଆସିବେ । ସନ୍ଧ୍ୟାରେ ଭୁବନେଶ୍ଵରରୁ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

Related Topics
Explore more stories