Videos
|
Odisha

Droupadi Murmu / ତପ୍ତପାଣିରେ ପହଞ୍ଚିଲେ ରାଷ୍ଟ୍ରପତି; ଅପରାହ୍ଣରେ କରିବେ ମା' କନ୍ଧୁଣୀ ଦେବୀଙ୍କ ଦର୍ଶନ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ତପ୍ତପାଣିରେ ପହଞ୍ଚିଲେ ରାଷ୍ଟ୍ରପତି; ଅପରାହ୍ଣରେ କରିବେ ମା' କନ୍ଧୁଣୀ ଦେବୀଙ୍କ ଦର୍ଶନ
President Murmu's Odisha Visit

Key Points

ଭୁବନେଶ୍ଵରରୁ ସ୍ଵତନ୍ତ୍ର ଟ୍ରେନ ଯୋଗେ ରାଷ୍ଟ୍ରପତି ବ୍ରହ୍ମପୁର ପହଞ୍ଚିଥିଲେ । ବ୍ରହ୍ମପୁରରୁ କାର୍ ଯୋଗେ ତପ୍ତପାଣି ପାନ୍ଥନିବାସେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ବ୍ରହ୍ମପୁର: ୩ ଦିନିଆ ଓଡ଼ିଶା ଗସ୍ତର ଦ୍ଵିତୀୟ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ ଯାଇଛନ୍ତି । ଭୁବନେଶ୍ଵରରୁ ସ୍ଵତନ୍ତ୍ର ଟ୍ରେନ ଯୋଗେ ରାଷ୍ଟ୍ରପତି ବ୍ରହ୍ମପୁର ପହଞ୍ଚିଥିଲେ । ବ୍ରହ୍ମପୁରରୁ କାର୍ ଯୋଗେ ତପ୍ତପାଣି ପାନ୍ଥନିବାସରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ତପ୍ତପାଣି ପାନ୍ଥନିବାସରେ ବିଶ୍ରାମ ସହ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅପରାହ୍ଣ ୩ଟା୧୦ରେ ତପ୍ତପାଣିର ପ୍ରସିଦ୍ଧ ମା' କନ୍ଧୁଣୀ ଦେବୀ ମନ୍ଦିର ପହଞ୍ଚିବେ । ସେଠାରେ ମା’ କନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିବେ ରାଷ୍ଟ୍ରପତି ।

ଏଥିସହ ପଢ଼ନ୍ତୁ: ଟ୍ରେନ୍‌ରେ ବ୍ରହ୍ମପୁର ଯିବେ ରାଷ୍ଟ୍ରପତି, କେମିତି ରହିବ ସୁରକ୍ଷା ବ୍ୟବସ୍ଥା ? 

ରାଷ୍ଟ୍ରପତିଙ୍କ ଗସ୍ତ ପାଇ ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୁବନେଶ୍ଵର ରେଲୱେ ଷ୍ଟେସନରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସହ ରାଜ୍ୟପାଳ ହରିବାବୁ କମ୍ଭମପତି ଓ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ତପ୍ତପାଣି ଯାଇଛନ୍ତି ।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ରହ୍ମପୁରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସହରରେ ପ୍ରାୟ ୪୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ହୋଇଛନ୍ତି । ରାଷ୍ଟ୍ରପତିଙ୍କ କାରକେଡ୍ ଯିବା ରାସ୍ତାରେ ତ୍ରି-ସ୍ତରୀୟ ସୁରକ୍ଷା ବଳୟ କରାଯାଇଛି ।

ବିଭିନ୍ନ ସ୍ଥାନରେ ଚେକିଂ ଓ ପାଟ୍ରୋଲିଂ ଜୋରଦାର କରାଯାଇଛି । ସକାଳ ୧୦ଟାରୁ ୧୧ଟା ୪୫ ଏବଂ ଅପରାହ୍ଣ ୩ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ରୁଟ୍‌ରେ ଭାରି, ହାଲୁକା ଓ ଦୁଇଚକିଆ ଯାନ ଚଳାଚଳ ଉପରେ ଅସ୍ଥାୟୀ କଟକଣା ଲାଗୁ କରାଯାଇଛି ।

ରାଷ୍ଟ୍ରପତି ଆଜି ଗୋପାଳପୁରରେ ରାତ୍ରୀଯାପନ କରିବେ । ଆସନ୍ତାକାଲି ଅଗଷ୍ଟ ୫ ତାରିଖରେ ସ୍ୱତନ୍ତ୍ର ଟ୍ରେନ୍‌ରେ ଭୁବନେଶ୍ୱର ଫେରିବେ । ଭୁବନେଶ୍ଵରରୁ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବେ । ରାଷ୍ଟ୍ରପତି ପ୍ରଥମଥର ତପ୍ତପାଣି ଗସ୍ତ କରିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ଏଥିସହ ପଢ଼ନ୍ତୁ: ଜଗଦଗୁରୁ କୃପାଳୁ ବିଶ୍ଵବିଦ୍ୟାଳୟ ଉଦଘାଟିତ; ବିକଶିତ ଭାରତ ଗଠନ ପାଇଁ ରାଷ୍ଟ୍ରପତିଙ୍କ ଆହ୍ଵାନ 

ରେଳରେ ରାଷ୍ଟ୍ରପତି, କ'ଣ ଥିଲା ବ୍ୟବସ୍ଥା ?

ରାଷ୍ଟ୍ରପତିଙ୍କ ଲାଗି ଦିଲ୍ଲୀରୁ ଆସିଥିବା ‘ସ୍ପେଶାଲ ସାଲୁନ୍’ ଟ୍ରେନ୍‌କୁ ଆଗ ପଛ ହୋଇ ୨ଟି ଟ୍ରେନ୍‌ ଏସ୍କର୍ଟ କରି ବ୍ରହ୍ମପୁର ପହଞ୍ଚିଥିଲେ । ସେହି ଟ୍ରାକ୍‌ରେ ଅନ୍ୟ କୌଣସି ଟ୍ରେନ୍‌ ଛଡ଼ା ଯାଇ ନଥିଲା । ଭୁବନେଶ୍ୱର ଓ ବ୍ରହ୍ମପୁର ରେଳଷ୍ଟେସନକୁ ପୋଲିସ ଛାଉଣୀ କରାଯାଇଥିଲା । ଦୁଇଟି ଷ୍ଟେସନରେ ବମ୍‌ ସ୍କ୍ଵାର୍ଡ ଓ ସନ୍ଧାନୀ କୁକୁର ସଜାଗ ରହିଥିଲେ । ସାଧାରଣ ଯାତ୍ରୀଙ୍କ ପାଇଁ ଅଲଗା ଏଣ୍ଟ୍ରି ପଏଣ୍ଟ ବ୍ୟବସ୍ଥା କରାଯାଇଥିଲା ।

ରାଷ୍ଟ୍ରପତିଙ୍କ ଟ୍ରେନ୍ ଯାତ୍ରା ସମୟରେ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଆପଣା ଯାଇଥିଲା । ରାଷ୍ଟ୍ରପତିଙ୍କ ଟ୍ରେନ୍ ଯାତ୍ରା ଆରମ୍ଭର ୩ ଘଣ୍ଟା ପୂର୍ବରୁ ଭୁବନେଶ୍ଵର ଷ୍ଟେସନର ୧ ଓ ୨ ନମ୍ବର ପ୍ଲାଟଫର୍ମକୁ ବନ୍ଦ ରହିଥିଲା । ଏହି ସମୟରେ ସମସ୍ତ ଟ୍ରେନ୍ ୩, ୪, ୫ ଓ ୬ ନମ୍ବର ପ୍ଲାଟଫର୍ମ ଦେଇ ଯିବା ଆସିବା କରିଥିଲା । ଭୁବନେଶ୍ଵର ଓ ବ୍ରହ୍ମପୁର ଷ୍ଟେସନ ସହ ଏହା ମଝିରେ ଥିବା ଅନ୍ୟ ଷ୍ଟେସନରେ ମଧ୍ୟ ସୁରକ୍ଷା କର୍ମୀ ମୁତୟନ ରହିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: