Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜନ୍ମମାଟି ମୟୂରଭଞ୍ଜରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Odisha

ଜନ୍ମମାଟି ମୟୂରଭଞ୍ଜରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଜନ୍ମମାଟି ମୟୂରଭଞ୍ଜରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଅର୍ଗସ ବ୍ୟୁରୋ: 4 ଦିନିଆ ଓଡ଼ିଶା ଗସ୍ତରେ ମାଡାମ୍ ପ୍ରେସିଡେଣ୍ଟ୍ । ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରରେ ମୟୂରଭଞ୍ଜରେ ପହଞ୍ଚିବା ପରେ ଖିଚିଂ ଯାଇ ପ୍ରଥମେ ମାଆ କୀଚକେଶ୍ବରୀଙ୍କ ଦର୍ଶନ କରିଥିଲେ । ପରେ ରାଇରଙ୍ଗପୁରରେ କେନ୍ଦ୍ର ସରକାରଙ୍କ ହାଉସିଂ ଅର୍ବାନର ହୋଲି ଡେ ହୋମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାପରେ ରାଇରଙ୍ଗପୁରର ଦୁଇ ଲାଇନ୍ ବିଶିଷ୍ଟ ବାଇପାସ୍ ରୋଡ୍ ଏନଏଚ୍ 220 ପ୍ରକଳ୍ପକୁ ଭିସିରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମହାମହିମ୍। ସେହିପରି ସ୍ପୋର୍ଟସ କମ୍ପ୍ଲେକେସ୍ ଭିତ୍ତିପ୍ରସ୍ତର ସ୍ଥାପନ ସହ ଏକଲବ୍ୟ ସ୍କୁଲର ଉଦଘାଟନ କରିଛନ୍ତି । ଆସନ୍ତାକାଲି କେନ୍ଦୁଝରର କଦଳୀବାଡିରେ କେନ୍ଦୁଝର ଜନଜାତିଙ୍କ ଉପରେ ଆୟୋଜିତ ଆଲୋଚନା ଚକ୍ରକୁ ଉଦଘାଟନ କରିବେ ମହାମହିମ । ସେଠାରୁ ଭୁବନେଶ୍ବର ଆସି ଉତ୍କଳ ବିଶ୍ବବିଦ୍ୟାଳୟରେ 53ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ମାର୍ଚ୍ଚ 1ରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର 25ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ମହାମହିମ ।

ମାର୍ଚ୍ଚ 2ରେ ରେଢାଖୋଲ ଗସ୍ତ କରି ସନ୍ଥକବି ଭୀମଭୋଇଙ୍କ ସ୍ମୃତିପୀଠ କାନ୍ଧରା, ପ୍ରାପ୍ତି ପୀଠ ମଧୁପୁର, ଓ କର୍ମକ୍ଷେତ୍ର କାଙ୍କନପଡା ପରିକ୍ରମା କରିବେ ରାଷ୍ଟ୍ରପତି । ଜ୍ଞାନପୀଠରେ ସ୍ମୃତି କୂପ ପରିକ୍ରମା କରି ଧୋନି ମଣ୍ଡପରେ ଗୃତାହତ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି କାଙ୍କନପଡାଠାରେ ଥିବା ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ରାଷ୍ଟ୍ରପତି ।. ପରେ ମିନିଷ୍ଟାଡିୟମ୍ ଠାରେ ମହିମା ଧର୍ମ ସାଧୁସନ୍ଥଙ୍କୁ ରାଷ୍ଟ୍ରପତି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ତେବେ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଯେତେବେଳେ ଦାୟିତ୍ବ ନେଇଥିଲେ, ତାଙ୍କ ପ୍ରଥମ ଅଭିଭାଷଣରେ ଥିଲା ସନ୍ଥକବି ଭୀମଭୋଇଙ୍କ ବାଣୀ । ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ । ଜଗତ କଲ୍ୟାଣ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ ମହାମହିମ ।

ପୂର୍ବରୁ 2021 ଅକ୍ଟୋବର ୨ ତାରିଖରେ ରେଢାଖୋଲ ଆସି ସନ୍ଥକବି ଭୀମ ଭୋଇଙ୍କ ଜୀବନୀ ଓ ତାଙ୍କ ଦର୍ଶନ ଉପରେ ଅଧିକ ଅଧ୍ୟୟନ ଉପରେ ଗୁରୁତ୍ବ ଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପରେ କେନ୍ଦ୍ରମମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୟୁଜିସି ପକ୍ଷରୁ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଏବଂ ଛତିଶଗଡ଼ ବିଳାସପୁର ସ୍ଥିତ ଗୁରୁ ଘାସିଦାସ ବିଶ୍ବବିଦ୍ୟାଳୟଠାରେ ସନ୍ଥକବି ଭୀମଭୋଇ ଚେୟାର ପ୍ରତିଷ୍ଠା ପାଇଁ ଅନୁମତି ମିଳିଥିଲା । ଏହା ଭୀମଭୋଇଙ୍କ ପ୍ରତି ସଠିକ୍ ଶ୍ରଦ୍ଧାଞ୍ଜଳି ବୋଲି କହିଥିଲେ ଧର୍ମେନ୍ଦ୍ର ପ୍ରଧାନ ।ତେବେ ଭୀମଭୋଇଙ୍କ ପୀଠକୁ ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ସାଧୁସନ୍ଥଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

29 ତାରିଖରେ ଉତ୍କଳ ବିଶ୍ବବିଦ୍ୟାଳୟରେ 53ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ମହାମହିମ । ମାର୍ଚ୍ଚ ପହିଲାରେ କଟକରେ ଓଡ଼ିଶା ଶାଖା ବ୍ରହ୍ମା କୁମାରୀ ସେବାର ସୁବର୍ଣ୍ଣ ଜୟନ୍ତୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
President Droupadi Murmu was born in Mayurbhanj | Argus News