ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି : ମହାମହିମଙ୍କ ଗସ୍ତ ପାଇଁ ଆଜି ଭୁବନେଶ୍ୱରରେ କାରକେଡ୍ ରିହର୍ସାଲ୍

ଅର୍ଗସ ବ୍ୟୁରୋ : ରାଷ୍ଟ୍ରପତିଙ୍କ ୪ ଦିନିଆ ଓଡ଼ିଶା ଗସ୍ତକୁ ନେଇ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି ପ୍ରସ୍ତୁତି । ବ୍ଲୁ-ବୁକ୍ ଅନୁସାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନିଜ ଜନ୍ମମାଟି ମୟୂରଭଞ୍ଜରେ ଦୁଇ ଦିନ ରହଣି ସାଙ୍ଗକୁ କେନ୍ଦୁଝର, କଟକ, ଭୁବନେଶ୍ବର, ବ୍ରହ୍ମପୁର ଓ ସମ୍ବଲପୁରଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ମହାମହିମଙ୍କ ତୃତୀୟ ଥର ମୟୂରଭଞ୍ଜ ଗସ୍ତକୁ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି । କାଲି ଅପରାହ୍ନ ୪ଟା୪୫ ମିନିଟରେ ଦାଣ୍ଡବସ ଏୟାର ଷ୍ଟ୍ରିପ ଠାରେ ସତନ୍ତ୍ର ବିମାନ ଯୋଗେ ପହଞ୍ଚିବେ ରାଷ୍ଟ୍ରପତି । ଏହାପରେ ରାଇରଙ୍ଗପୁର ମହୁଲଡିହା ସ୍ଥିତ CPWD ର ହଲି ଡେ ହୋମର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ବିଗତ ଦିନରୁ ଅଞ୍ଚଳ ବାସୀଙ୍କର ଦୁଇ ଲାଇନ ବିଶିଷ୍ଟ ବାଇପାସ ନେଇ ଯେଉଁ ଦାବି ରହି ଥିଲା ତାହା ମଧ୍ୟ ଭର୍ଚୁଆଲ ରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।
ଅଧିକ ପଢନ୍ତୁ : ୪ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
📱 Get Argus News App
✨ବାମନଘାଟୀ ଉପଖଣ୍ଡର ରାଜନୀତିର ମୁଖ୍ୟ ସ୍ରୋତରେ ନେତୃତ୍ୱ ନେଉଥିବା ଲୋକଙ୍କ ସହିତ ବାର୍ତ୍ତାଳାପ କରିବାର କାର୍ଯକ୍ରମ ରହିଛି । ଏହାପରେ ନିଜସ୍ବ ଘରେ ରାତ୍ରିଯାପନ କରିବେ ମହାମହିମ । ୨୯ ତାରିଖ ସକାଳେ ମା କିଚକେଶ୍ୱରି ମନ୍ଦିର ଦର୍ଶନ ଅଭିମୁଖେ ଦାଣ୍ଡବସ ଏୟାର ଷ୍ଟ୍ରିପ ରୁ ସତନ୍ତ୍ର ବିମାନ ଯୋଗେ ଯାତ୍ରା କରିବେ । ଏ ନେଇ ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି ହୋଇଛି ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ।