Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସନ୍ତା 24 ତାରିଖରେ ପୁରୀ ଆସିବେ ରାଷ୍ଟ୍ରପତି

Rashmita Mishra
Browse all articles by Rashmita Mishra
·1 year ago
ଆସନ୍ତା 24 ତାରିଖରେ ପୁରୀ ଆସିବେ ରାଷ୍ଟ୍ରପତି

ଅର୍ଗସ ବ୍ୟୁରୋ: ଆସନ୍ତା 24 ତାରିଖରେ ପୁରୀ ଆସିବେ ରାଷ୍ଟ୍ରପତି। ଗୁରୁବାର ମଧ୍ୟାହ୍ନ 12ଟାରୁ 12.30 ମଧ୍ୟରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବେ । ଶୁକ୍ରବାର ପୁରୀରେ ବସିଥିବା ଛତିଶାନିଯୋଗ ବୈଠକରେ 23 ଓ 24 ତାରିଖ ପାଇଁ ଶ୍ରୀମନ୍ଦିରର ନୀତି ନିର୍ଘଣ୍ଟ ହୋଇଛି । 24 ତାରିଖ ଭୋର 4ଟାରୁ ଶ୍ରୀମନ୍ଦିର ସିଂହଦ୍ଵାର ଫିଟିବ । ଦିନ 11ଟାରୁ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ । ରାଷ୍ଟ୍ରପତିଙ୍କ ଦର୍ଶନ ସମୟରେ ପାଳିଆ ସେବକଙ୍କ ବ୍ୟତୀତ ଆଉ କେହି ଉପସ୍ଥିତ ରହିବେ ନାହିଁ । ଗର୍ଭଗୃହରେ ଶ୍ରୀଜୀଉଙ୍କ ଦର୍ଶନ କରିବେ ରାଷ୍ଟ୍ରପତି ।

ଅଧିକ ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
President will come to Puri on 24th | Argus News