ଗ୍ଲୋବାଲ ସାଉଥ୍ ରାଷ୍ଟ୍ର ସମୂହର ମୁଖ୍ୟମାନଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ମୋଦି

ଅର୍ଗସ ବ୍ୟୁରୋ: ଆଜି ଭାରତରେ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀର ତୃତୀୟ ସଂସ୍କରଣ ଆୟୋଜନ ହୋଇଛି ।ସମ୍ମିଳନୀରେ ଭର୍ଚୁଆଲ ମୋଡରେ ଗ୍ଲୋବାଲ ସାଉଥ୍ ରାଷ୍ଟ୍ର ସମୂହର ମୁଖ୍ୟମାନଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।ପୁରା ବିଶ୍ବ ସେତେବେଳେ ଏକ ଅସ୍ଥିରତା ମଧ୍ୟରେ ଗତି କରୁଛି, ସେପରି ସମୟରେ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଏକ ସଶକ୍ତିକୃତ ଗ୍ଲୋବାଲ୍ ସାଉଥ୍ ର ପ୍ରସ୍ତୁତି ପାଇଁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ନିରନ୍ତର ବିକାଶ ଏବଂ ସାଧାରଣ ବୈଶ୍ୱିକ ଆହ୍ୱାନର ମୁକାବିଲା ପାଇଁ ଶିକ୍ଷା ଏକ ଶକ୍ତିଶାଳୀ ଉତ୍ପେରକ ବୋଲି ଥାର୍ଡ୍ ଭଏସ୍ ଅଫ୍ ଗ୍ଲୋବାଲ୍ ସମ୍ମିଟର ଶିକ୍ଷା ମନ୍ତ୍ରୀମାନଙ୍କ ଅଧିବେଶନରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶିକ୍ଷା କେବଳ ଦକ୍ଷତା ପ୍ରଦାନ ପାଇଁ ନୁହେଁ ବରଂ ପ୍ରତିଭାକୁ ଚିହ୍ନଟ କରିବା, ଅଭିନବ ଉଦ୍ୟମକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥିର ସମୁଦାୟ ଗଠନ ପାଇଁ ମଧ୍ୟ ମହତ୍ୱପୂର୍ଣ୍ଣ । ଶିକ୍ଷା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ବିକଶିତ ଭାରତ' ପରିକଳ୍ପନାର ମୂଳଦୁଆ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଥାର୍ଡ୍ ଭଏସ୍ ଅଫ୍ ଗ୍ଲୋବାଲ୍ ସମ୍ମିଟ ରେ ଗ୍ଲୋବାଲ ସାଉଥ୍ ରେ ଭାରତର ନେତୃତ୍ବ ଏବଂ ଜି-୨୦ ଦେଶ ସମୂହର ପୁରା ବିଶ୍ବର ଅର୍ଥନୈତିକ ଅଭିବୃଦ୍ଧିରେ ଯୋଗଦାନକୁ ନେଇ ସମ୍ବୋଧନ କରିଥିଲେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ।
ଅଧିକ ପଢନ୍ତୁ ଓଡ଼ିଶା ଖବର