Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବୋଇତ ବନ୍ଦାଣ ଉତ୍ସବ: ମୁଁ ଅନେକଥର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା ଭସାଇଛି: ରାଷ୍ଟ୍ରପତି

Odisha

ବୋଇତ ବନ୍ଦାଣ ଉତ୍ସବ: ମୁଁ ଅନେକଥର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା ଭସାଇଛି: ରାଷ୍ଟ୍ରପତି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବୋଇତ ବନ୍ଦାଣ ଉତ୍ସବ: ମୁଁ ଅନେକଥର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା ଭସାଇଛି: ରାଷ୍ଟ୍ରପତି

ଅର୍ଗସ ବ୍ୟୁରୋ:   ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି । ପତାକା ଦେଖାଇ ସୁସଜ୍ଜିତ ବୋଇତର ଶୁଭାରମ୍ଭ କରିଛନ୍ତି । ଏହାପରେ ବୋର୍ଟରେ ଜଳଯାତ୍ରା କରିଥିଲେ ମହାମହିମ । ପାରାଦୀପ ବନ୍ଦର ପକ୍ଷରୁ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ  ସାମିଲ୍ ଥିଲେ ରାଜ୍ୟପାଳ ରଘୁବର ଦାସ ଓ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଏହି ଅବସରରେ ନିଜର ଅଭିଭାଷଣ ରଖିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ସେ କହିଥିଲେ ଯେ, ମୁଁ ଜାଣିବାକୁ ପାଇଲି ବାଲିଯାତ୍ରାର ଐତିହାସିକ ସ୍ମୃତିକୁ ଉଜିବିତ ରଖି ବନ୍ଦର କର୍ତ୍ତୃପକ୍ଷ ପ୍ରତିବର୍ଷ ଜାଭା, ସୁମାତ୍ରା , ବାଲି ଆଦି ବିପୁଳ ବିମୁଖେ ସାଧବମାନଙ୍କର ପ୍ରତିକାତ୍ମକ ନୌଯାତ୍ରା ଆୟୋଜନ କରିଆସୁଛନ୍ତି। ଆଜି ଏହି ପ୍ରତିକାତ୍ମକ ଯାତ୍ରାର ଶୁଭାରମ୍ଭ କରି ମୁଁ ବେଶ ଖୁସି। ବିଶେଷ କରି ସାଧବ ବେଶରେ ବନ୍ଦରକୁ କର୍ମଚାରୀମାନଙ୍କୁ ଏବଂ ସାଧବାଣୀ ବେଶରେ ଛାତ୍ରଛାତ୍ରୀମାନଙ୍କୁ ଦେଖି ଅତିତମନସ୍କ ହୋଇପଡିଲି। ଆଜି ସାରା ଓଡିଶାର ପୁରପଲ୍ଲୀରେ ନଦୀ, ପୋଖରୀ ଏବଂ ସମୁଦ୍ରରେ ଆମ ପ୍ରିୟ ଭାଇଭଉଣୀମାନେ ଡଙ୍ଗା ଭସାଇସାରିଥିବେ ସକାଳୁ ଉଠି।

ଭାରତର ବିଭିନ୍ନ ଅଞ୍ଚଳରେ ଦେଶରେ ରହୁଥିବା ଓଡିଆ ଭାଇଭଉଣୀମାନେ ଡଙ୍ଗା ଭସା ପର୍ବରେ ସାମିଲ ହୋଇସାରିଥିବେ। ମୁଁ ଅନେକ ଥର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସକାଳୁ ସକାଳୁ ଡଙ୍ଗା ଭସାଇ ସାରିଛି। ଆଜି ଏଠାରେ ସେସବୁ ମୋର ମନେ ପଡିଯାଉଛି। ଓଡିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଏ ବୋଲି ସମସ୍ତେ ଜାଣନ୍ତି। ଏକ ଗୌରବମୟ ଅତୀତର ସ୍ମୃତିରେ ପାଳନ କରାଯାଉଥିବା ବାଲିଯାତ୍ରା ଏକ ନିଆରା ପର୍ବ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
President graces the Boita Bandana ceremony organized by the Paradip Port Authority at Paradip | Argus News