Videos
|
Odisha

President Odisha Visit / ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ମେଗା ଚକ୍ଷୁ ଚିକିତ୍ସା ଶିବିର କାର୍ଯ୍ୟକ୍ରମରେ ହେବେ ସାମିଲ

Santosh Kumar Sahoo
Browse all articles by Santosh Kumar Sahoo
·48 mins ago·1 min read
୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ମେଗା ଚକ୍ଷୁ ଚିକିତ୍ସା ଶିବିର କାର୍ଯ୍ୟକ୍ରମରେ ହେବେ ସାମିଲ
President of India

Key Points

ଅକ୍ଟୋବର ୨୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି
ଦୁଇ ଦିନିଆ ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି
ମେଗା ଚକ୍ଷୁ ଚିକିତ୍ସା ଶିବିର କାର୍ଯ୍ୟକ୍ରମରେ ହେବେ ସାମିଲ
ଅକ୍ଟୋବରରେ ପୁଣି ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅକ୍ଟୋବର ୨୭ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି । ତାଙ୍କ ଗସ୍ତ ନେଇ ସୂଚନା ଦେଇଛନ୍ତି ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ । ରାଷ୍ଟ୍ରପତି ଅକ୍ଟୋବର ୨୭ରେ ରାଇରଙ୍ଗପୁର ଗସ୍ତ କରିବା ସହ ୨୮ ତାରିଖରେ ଓଡ଼ିଶାରୁ ଫେରିଯିବେ ।

ରାଷ୍ଟ୍ରପତିଙ୍କ ଏହି ଗସ୍ତ ସମୟରେ ରାଇରଙ୍ଗପୁରରେ ଆୟୋଜିତ ହେବାକୁ ଥିବା ମେଗା ଚକ୍ଷୁ ଚିକିତ୍ସା ଶିବିରରେ ସେ ସାମିଲ ହେବେ । ଅକ୍ଟୋବର ୨୬ରୁ ୩୦ ତାରିଖ ଯାଏଁ ଏହି ବୃହତ୍‌ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯିବ ।

ଅଧିକ ପଢ଼ନ୍ତୁ: ଓଡ଼ିଶା ଉପକୂଳରେ ONGCର ବଡ଼ ଗ୍ୟାସ ଭଣ୍ଡାର, ଶସ୍ତା ହେବ କି LPG ଓ CNG ?


ଏହି ଶିବିରରେ ଦିଲ୍ଲୀରୁ ୧୦୦ରୁ ଅଧିକ ଚକ୍ଷୁ ବିଶେଷଜ୍ଞ ଯୋଗଦେଇ ଲୋକଙ୍କ ଚକ୍ଷୁ ପରୀକ୍ଷା ଓ ଚିକିତ୍ସା କରିବେ । ଆବଶ୍ୟକତା ଅନୁସାରେ ରୋଗୀମାନଙ୍କୁ ଚକ୍ଷୁ ସମ୍ପର୍କିତ ବିଭିନ୍ନ ଚିକିତ୍ସା ସେବା ଯୋଗାଇ ଦିଆଯିବ । ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ଏବଂ ରାଇରଙ୍ଗପୁରରେ ମେଗା ଚକ୍ଷୁ ଚିକିତ୍ସା ଶିବିରକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: