Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନୌସେନା ଦିବସ ଉପଲକ୍ଷେ ଆଜି ପୁରୀ ଗସ୍ତରେ ରାଷ୍ଟ୍ରପତି

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ନୌସେନା ଦିବସ ଉପଲକ୍ଷେ ଆଜି ପୁରୀ ଗସ୍ତରେ ରାଷ୍ଟ୍ରପତି

ଅର୍ଗସ ବ୍ୟୁରୋ : ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ନୌସେନାର ଶୌର୍ଯ୍ୟ ଦେଖିବା ପାଇଁ ଓଡିଶାରେ ପହଞ୍ଚିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅପରାହ୍ନ 4.08 ରେ ଅନୁଷ୍ଠିତ ହେବାକୁ ଥିବା ନୌସେନା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମହାମହିମ। ନୌସେନା ଦିବସରେ ମହାମହୀମଙ୍କ ସମ୍ମୁଖରେ ନିଜ ବୀରତ୍ବର ପରାକାଷ୍ଠା ଦେଖାଇବେ ନୌସେନା ଅଧିକାରୀ। ଜଳପଥ,ଆକାଶପଥ ଓ ବେଳାଭୂମି ବାଲିରେ ନିଜର ରଣକୌଶଳ ଦେଖାଇବେ ବୀର ଜବାନ୍ ମାନେ। ସ୍ବ ତନ୍ତ୍ର ତାଲିମ୍ ପ୍ରାପ୍ତ ମାର୍କୋସ୍ ଟିମ୍ ମଧ୍ୟ ନିଜର ଜଲୱା ଦେଖାଇବେ । ବାହ୍ୟ ଆକ୍ରମଣକାରୀଙ୍କୁ ଚିତପଟାଙ୍ଗ୍ କରିବାର ଦୃଶ୍ୟ ମହାମହୀମଙ୍କ ସମ୍ମୁଖରେ ଉପସ୍ଥାପନ କରିବେ।

ଅଧିକ ପଢନ୍ତୁ : ପହଞ୍ଚିଲେ ମହାମହିମ, ମହୋଦଧି ତୀରରେ ଦେଖିବେ ନୌସେନାର ଶୌର୍ଯ୍ୟ

ସମୁଦାୟ 15ଟି ଯୁଦ୍ଧ ଜାହାଜ ସମେତ 40ରୁ ଉର୍ଦ୍ଧ୍ବ ଏୟାରକ୍ରାପ୍ଟ ନିଜ ନିଜର ଶକ୍ତି ପ୍ରଦର୍ଶନ କରିଵେ। ରାଷ୍ଟ୍ରପତି ହେବାପରେ ଦ୍ରୋପର୍ଦୀ ମୁର୍ମୁଙ୍କ ଏହା ପୁରୀକୁ ତୃତୀୟ ଗସ୍ତ । ନୌବୀରଙ୍କ ରଣକୌଶଳ ଖୋଦ୍ ଦେଖିବେ ତିନି ସେନାର ମୁଖ୍ୟ ମହାମହିମ। ବ୍ଲୁଫ୍ଲାଗ୍ ବେଳାଭୂମିରେ ରାଷ୍ଟ୍ରପତିଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ, ଓ ଅନ୍ୟାନ୍ୟ ମନ୍ତ୍ରୀ ମାନେ ଯୋଗଦେବାର କାର୍ଯ୍ୟକ୍ରମ ଅଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ବିଧାୟକ ମାନେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
President will go to Puri today | Argus News