Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନାହିଁ ନିଜସ୍ୱ କୋଠା, ବିକଳ ସ୍ୱାସ୍ଥ୍ୟ ସେବା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ନାହିଁ ନିଜସ୍ୱ କୋଠା,  ବିକଳ ସ୍ୱାସ୍ଥ୍ୟ ସେବା

ଅର୍ଗସ ବ୍ୟୁରୋ:  କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଦିଗାପୁର ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟ ସେବା । ବହୁ ବର୍ଷ ହେଲା ସ୍ଵାସ୍ଥ୍ୟ କେନ୍ଦ୍ର ରହିଛି। କିନ୍ତୁ ଆଜି ପର୍ଯ୍ଯନ୍ତ ହୋଇ ପାରି ନାହିଁ ନିଜସ୍ୱ କୋଠା l  ଗାଁର ଜଣେ ବଦାନ୍ୟ ବ୍ୟକ୍ତି ଦେଇଥିବା 4 ବଖରା ବିଶିଷ୍ଠ କୋଠାରେ ଚାଲିଛି ସ୍ୱାସ୍ଥ୍ୟ ସେବା । ଏହି ସ୍ଵାସ୍ଥ୍ୟ କେନ୍ଦ୍ର ଉପେର କୁନ୍ଦୁରା ବ୍ଲକର ଦିଗାପୁର, ଘୁମର ଓ ମସିଗାଁ 3 ପଞ୍ଚାୟତର ପ୍ରାୟ 20 ହଜାରରୁ ଉର୍ଦ୍ଧ ଲୋକ ନିର୍ଭରଶୀଳ । କିନ୍ତୁ ବର୍ଷା ଦିନ ହେଲେ ରୋଗୀ ଓ ଡାକ୍ତରଙ୍କ ଚିନ୍ତା ବଢି ଯାଏ । ବର୍ଷା ହେଲେ ଛାତରୁ ପାଣି ଗଳେ । ଏପରିକି ରୋଗୀ କିମ୍ୱା ସମ୍ପର୍କୀୟଙ୍କ ବସିବା ପାଇଁ ସ୍ଥାନଟିଏ ନାହିଁ । 3 ପଞ୍ଚାୟତରୁ ପ୍ରତି ଦିନ 50 ରୁ ଉର୍ଦ୍ଧ ରୋଗୀ ଆସନ୍ତି l ଏକା ସାଙ୍ଗେ ୩,୪ ଜଣ ରୋଗୀ ଠିଆ ହେବା ଭଳି କୋଠରୀଟିଏ ବି ନାହିଁ । ଫଳରେ ଖୋଲା ଅକାଶରେ ସମ୍ପର୍କୀୟ ମାନେ ଛତା ଧରି ଠିଆ ହୋଇ ରୁହନ୍ତି । ପ୍ରସବ କାଳୀନ ଚିକିତ୍ସା ପାଇଁ ୧୦୦ ମିଟର ଦୂରରେ ଥିବା ଉପସ୍ଵାସ୍ଥ୍ୟ କେନ୍ଦ୍ରର ଏକ କୋଠରୀକୁ ବ୍ୟବହାର କରାଯାଉଛି l ରୋଗୀଙ୍କୁ ସାଲାଇନ୍ ଦେବାର ଆବଶ୍ୟକ ପଡ଼ିଲେ ବାହାରେ ଥିବା ଗାଡ଼ି ଷ୍ଟାଣ୍ଡକୁ ବ୍ୟବହାର କରାଯାଉଛି l

24 ବର୍ଷ ଶାସନ କାଳରେ ବିଜେଡି ସରକରା ଦୂର କରିପାରିଲେନି ଲୋକଙ୍କ ସମସ୍ୟା । ବାରମ୍ବାର ଅଭିଯୋଗ ହୋଇଛି କିନ୍ତୁ ଫଳ ଶୂନ । ବଡ଼ ପ୍ରଶ୍ନ ଦିଗପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ କେବେ ନୂତନ ଗୃହ ନିର୍ମାଣ ହେବ, କେବେ ଅଞ୍ଚଳବାସୀ ଙ୍କ ସମସ୍ୟା ଦୂର ହେବ । ଖବର ପ୍ରସାରଣ ପରେ  ଅଞ୍ଚଳବାସୀ ଉପକୃତ ହେବେ ବୋଲି ଆଶା ରଖିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Primary Health Centres seeking identification | Argus News