Videos
|
Odisha

ପୁରୀରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ପୁରୀରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି

ପୁରୀ : ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି । ପୁରୀ ସମଙ୍ଗ ହେଲିପ୍ୟାଡରେ ପହଞ୍ଚିଲେ ରାଷ୍ଟ୍ରପତି । ବାୟୁସେନର ସ୍ବତନ୍ତ୍ର ବିମାନରେ ଯାଇ ପୁରୀରେ ପହଞ୍ଚିଲେ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି । ଆଜି ନୌସେନା ଦିବସରେ ଯୋଗଦେବେ ରାଷ୍ଟ୍ରପତି । ଶ୍ରୀମନ୍ଦିରରୁ ଫେରି ମହାମହିମ ସିଧାସଳଖ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବାକୁଥିବା 75 ତମ ହୀରକ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଅପରାହ୍ନ 12ଟାରେ ମହାମହୀମ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରୁ ବାହାରି ସିଧାସଳଖ ରାଜଭବନ ଅଭିମୁଖେ ଯିବେ।

ଅଧିକ ପଢନ୍ତୁ : ମହାପ୍ରଭୁଙ୍କ ଦର୍ଶନ ପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହିମ

ରାଜଭବନରେ ଭୋଜନ ସାରି ବ୍ଲୁଫ୍ଲାଗ୍ ବିଚ୍ ରେ ଅପରାହ୍ନ 4.08 ରେ ଅନୁଷ୍ଠିତ ହେବାକୁ ଥିବା ନୌସେନା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ନୌସେନା ଦିୀବସରେ ମହାମହୀମଙ୍କ ସମ୍ମୁଖରେ ନିଜ ବୀରତ୍ବର ପରାକାଷ୍ଠା ଦେଖାଇବେ ନୌସେନା ଅଧିକାରୀ। ଜଳପଥ,ଆକାଶପଥ ଓ ବେଳାଭୂମି ବାଲିରେ ନିଜର ରଣକୌଶଳ ଦେଖାଇବେ ବୀର ଜବାନ୍ ମାନେ। ସ୍ବ ତନ୍ତ୍ର ତାଲିମ୍ ପ୍ରାପ୍ତ ମାର୍କୋସ୍ ଟିମ୍ ମଧ୍ୟ ନିଜର ଜଲୱା ଦେଖାଇବେ । ବାହ୍ୟ ଆକ୍ରମଣକାରୀଙ୍କୁ ଚିତପଟାଙ୍ଗ୍ କରିବାର ଦୃଶ୍ୟ ମହାମହୀମଙ୍କ ସମ୍ମୁଖରେ ଉପସ୍ଥାପନ କରିବେ। ସମୁଦାୟ 15ଟି ଯୁଦ୍ଧ ଜାହାଜ ସମେତ 40ରୁ ଉର୍ଦ୍ଧ୍ବ ଏୟାରକ୍ରାପ୍ଟ ନିଜ ନିଜର ଶକ୍ତି ପ୍ରଦର୍ଶନ କରିଵେ। ରାଷ୍ଟ୍ରପତି ହେବାପରେ ଦ୍ରୋପର୍ଦୀ ମୁର୍ମୁଙ୍କ ଏହା ପୁରୀକୁ ତୃତୀୟ ଗସ୍ତ । ନୌବୀରଙ୍କ ରଣକୌଶଳ ଖୋଦ୍ ଦେଖିବେ ତିନି ସେନାର ମୁଖ୍ୟ ମହାମହିମ। ବ୍ଲୁଫ୍ଲାଗ୍ ବେଳାଭୂମିରେ ରାଷ୍ଟ୍ରପତିଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ, ଓ ଅନ୍ୟାନ୍ୟ ମନ୍ତ୍ରୀ ମାନେ ଯୋଗଦେବାର କାର୍ଯ୍ୟକ୍ରମ ଅଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ବିଧାୟକ ମାନେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

 ପ୍ରାୟ 5.45ରେ ବ୍ଲୁଫ୍ଲାଗ୍ ବେଳାଭୂମି ଛାଡିବାର କାର୍ଯ୍ୟକ୍ରମ ରହିଛି। ପରେ ରାଜଭବନ ଅଭିମୁଖେ ବାହାରି ରାତ୍ରଭୋଜନ ଗ୍ରହଣ କରିବା ସହ ସେଠାରେ ରାତ୍ରିଯାପନ କରିବେ। ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରାୟ 95 ପ୍ଲାଟୁନ ପୋଲିସ ଫୋର୍ସ ଶ୍ରୀକ୍ଷେତ୍ରରେ ମୁତୟନ ହେବାକୁ ଥିବାବେଳେ ଟ୍ରାଫିକ ପାଇଁ ମଧ୍ୟ କଟକଣା ଜାରି କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
president reached puri | Argus News