Droupadi Murmu / 'ଗାଁର ଲୋକଙ୍କ ପାଖେ ନାହିଁ ବିକଳ୍ପ...'; ମଞ୍ଚରୁ ଏମିତି କାହିଁକି କହିଲେ ରାଷ୍ଟ୍ରପତି ?
·1 hour ago·3 min read

Key Points
ହୋମିଓପାଥିରେ ବୈଜ୍ଞାନିକ ଗବେଷଣା ଓ ପ୍ରମାଣ-ଭିତ୍ତିକ ଚିକିତ୍ସା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗୁରୁତ୍ୱାରୋପ । ସ୍ୱାସ୍ଥ୍ୟସେବାରେ ଏଆଇ (AI) ଓ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସହ ରୋଗୀଙ୍କ ପ୍ରତି ମାନବିକ ସମ୍ବେଦନଶୀଳତା ବଜାୟ ରଖିବାକୁ ଆହ୍ୱାନ ।
ଭୁବନେଶ୍ଵର: ଡକ୍ଟର ଅଭିନ୍ନ ଚନ୍ଦ୍ର ହୋମିଓପାଥିକ୍ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ପରିସରରେ ଆୟୋଜିତ ହୋଇଛି ଜାତୀୟ ହୋମିଓପାଥି ବୈଜ୍ଞାନିକ ସମ୍ମିଳନୀ-୨୦୨୬ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ଜାତୀୟ ହୋମିଓପାଥି ବୈଜ୍ଞାନିକ ସମ୍ମିଳନୀ-୨୦୨୬ର ସ୍ମରଣିକା "AUDE SAPERE" ଉନ୍ମୋଚନ କରାଯାଇଛି ।
ଆଜିଠାରୁ ନଭେମ୍ବର ୨୫ ତାରିଖ ତିନିଦିନ ଧରି ଚାଲିବ ଜାତୀୟ ହୋମିଓପାଥି ବୈଜ୍ଞାନିକ ସମ୍ମିଳନୀ । ଏହି ଗୁରୁତ୍ଵପୂର୍ଣ୍ଣ ବୈଜ୍ଞାନିକ ସମ୍ମିଳନୀରେ ଦେଶର ବିଭିନ୍ନ ପ୍ରାନ୍ତରୁ ୭୦୦ ଜଣ ପ୍ରତିନିଧି ଯୋଗ ଦେଉଛନ୍ତି ।
ହୋମିଓପାଥିକ ଶିକ୍ଷା ଓ ଗବେଷଣାରେ ବୈଜ୍ଞାନିକ ଦୃଷ୍ଟିକୋଣ, ସ୍ୱଚ୍ଛତା ଏବଂ ମାନବ ସେବା ଉପରେ ରାଷ୍ଟ୍ରପତି ଗୁରୁତ୍ଵାରୋପ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, "ଡକ୍ଟର ଅଭିନ୍ନ ଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଏବଂ ହସ୍ପିଟାଲ ଦେଶର ଅନ୍ୟତମ ପୁରାତନ ଓ ପ୍ରସିଦ୍ଧ ଅନୁଷ୍ଠାନ । ବିଗତ ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟ ଧରି ଏହି ଅନୁଷ୍ଠାନ ଦେଶବାସୀଙ୍କୁ, ବିଶେଷ କରି ଓଡ଼ିଶାବାସୀଙ୍କୁ ସେବା ଯୋଗାଇ ଦେବା ସହ ଛାତ୍ରଛାତ୍ରୀମାନଙ୍କୁ ହୋମିଓପାଥିକ୍ ଶିକ୍ଷା ପ୍ରଦାନ କରି ଦେଶରେ ହୋମିଓପାଥି ଚିକିତ୍ସାର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।"
କୌଣସି ଅନୁଷ୍ଠାନ କେବଳ ତାହାର ଭିତ୍ତିଭୂମି କିମ୍ବା କେତେ ବର୍ଷ ପୁରୁଣା ସେଥିପାଇଁ ମନେ ରହେ ନାହିଁ, ବରଂ ଏହା କେଉଁଭଳି ଦକ୍ଷ ବ୍ୟକ୍ତିବିଶେଷ ସୃଷ୍ଟି କରୁଛି, ଜ୍ଞାନ କ୍ଷେତ୍ରରେ କ'ଣ ଅବଦାନ ରଖୁଛି ଏବଂ ସମାଜକୁ କିପରି ସେବା ଯୋଗାଉଛି, ସେଥିପାଇଁ ସ୍ମରଣୀୟ ହୋଇ ରହେ ବୋଲି ରାଷ୍ଟ୍ରପତି କହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପାରମ୍ପରିକ ଚିକିତ୍ସା ପଦ୍ଧତିର ଗୁରୁତ୍ୱକୁ ବୁଝି ଭାରତ ସରକାର ନଭେମ୍ବର ୨୦୧୪ରେ ଆୟୁଷକୁ ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟର ମାନ୍ୟତା ଦେଇଥିଲେ, ଯାହା ଏହି ଚିକିତ୍ସା ପଦ୍ଧତିର ବ୍ୟବସ୍ଥିତ ବିକାଶ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଥିବା କହିଛନ୍ତି ରାଷ୍ଟ୍ରପତି ।
ଏଥିସହ ପଢ଼ନ୍ତୁ: ଆଲୋକମାଳାରେ ଝଲସିଲା କଟକ, ରାଷ୍ଟ୍ରପତିଙ୍କ ହାତରେ ଉଦ୍ଘାଟିତ ହେଲା ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା
ବୈଜ୍ଞାନିକ ଗବେଷଣା ଓ ପ୍ରମାଣ-ଭିତ୍ତିକ ଚିକିତ୍ସା
ପ୍ରତ୍ୟେକ ଚିକିତ୍ସା ପଦ୍ଧତି ବୈଜ୍ଞାନିକ ଅନୁସନ୍ଧାନ, ପ୍ରମାଣ-ଭିତ୍ତିକ ମୂଲ୍ୟାଙ୍କନ ଏବଂ ରୋଗୀଙ୍କ ସୁରକ୍ଷାର ସର୍ବୋଚ୍ଚ ମାନଦଣ୍ଡ ପ୍ରତି ପ୍ରତିବଦ୍ଧ ରହିବା ଆବଶ୍ୟକ । ଏହି ଚିକିତ୍ସା ଶାଖା ନିରନ୍ତର ଭାବରେ ଉପଯୁକ୍ତ ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ନିଜର ଜ୍ଞାନକୁ ସୁଦୃଢ଼ କରିବା ଉଚିତ୍ । ଗବେଷଣା ସର୍ବଦା ସୁଚିନ୍ତିତ ପଦ୍ଧତି, ଉପଯୁକ୍ତ କ୍ଲିନିକାଲ ଅଧ୍ୟୟନ ଏବଂ ସ୍ୱଚ୍ଛ ରିପୋର୍ଟିଂ ଦ୍ୱାରା ପରିଚାଳିତ ହେବା ଆବଶ୍ୟକ ।
ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ଚିକିତ୍ସା
ଆମେ ବର୍ତ୍ତମାନ ଏକ ଅଭୂତପୂର୍ବ ବୈଜ୍ଞାନିକ ଏବଂ ବୈଷୟିକ ପରିବର୍ତ୍ତନର ଯୁଗରେ ବାସ କରୁଛୁ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI), ଡିଜିଟାଲ ହେଲଥ୍ ଟେକ୍ନୋଲୋଜି, ଜେନୋମିକ୍ସ ଏବଂ ବିଗ୍ ଡାଟା ଆନାଲିଟିକ୍ସ ସ୍ୱାସ୍ଥ୍ୟସେବା ଓ ଡାକ୍ତରୀ ଶିକ୍ଷାରେ ବ୍ୟାପକ ପରିବର୍ତ୍ତନ ଆଣୁଛି । ଆମର ହୋମିଓପାଥିକ୍ ଅନୁଷ୍ଠାନଗୁଡ଼ିକ ମଧ୍ୟ ଆଧୁନିକ କ୍ଲିନିକାଲ ଭିତ୍ତିଭୂମି ଓ ଡିଜିଟାଲ ସ୍ୱାସ୍ଥ୍ୟ ରେକର୍ଡ ସହ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ ।

ଛାତ୍ରଛାତ୍ରୀ ଓ ଯୁବ ଡାକ୍ତରଙ୍କ ପ୍ରତି ଆହ୍ୱାନ
ଛାତ୍ରଛାତ୍ରୀ ଏବଂ ଯୁବ ଚିକିତ୍ସକମାନେ କେବଳ ଏହି ଅନୁଷ୍ଠାନର ଉତ୍ତରାଧିକାରୀ ନୁହଁନ୍ତି, ବରଂ ଏହାର ଭବିଷ୍ୟତର ନିର୍ମାତା । ଡାକ୍ତରୀ ବୃତ୍ତି ପାଇଁ କେବଳ ଶିକ୍ଷାଗତ ଯୋଗ୍ୟତା ଯଥେଷ୍ଟ ନୁହେଁ; ଏଥିପାଇଁ ବୌଦ୍ଧିକ ଶୃଙ୍ଖଳା, ବୈଜ୍ଞାନିକ ମନୋଭାବ, ନୈତିକ ନିଷ୍ଠା ଏବଂ ଆଜୀବନ ଶିଖିବାର ପ୍ରତିବଦ୍ଧତା ଆବଶ୍ୟକ ।
ଡାକ୍ତରଙ୍କୁ ରାଷ୍ଟ୍ରପତିଙ୍କ ୩ ଉପଦେଶ
୧. ପ୍ରଶ୍ନ କରିବାର ଅଭ୍ୟାସ ବଜାୟ ରଖନ୍ତୁ ଏବଂ ଶିଖିବା କେବେ ବନ୍ଦ କରନ୍ତୁ ନାହିଁ ।
୨. ଅନୁସନ୍ଧାନ କରିବାର ସାହସ, ପ୍ରମାଣ ଖୋଜିବାର ଧୈର୍ଯ୍ୟ ଏବଂ ନୂତନ ଜ୍ଞାନକୁ ଗ୍ରହଣ କରିବାର ନମ୍ରତା ରଖନ୍ତୁ ।
୩. କେବେବି ଭୁଲନ୍ତୁ ନାହିଁ ଯେ ପ୍ରତ୍ୟେକ ରୋଗୀ ପଛରେ ଆଶା ଏବଂ ଆତ୍ମସମ୍ମାନ ଥିବା ଜଣେ ମଣିଷ ରହିଛି ।
ସ୍ୱାସ୍ଥ୍ୟ ହିଁ ସମ୍ପଦ
ଦେଶ ୨୦୪୭ ସୁଦ୍ଧା ବିକଶିତ ଭାରତର ଜାତୀୟ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା ଏହାର ଦୁଇଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହୋଇ ରହିବ । ଆପଣଙ୍କର ଯେତେ ସୁନ୍ଦର ଚେହେରା ଥାଉ, ୧୦-୧୨ ମହଲା ଘର ଥାଉ କିମ୍ବା ଧନସମ୍ପତ୍ତିରେ ଭରପୂର ହୋଇଥାନ୍ତୁ ନା କାହିଁକି, ଯଦି ସ୍ୱାସ୍ଥ୍ୟ ଠିକ୍ ନାହିଁ, ତେବେ ସେସବୁ ସମ୍ପଦର କୌଣସି ମାନେ ନାହିଁ ।
ସ୍ଵାସ୍ଥ୍ୟ ସହ ଶିକ୍ଷାକୁ ପ୍ରାଥମିକତା
ଆମ ଦେଶ ଓ ରାଜ୍ୟର ଅଧିକାଂଶ ଭାଗ ଗାଁରେ ବସବାସ କରନ୍ତି । ସହରବାସୀଙ୍କ ପାଖରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଅନେକ ସୁଯୋଗ ରହିଛି, କିନ୍ତୁ ଗାଁର ଲୋକମାନଙ୍କ ପାଖରେ ସେତେ ବିକଳ୍ପ ନାହିଁ । ତେଣୁ ଯେଉଁମାନେ ନିଜ ପାଇଁ, ସମାଜ ପାଇଁ ଏବଂ ଦେଶ ପାଇଁ କାମ କରୁଛନ୍ତି, ସେମାନେ ଗ୍ରାମାଞ୍ଚଳର ଲୋକଙ୍କ ସ୍ୱାସ୍ଥ୍ୟ ଏବଂ ଶିକ୍ଷାକୁ ପ୍ରାଥମିକତା ଦେବା ଦରକାର । ଗ୍ରାମାଞ୍ଚଳର ଲୋକଙ୍କୁ ସ୍ୱାସ୍ଥ୍ୟସେବା ବିଷୟରେ ସଚେତନ କରାଇବା ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ପ୍ରତି ଧ୍ୟାନ ଦେଲେ ହିଁ ଆମ ରାଜ୍ୟ ଓ ଦେଶ ନିଶ୍ଚିତ ଭାବରେ ପ୍ରଗତି ପଥରେ ଆଗେଇବ ।