Droupadi Murmu / ଟ୍ରେନ୍ରେ ବ୍ରହ୍ମପୁର ଯିବେ ରାଷ୍ଟ୍ରପତି, କେମିତି ରହିବ ସୁରକ୍ଷା ବ୍ୟବସ୍ଥା ?
·1 month ago·2 min read

Key Points
ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଆସନ୍ତାକାଲି ଟ୍ରେନ୍ ଯୋଗେ ବ୍ରହ୍ମପୁର ଯାତ୍ରା କରିବେ ରାଷ୍ଟ୍ରପତି
ରାଷ୍ଟ୍ରପତିଙ୍କ ପାଇଁ ଦିଲ୍ଲୀରୁ ଭୁବନେଶ୍ଵର ଆସିଛି ସ୍ଵତନ୍ତ୍ର ସାଲୁନ ଟ୍ରେନ୍

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି । ଆଜି ଭୁବନେଶ୍ୱର ଓ କଟକରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ରେନ୍ ଯୋଗେ ବ୍ରହ୍ମପୁର ଯିବେ । ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ଆପଣାଯାଇଛି କଡ଼ା ସୁରକ୍ଷା ବ୍ୟବସ୍ଥା ।
ମଙ୍ଗଳବାର ୪ ତାରିଖ ସକାଳେ ରାଷ୍ଟ୍ରପତି ଭୁବନେଶ୍ୱର ରେଳ ଷ୍ଟେସନରୁ ସ୍ଵତନ୍ତ୍ର ସାଲୁନ୍ ଟ୍ରେନ ଯୋଗେ ବ୍ରହ୍ମପୁର ଗସ୍ତ କରିବେ । ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏୟାରପୋର୍ଟଠାରୁ ରେଲୱେ ଷ୍ଟେସନ ଏବଂ ସମସ୍ତ ରୁଟରେ ରହିବ କଡ଼ା ସୁରକ୍ଷା ।
ଏଥିସହ ପଢ଼ନ୍ତୁ: ୩ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି: ଆସନ୍ତାକାଲି ସ୍ୱତନ୍ତ୍ର ଟ୍ରେନରେ ଯିବେ ବ୍ରହ୍ମପୁର
ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ DCP ରାଙ୍କର ଅଧିକାରୀଙ୍କ ସହ SP ଓ ACP ରାଙ୍କର ଅଧିକାରୀ ନିୟୋଜିତ ହୋଇଛନ୍ତି । ସୁରକ୍ଷା ଦାୟିତ୍ୱରେ ପ୍ରାୟ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଷ୍ଟେସନ ଓ ଟ୍ରେନ୍ରେ କେମିତି ରହିବ ସୁରକ୍ଷା ?
ଭୁବନେଶ୍ଵର ରେଲୱେ ଷ୍ଟେସନରୁ ଟ୍ରେନ୍ ଯୋଗେ ବ୍ରହ୍ମପୁର ଯିବେ ରାଷ୍ଟ୍ରପତି । ଭୁବନେଶ୍ଵର ରେଲୱେ ଷ୍ଟେସନରେ କଡ଼ାକଡ଼ି କରାଯାଇଚ୍ଛି ସୁରକ୍ଷା ବ୍ୟବସ୍ଥା । ଏଥିପାଇଁ ଦିଲ୍ଲୀରୁ ଭୁବନେଶ୍ଵର ଆସିଛି ସ୍ଵତନ୍ତ୍ର ସାଲୁନ୍ ଟ୍ରେନ୍ ।
ରାଷ୍ଟ୍ରପତିଙ୍କ ସ୍ଵତନ୍ତ୍ର ସାଲୁନ୍ ଟ୍ରେନ୍କୁ ଆଉ ଦୁଇଟି ଟ୍ରେନ୍ ପାଇଲଟ୍ କରି ଯିବେ । ଟ୍ରେନ୍ ଯାତ୍ରା ସମୟରେ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଆପଣାଯିବ । ଟ୍ରେନ୍ରେ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଆରପିଏଫ୍, ଜିଆରପି ସହ ସ୍ଥାନୀୟ ପୋଲିସ ରହିବେ ।
ରାଷ୍ଟ୍ରପତିଙ୍କ ଟ୍ରେନ୍ ଯାତ୍ରା ଆରମ୍ଭର ୩ ଘଣ୍ଟା ପୂର୍ବରୁ ଭୁବନେଶ୍ଵର ଷ୍ଟେସନର ୧ ଓ ୨ ନମ୍ବର ପ୍ଲାଟଫର୍ମକୁ ବନ୍ଦ କରି ଦିଆଯିବ । ଏହି ସମୟରେ ସମସ୍ତ ଟ୍ରେନ୍ ୩, ୪, ୫ ଓ ୬ ନମ୍ବର ପ୍ଲାଟଫର୍ମ ଦେଇ ଯିବା ଆସିବା କରିବ । ଭୁବନେଶ୍ଵର ଓ ବ୍ରହ୍ମପୁର ଷ୍ଟେସନ ସହ ଏହା ମଝିରେ ଥିବା ଅନ୍ୟ ଷ୍ଟେସନରେ ମଧ୍ୟ ସୁରକ୍ଷା କର୍ମୀ ମୁତୟନ ରହିବେ ।
ରେଳ ସୁରକ୍ଷା ଉପରେ ବିଶେଷ ଗୁରୁତ୍ଵ ଦିଆଯାଇ ସମଗ୍ର ରେଳପଥରେ ପାଟ୍ରୋଲିଂ ଜୋରଦାର କରାଯିବା ସହିତ ସମସ୍ତ ଲେଭଲ୍ କ୍ରସିଂଗୁଡ଼ିକରେ ସୁରକ୍ଷାକର୍ମୀ ନିୟୋଜିତ ରହିବେ । ପ୍ଲାଟଫର୍ମ ଡ୍ୟୁଟିରେ ରହିବାକୁ ଥିବା ରେଳବାଇ କର୍ମଚାରୀଙ୍କୁ ପୂର୍ବରୁ ଚିହ୍ନଟ କରାଯାଇ ସ୍ଵତନ୍ତ୍ର ଡ୍ୟୁଟି ପାସ୍ ପ୍ରଦାନ କରାଯିବ ।
ଏଥିସହ ପଢ଼ନ୍ତୁ: CMOରୁ ଫାଇଲ ଗାଏବ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀଙ୍କ ବିସ୍ଫୋରକ ବୟାନ୍

ରାଷ୍ଟ୍ରପତି ଟ୍ରେନ୍ରେ ଯିବା ସମୟରେ ପ୍ଲାଟଫର୍ମରେ ଅନ୍ୟ ଯାତ୍ରୀ ମାନଙ୍କ ପାଇଁ ଅଲଗା ଏଣ୍ଟ୍ରି ପଏଣ୍ଟ କରାଯାଇଛି । ୪ ତାରିଖ ସକାଳେ ରାଷ୍ଟ୍ରପତି ବ୍ରହ୍ମପୁର ଅଭିମୁଖେ ବାହାରିବେ । ସକାଳ ୯ଟାରେ ଭୁବନେଶ୍ଵର ଷ୍ଟେସନରୁ ବାହାରି ଦିନ ୧୧ଟା ୧୦ରେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବେ । ସେଠାରୁ ସଡ଼କ ପଥରେ ତତ୍ପପାଣି ପାନ୍ଥନିବାସକୁ ଯିବେ ରାଷ୍ଟ୍ରପତି ।
ତପ୍ତପାଣି ଉଷ୍ମ ପ୍ରସବଣ କେନ୍ଦ୍ରରେ ସ୍ନାନ ପରେ ରାଷ୍ଟ୍ରପତି ମାଆ କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରି ଗୋପାଳପୁରରେ ରାତ୍ରୀଯାପନ କରିବେ । ୫ ତାରିଖରେ ରାଷ୍ଟ୍ରପତି ବ୍ରହ୍ମପୁର ରେଲୱେ ଷ୍ଟେସନରୁ ସ୍ଵତନ୍ତ୍ର ଟ୍ରେନ ଯୋଗେ ଭୁବନେଶ୍ଵର ଫେରି ଆସିବେ । ସନ୍ଧ୍ଯାରେ ଭୁବନେଶ୍ଵରରୁ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

Related Topics
Explore more stories