Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମହାପ୍ରଭୁଙ୍କ ଦର୍ଶନ ପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହିମ

Odisha

ମହାପ୍ରଭୁଙ୍କ ଦର୍ଶନ ପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହିମ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ମହାପ୍ରଭୁଙ୍କ ଦର୍ଶନ ପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହିମ

ଅର୍ଗସ ବ୍ୟୁରୋ : ଆଜି ପୁରୀ ବ୍ଲୁ ଫ୍ଲାଗ୍ ବିଚ୍‌ରେ ରହିଛି ନୌସେନା ଦିବସ କାର୍ଯ୍ୟକ୍ରମ । ଏହି ଉପଲକ୍ଷେ ଓଡିଶା ପହଞ୍ଚିଛନ୍ତି ମହାମହିମ ରାଷ୍ଟ୍ରପତି । ଏବେ ଆସନ୍ତୁ ନଜର ପକାଇବା ମହାମହିମଙ୍କ ଆଜିର କାର୍ଯ୍ୟକ୍ରମ ଉପରେ । ସକାଳ 9.45ରେ ସମଙ୍ଗ ସ୍ଥିତ ହେଲିପ୍ୟାଡରେ ସ୍ବତନ୍ତ୍ର ବିମାନରେ ପହଞ୍ଚିବେ ମହାମହୀମ । ସେଠାରୁ ସ୍ବତନ୍ତ୍ର କାରକେଡ୍ ଯୋଗେ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ। ସକାଳ 10.15ରୁ 10 .40 ମଧ୍ୟରେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରି ଆର୍ଶୀବାଦ ନେବେ ମହାମହୀମ ରାଷ୍ଟ୍ରପତି। ଶ୍ରୀମନ୍ଦିରରୁ ଫେରି ମହାମହୀମ ସିଧାସଳଖ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବାକୁଥିବା 75 ତମ ହୀରକ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।

ଅଧିକ ପଢନ୍ତୁ : ଆଜି ପୁରୀ ଯିବେ ରାଷ୍ଟ୍ରପତି

ଅପରାହ୍ନ 12ଟାରେ ମହାମହୀମ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରୁ ବାହାରି ସିଧାସଳଖ ରାଜଭବନ ଅଭିମୁଖେ ଯିବେ। ରାଜଭବନରେ ଭୋଜନ ସାରି ବ୍ଲୁଫ୍ଲାଗ୍ ବିଚ୍ ରେ ଅପରାହ୍ନ 4.08 ରେ ଅନୁଷ୍ଠିତ ହେବାକୁ ଥିବା ନୌସେନା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।  ପ୍ରାୟ 5.45ରେ ବ୍ଲୁଫ୍ଲାଗ୍ ବେଳାଭୂମି ଛାଡିବାର କାର୍ଯ୍ୟକ୍ରମ ରହିଛି। ପରେ ରାଜଭବନ ଅଭିମୁଖେ ବାହାରି ରାତ୍ରଭୋଜନ ଗ୍ରହଣ କରିବା ସହ ସେଠାରେ ରାତ୍ରିଯାପନ କରିବେ। ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରାୟ 95 ପ୍ଲାଟୁନ ପୋଲିସ ଫୋର୍ସ ଶ୍ରୀକ୍ଷେତ୍ରରେ ମୁତୟନ ହେବାକୁ ଥିବାବେଳେ ଟ୍ରାଫିକ ପାଇଁ ମଧ୍ୟ କଟକଣା ଜାରି କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
president will be attend many program in puri today | Argus News