Videos
|
Odisha

ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

Banajyotshna Ray
Browse all articles by Banajyotshna Ray
·2 years ago
ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଅର୍ଗସ ବ୍ୟୁରୋ: ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ। ୫୫ ଟି ମୂଲ୍ୟାୟନ କେନ୍ଦ୍ରରେ ଚାଲିଛି ଖାତା ଦେଖା। ସମସ୍ତ ମୂଲ୍ୟାୟନ କେନ୍ଦ୍ରକୁ ୨୪ ଘଣ୍ଟିଆ ସିସିଟିଭି ନଜରରେ ରଖାଯାଇଛି। ସମସ୍ତ ମୂଲ୍ୟାୟନ କେନ୍ଦ୍ରର କାର୍ଯ୍ୟକୁ ୧୦ ସୁପରଭାଇଜିଂ ଟିମ୍ ଅନୁଧ୍ୟାନ କରୁଛନ୍ତି। ୧୫ ଦିନ ମଧ୍ୟରେ ମାଟ୍ରିକ ଖାତା ମୂଲ୍ୟାୟନ ଶେଷ ହେବା ନେଇ ଆଶା ରଖିଛି ବୋର୍ଡ।

ଅନଲାଇନରେ ପରୀକ୍ଷା ଫଳ ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ଅନଲାଇନରେ ପରୀକ୍ଷାର୍ଥୀ ନିଜର ସାର୍ଟିଫିକେଟ ଡାଉନଲୋଡ କରିପାରିବେ। ସାର୍ଟିଫିକେଟର ହାର୍ଡ କପି ପରୀକ୍ଷା ଫଳ ପ୍ରକାଶ ପାଇବାର ୧୫ ଦିନ ପରେ ସ୍କୁଲରୁ ପାଇପାରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବୋର୍ଡ ସହପତି ଶ୍ରୀକାନ୍ତ ତରେଇ ଓ ଉପସଭାପତି ନିହାର ରଞ୍ଜନ ମହାନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Press conference by Madhyamik Shiksha Council regarding matric examination account rating | Argus News