Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

President In Puri / ଶ୍ଵେତଗଙ୍ଗାରେ ପିଣ୍ଡଦାନ ପରେ ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Sushanta Sahoo
Browse all articles by Sushanta Sahoo
·5 months ago·2 min read
ଶ୍ଵେତଗଙ୍ଗାରେ ପିଣ୍ଡଦାନ ପରେ ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
President Droupadi Murmu Visits Puri Srimandir

Key Points

ପିଣ୍ଡଦାନ ପରେ ସେଠାରୁ ସିଧାସଳଖ ଶ୍ରୀମନ୍ଦିରକୁ ଯାଇଛନ୍ତି ରାଷ୍ଟ୍ରପତି । ସିଂହଦ୍ଵାର ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ସ୍ୱାଗତ କରିଛନ୍ତି ।
ପୁରୀ: ୬ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତର ଆଜି ଦ୍ଵିତୀୟ ଦିନ । ମଙ୍ଗଳବାର ସନ୍ଧ୍ୟାରେ ରାଷ୍ଟ୍ରପତି ପୁରୀ ପହଞ୍ଚିଥିଲେ । ବୁଧବାର ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଞ୍ଚତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗାରେ ପୂର୍ବପୁରୁଷଙ୍କ ଉଦେଶ୍ୟରେ ପିଣ୍ଡଦାନ କରିଛନ୍ତି ।


ପିଣ୍ଡଦାନ ପରେ ସେଠାରୁ ସିଧାସଳଖ ଶ୍ରୀମନ୍ଦିରକୁ ଯାଇଛନ୍ତି ରାଷ୍ଟ୍ରପତି । ସିଂହଦ୍ଵାର ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ସ୍ୱାଗତ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଜିଲ୍ଲାପାଳ, ଏସ୍‌ପି ସିଂହଦ୍ଵାର ନିକଟରେ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ହ୍ଵାଟ୍ସଆପ୍‌କୁ ସୁପ୍ରିମକୋର୍ଟଙ୍କ ଚେତାବନୀ; 'ଗୋପନୀୟତା ସହ ଖେଳ ଚଳିବନି'

ଏହି ଅବସରରେ ରାଷ୍ଟ୍ରପତିଙ୍କ ସହ ତାଙ୍କ କୌଳିକ ପଣ୍ଡା ଥିଲେ । ରାଷ୍ଟ୍ରପତିଙ୍କ ସୁରକ୍ଷା ଦୃଷ୍ଟିରୁ ତାଙ୍କ ଦର୍ଶନ ସମୟରେ ସର୍ବସାଧାରଣଙ୍କ ଦର୍ଶନ ଚାରିଘଣ୍ଟା ଧରି ବନ୍ଦ ରହିଛି । ସକାଳ ୬ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି ।


ସକାଳ ୬ଟା ପୂର୍ବରୁ ଶ୍ରୀମନ୍ଦିର ଶୋଧ କରାଯାଇଥିଲା । ଏବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରୁଛନ୍ତି । କେବଳ ମହାପ୍ରଭୁଙ୍କ ନୀତିକାନ୍ତି ସହ ଜଡ଼ିତ ଅଧିକୃତ ପାସଧାରୀ ପାଳିଆ ସେବାୟତ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଅନୁମତି ରହିଛି ।


ବ୍ଲୁ ବୁକ୍ ସିକ୍ୟୁରିଟି ଅନୁସାରେ, ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ହୋଇଛି । ସମୁଦାୟ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ପୁରୀ ସହରରେ ମୁତୟନ ହୋଇଛନ୍ତି । ଶ୍ରୀମନ୍ଦିରରେ ଦର୍ଶନ ସାରି ସିଧାସଳଖ ଲୋକଭବନ ଯିବେ ରାଷ୍ଟ୍ରପତି । ସେଠାରେ କିଛି ସମୟ ଅତିବାହିତ କରିବା ପରେ ସକାଳ ୯ଟା ୩୫ରେ ପୁର୍ନବାର ହେଲିପ୍ୟାଡ୍ ଯାଇ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ମୟୂରଭଞ୍ଜ ଗସ୍ତ କରିବେ ।

ଏଥିସହ ପଢ଼ନ୍ତୁ: ମୁମ୍ବାଇ ବିମାନ ବନ୍ଦରରେ ବଡ଼ ଧରଣର ଅଘଟଣ: ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ବିମାନ ମଧ୍ୟରେ ଧକ୍କା

ଆଜିଠୁ ନିଜ ଜନ୍ମମାଟିକୁ ତିନି ଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଇରଙ୍ଗପୁର ସହର, ଶ୍ଵଶଶୁରଘର ଗାଁ ପାହାଡ଼ପୁର ସହ ଯଶୀପୁର ଦେଇ ଶିମିଳିପାଳର ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ଗସ୍ତ ସମୟରେ ସେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ।


ରାଷ୍ଟ୍ରପତି ଏକ ଡକ୍ୟୁମେଣ୍ଟାରୀ ଫିଲ୍ମରେ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ରାଇରଙ୍ଗପୁରର ମହୁଲଡିହା ଠାରେ ସେଣ୍ଟ୍ରାଲ ପବ୍ଲିକ ୱାର୍କ୍ସ ଡିପାର୍ଟମେଣ୍ଟ ଦ୍ଵାରା ନିର୍ମିତ ‘ହଲିଡେ ହୋମ୍’ର ଶୁଭ ଉଦଘାଟନ କରିବେ ରାଷ୍ଟ୍ରପତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
President Droupadi Murmu Performs Pinda Daan, Visits Srimandir in Puri | Argus News | Argus News