Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

President Droupadi Murmu Odisha visit / ଆଜି ଆସୁଛନ୍ତି ରାଷ୍ଟ୍ରପତି, ବିଧାନସଭା ଶୀତକାଳୀନ ଅଧିବେଶନକୁ କରିବେ ସମ୍ବୋଧନ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ଆଜି ଆସୁଛନ୍ତି ରାଷ୍ଟ୍ରପତି, ବିଧାନସଭା ଶୀତକାଳୀନ ଅଧିବେଶନକୁ କରିବେ ସମ୍ବୋଧନ

Key Points

ଆଜି ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ବିଧାନସଭା ଶୀତକାଳୀନ ଅଧିବେଶନକୁ କରିବେ ସମ୍ବୋଧନ
ମହାମହିମଙ୍କ ଗସ୍ତ ପାଇଁ ରାଜଧାନୀରେ କଡ଼ା ସୁରକ୍ଷା
ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି । ଆଜି ଓଡ଼ିଶା ଗସ୍ତରେ ଆସି ବିଧାନସଭା ଶୀତକାଳୀନ ଅଧିବେଶନକୁ ସମ୍ବୋଧନ କରିବେ ମହାମହିମ । ଅପରାହ୍ଣ ୨ଟା ସମୟରେ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରି ପ୍ରଥମେ ରାଜଭବନ ଯିବେ ରାଷ୍ଟ୍ରପତି । ମଧ୍ୟାହ୍ନ ବିରତି ପରେ ଅପରାହ୍ଣ ୪ଟାରେ ରାଜଭବନ ସ୍ଥିତ ନୂଆ କଳିଙ୍ଗ ଅତିଥି ନିବାସ ଗୃହର ଉଦ୍‌ଘାଟନ କରିବେ ।

ଏହାପରେ ଅପରାହ୍ଣ ୪ଟା ୨୦ ମିନିଟରେ ବିଧାନସଭାରେ ପହଞ୍ଚିବେ ଏବଂ ୪ ଟା ୩୦ରୁ ୫ ଟା ୩୦ ପର୍ଯ୍ୟନ୍ତ ବିଧାନସଭାର ସଦସ୍ୟମାନଙ୍କୁ ସମ୍ବୋଧନ କରିବେ । ବିଧାନସଭାରେ ଅଭିଭାଷଣ ରଖିବା ପରେ ୧୧ ନମ୍ବର ରୁମକୁ ଆସି ସମୟ ବିତାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜଧାନୀରେ ସୁରକ୍ଷା ଛାଉଣି । ବ୍ଲୁ-ବୁକ୍‌ ଗାଇଡ୍‌ ଲାଇନ ମୁତାବକ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଅଧିକ ପଢ଼ନ୍ତୁ: ୨୭ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ସୁରକ୍ଷା ପାଇଁ ମୁତୟନ ହେବେ ୩୩ ପ୍ଲାଟୁନ୍‌ ଫୋର୍ସ

ଅଧିବେଶନ ସମୟରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା ରହିବ । ଏଥିପାଇଁ ୩୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଷ୍ଟ୍ରାଇକିଂ ଫୋର୍ସ, ଏସ୍‌ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍ପାଇ‌ଡ୍ ଓ ଅଗ୍ନିଶମ ବିଭାଗ ମଧ୍ୟ ଦାୟିତ୍ଵରେ ରହିବେ । ଡିସିପି ସୁରକ୍ଷା ତଦାରଖ ଦାୟିତ୍ବରେ ଥିବା ବେଳେ ତାଙ୍କ ଅଧୀନରେ ୭ ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି, ୨୬ ଜଣ ଇନ୍ସପେକ୍ଟର, ୮୮ ଜଣ ଏସଆଇ ଓ ଏଏସଆଇ ଦାୟିତ୍ୱରେ ରହିବେ ।

ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ବିଭିନ୍ନ ସ୍ଥାନରେ ସିଟିଟିଭି ଖଞ୍ଜା ଯାଇଛି । ୫ଟି ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ୍ ରୁମ୍ ମଧ୍ୟ ଖୋଲାଯାଇଛି । କଣ୍ଟ୍ରୋଲ୍‌ ରୁମ୍‌ରେ ପ୍ରତିଟି ଦିଗ ଉପରେ ନଜର ରଖାଯାଇ ସ୍ଥିତି ନିୟନ୍ତ୍ରଣ କରାଯିବ । ୨୨୫ ଅଧିକାରୀ ଦାୟିତ୍ଵରେ ରହି ସ୍ଥିତି ଉପରେ ନଜର ରଖିବ ।

ସେପଟେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୂର୍ବରୁ ରାଇରଙ୍ଗପୁରକୁ ପ୍ରକଳ୍ପ ବର୍ଷା । ରାଇରଙ୍ଗପୁରରେ ନିର୍ମାଣ ହେବ ଏମ୍‌ସ ଭୁବନେଶ୍ବରର ସ୍ୟାଟେଲାଇଟ ସେଣ୍ଟର । ଏହା ସହ ୭୦ କୋଟି ବ୍ୟୟରେ ରାଇରଙ୍ଗପୁରରେ ନିର୍ମାଣ ହେବ ସରକାରୀ ଆୟୁର୍ବେଦିକ ମେଡିକାଲ କଲେଜ ଓ ହସ୍ପିଟାଲ । ରାଇରଙ୍ଗପୁରରେ ଆଦିବାସୀ ବିଶ୍ବ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବି ନିଷ୍ପତ୍ତି ନିଆଯାଇଛି । ରାଇରଙ୍ଗପୁର ମଧ୍ୟ କେନ୍ଦ୍ରୀୟ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଶିମିଳିପାଳ ଜାତୀୟ ଉଦ୍ୟାନର ବିକାଶ ପାଇଁ ୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
President of India Arrives in Odisha; Addresses Winter Session of Assembly Today | Argus News