|
logo
Live
Argus News App
GET APP

Argus News - ହ୍ଵାଟ୍ସଆପ୍‌କୁ ସୁପ୍ରିମକୋର୍ଟଙ୍କ ଚେତାବନୀ; 'ଗୋପନୀୟତା ସହ ଖେଳ ଚଳିବନି'

National

Data Privacy / ହ୍ଵାଟ୍ସଆପ୍‌କୁ ସୁପ୍ରିମକୋର୍ଟଙ୍କ ଚେତାବନୀ; 'ଗୋପନୀୟତା ସହ ଖେଳ ଚଳିବନି'

Sushanta Sahoo
Browse all articles by Sushanta Sahoo
·1 month ago·2 min read
ହ୍ଵାଟ୍ସଆପ୍‌କୁ ସୁପ୍ରିମକୋର୍ଟଙ୍କ ଚେତାବନୀ; 'ଗୋପନୀୟତା ସହ ଖେଳ ଚଳିବନି'
Supreme Court to WhatsApp

Key Points

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କଠୋର ଶବ୍ଦରେ କହିଛନ୍ତି, 'ଯଦି କମ୍ପାନୀ ଭାରତୀୟ ସମ୍ବିଧାନର ନିୟମ ପାଳନ କରିପାରୁ ନାହିଁ ତାହେଲେ ଭାରତ ଛାଡ଼ି ପଳାଇ ଯାଉ ।
ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ପ୍ଲାଟଫର୍ମ ହ୍ଵାଟ୍ସଆପ୍ ଓ ତାର ମୂଳ କମ୍ପାନୀ ମେଟାକୁ କଡ଼ା ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ । ମଙ୍ଗଳବାର ସର୍ବୋଚ୍ଚ ନ୍ୟାୟାଳୟ ହ୍ଵାଟ୍ସଆପ୍‌ର ୨୦୨୧ ଗୋପନୀୟତା ନୀତି ଉପରେ ଶୁଣାଣି କରିଛନ୍ତି ।

ଶୁଣାଣି ଆରମ୍ଭରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନରାଲ ତୁଷାର ମେହଟ୍ଟା କହିଛନ୍ତି, 'ହ୍ଵାଟ୍ସଆପ୍‌ର ଗୋପନୀୟତା ନୀତି ଶୋଷଣକାରୀ ଅଟେ । କାରଣ ହ୍ଵାଟ୍ସଆପ୍ କେବଳ ତଥ୍ୟ ଦେଉନି ବରଂ ତାହାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ମଧ୍ୟ କରୁଛି ।'

ଏଥିସହ ପଢ଼ନ୍ତୁ: କ୍ରିକେଟ୍‌ରେ ମିଳୁନି ପାକିସ୍ତାନକୁ ଅନ୍ୟ ବୋର୍ଡର ସମର୍ଥନ; ବୟକଟ୍ ପ୍ଲାନ୍ ଫ୍ଲପ୍

ହ୍ଵାଟ୍ସଆପ୍ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କଠୋର ଶବ୍ଦରେ କହିଛନ୍ତି, 'ଯଦି କମ୍ପାନୀ ଭାରତୀୟ ସମ୍ବିଧାନର ନିୟମ ପାଳନ କରିପାରୁ ନାହିଁ ତାହେଲେ ଭାରତ ଛାଡ଼ି ପଳାଇ ଯାଉ । ଆମେ କୌଣସି ନାଗରିକଙ୍କ ଗୋପନୀୟତା ସହ ବୁଝାମଣା କରିପାରିବୁ ନାହିଁ ।'

ବିଭ୍ରାନ୍ତ କରୁଛି ହ୍ଵାଟ୍ସଆପ୍ ନୀତି: CJI

ଗୋପନୀୟତା ନୀତିକୁ ହ୍ଵାଟ୍ସଆପ୍‌ ବେଶ ଚତୁରତାର ସହ ପ୍ରସ୍ତୁତ କରିଥିବା କହିଛନ୍ତି ପ୍ରଧାନ ବିଚାରପତି । ସେ କହିଛନ୍ତି, "ଆପଣଙ୍କ ନୀତି ଏଭଳି ଯାହାକୁ ଜଣେ ଗରିବ ବୃଦ୍ଧା, ରାସ୍ତାକଡ଼ର ବିକ୍ରେତା କ'ଣ ବୁଝି ପାରିବେ ।"

ପ୍ରଧାନ ବିଚାରପତି କହିଛନ୍ତି, "ଆପଣ ଏଠି ସେବା ଯୋଗାଇବାକୁ ଅଛନ୍ତି, ତଥ୍ୟ ଏକାଠି କରି ସେୟାର୍ କରିବାକୁ ନୁହେଁ । ବେଳେ ବେଳେ ଆମକୁ ବି ଆପଣଙ୍କ ନୀତି ବୁଝିବାରେ ସମସ୍ୟା ହେଉଛି । ତାହେଲେ ବିହାରର ଗାଁରେ ରହୁଥିବା ଲୋକ କିଭଳି ବୁଝିବେ । ବ୍ୟବହାରକାରୀଙ୍କ ଗୋପନୀୟତା ଏବଂ ସୂଚିତ ସହମତି ଉପରେ କୌଣସି ପ୍ରକାର ବୁଝାମଣା ସ୍ଵୀକାର କରାଯିବ ନାହିଁ ।"

ଶୁଣାଣି ବେଳେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏକ ବ୍ୟକ୍ତିଗତ ଉଦାହରଣ ଦେଇ କହିଛନ୍ତି, "ଡାକ୍ତର ହ୍ଵାଟ୍ସଆପ୍‌ରେ ୩ଟି ଔଷଧ ପଠାନ୍ତି ଆଉ ୫ ମିନିଟ୍ ମଧ୍ୟରେ ସେହି ଔଷଧ ସହ ଜଡ଼ିତ ବିଜ୍ଞାପନର ବନ୍ୟା ମାଡ଼ି ଆସେ ।"

ଏଥିସହ ପଢ଼ନ୍ତୁ: ୫ ଦିନ ହେଲା ଖସୁଥିଲା ସୁନା-ରୁପା ଦାମ; ଟାରିଫ୍ ଡିଲ୍‌ ପରେ ପୁଣି ବଢ଼ିଲା

ମାମଲାର ଶୁଣାଣି ବେଳେ ଜଷ୍ଟିସ୍ ଜୟମାଲ୍ୟା ବାଗ୍‌ଚୀ ଗମ୍ଭୀର ଭାବେ ଚିନ୍ତାବ୍ୟକ୍ତ କରିଛନ୍ତି । କହିଛନ୍ତି, "DPDP ଆଇନ୍ କେବଳ ଗୋପନୀୟତା କଥା କୁହେ, କିନ୍ତୁ ଏଠି ଆମେ ବ୍ୟବହାରକାରୀଙ୍କ ବ୍ୟବହାରିକ ତଥ୍ୟକୁ ନେଇ ଚିନ୍ତିତ । ଆମମାନଙ୍କ ଡିଜିଟାଲ୍ ଗତିବିଧିକୁ ଅନଲାଇନ୍ ବିଜ୍ଞାପନ ପାଇଁ ବ୍ୟବହାର କରାଯାଉଛି । ଏଭଳି କମ୍ପାନୀ ଉପରେ ଗଭୀର ଓ ତୀକ୍ଷଣ ନଜର ରଖିବା ଜରୁରୀ ।"

ଜରିମାନା ଓ ଲଢ଼େଇ

୨୦୨୪ ନଭେମ୍ବରରେ CCI ହ୍ଵାଟ୍ସଆପ୍‌ର ଗୋପନୀୟତା ନୀତିକୁ ଆଇନ୍‌ର ଉଲ୍ଲଂଘନ ଦର୍ଶାଇ ୨୧୩ କୋଟିର ଜରିମାନା ଲଗାଇଥିଲେ । ଯାହାପରେ ୨୦୨୫ ଜାନୁଆରୀରେ NCLAT ବ୍ୟବହାରିକ ଦୁରୂପଯୋଗ ନିଷ୍କର୍ସକୁ ହଟାଇଥିବା ବେଳେ ଲଗାଇଥିବ ୨୧୩ କୋଟି ଜରିମାନା ପ୍ରତ୍ୟାହାର କରି ନଥିଲେ । ଯାହାକୁ ବିରୋଧ କରି ମେଟା, ସୁପ୍ରିମକୋର୍ଟ ଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Data Privacy: ହ୍ଵାଟ୍ସଆପ୍‌କୁ ସୁପ୍ରିମକୋର୍ଟଙ୍କ ଚେତାବନୀ; 'ଗୋପନୀୟତା ସହ ଖେଳ ଚଳିବନି' | Argus News