Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - 'ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ" ଷ୍ଟଲ୍‌ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

Odisha

'ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ" ଷ୍ଟଲ୍‌ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·1 min read
'ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ" ଷ୍ଟଲ୍‌ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

କଟକ:  ସାରା ଭାରତ ବର୍ଷରେ  85,000 କୋଟିରୁ ଅଧିକ ରେଳ ପ୍ରକଳ୍ପଳ୍ପର ଭିଭି ପ୍ରସ୍ତର ଓ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ କଟକ ରେଳଷ୍ଟେସନରେ 'ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ" ଷ୍ଟଲ୍‌ର ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ । ଅଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

କଟକ ତାରକସୀ ଉତ୍ପାଦ ସହ ମାଣିଆବନ୍ଧ ଓ ସମ୍ବଲପୁରୀ ଶାଢ଼ୀ ସ୍ଥାନ ପାଇଛି ଏହି ଷ୍ଟଲରେ । କଟକର ରୂପା ତାରକସୀ କାମକୁ GI ଟ୍ୟାଗ ମିଳିବା ପରେ ଷ୍ଟେସନ ପରିସରରେ ସୁକ୍ଷ୍ମ କାରୁକାର୍ଯ୍ୟର ଉତ୍ପାଦ ଗୁଡିକୁ ଭାରତର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଏହି ଷ୍ଟଲ୍ ଏକ ବଡ ମାଧ୍ୟମ ବୋଲି କହିଛନ୍ତି ମୁଖ୍ୟ ବାଣିଜ୍ୟିକ ଅଧିକାରୀ । 

ମିଶନ ଶକ୍ତିର ମହିଳା ମାନଙ୍କ ଦ୍ୱାରା ପରିଚାଳିତ ହେବ ଏହି ଏକ ଷ୍ଟେସନ ଏକ ଉତ୍ପାଦ ଷ୍ଟଲ୍ । ଏଣିକି ସ୍ଥାନୀୟ ଉତ୍ପାଦ ରେଳ ସେବା ମାଧ୍ୟମରେ ଦେଶର ବିଭିନ୍ନ ପ୍ରାନ୍ତକୁ ଯାଇପାରୁ ଥିବାରୁ ଖୁସି ପ୍ରକାଶ କରିଥିଲେ ମିଶନ ଶକ୍ତିର ମହିଳାମାନେ । ଆଜିର ଏହି କାର୍ଯ୍ୟକ୍ରମରେ ରେଳବାଇର ମୁଖ୍ୟ ବାଣିଜ୍ୟ ପରିଚାଳକ ଅଶ୍ଵିନୀ କୁମାର, କଟକ ଷ୍ଟେସନ ମ୍ୟାନେଜର ମଳୟ କୁମାର ଆଚାର୍ଯ୍ୟ, ସହକାରୀ ବାଣିଜ୍ୟ ପରିଚାଳକ ଜି ଆର୍ ନାୟକ, ୱେଲଫେୟାରେ ଅଧିକାରୀ ସୁଶାନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
Prime Minister-modi inaugurated the 'One Station One Product' stall-at-cuttack-railway-station | Argus News