ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ। କିନ୍ତୁ ତେଜିଲାଣି ନିର୍ବାଚନୀ ଉଷ୍ମତା। ମାସକ ଭିତରେ ଦ୍ବିତୀୟ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ। ଆସନ୍ତା 5 ତାରିଖରେ ମୋଦିଙ୍କ କାର୍ଯ୍ୟକ୍ରମ। ଚଣ୍ଡୀଖୋଲରେ ସମାବେଶରେ ସାମିଲ ହେବେ। ସରକାରୀ ପ୍ରକଳ୍ପ ଉଦଘାଟନ ସହ ବିଶାଳ ଜନସଭାକୁ କରିବେ ସମ୍ବୋଧନ। ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ଦେଶବାସୀଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣୁଛି, ଏଥିପାଇଁ ଦେଶବ୍ୟାପୀ ବଢୁଛି ମୋଦିଙ୍କ ଲୋକପ୍ରିୟତା। ତା ସହ ପ୍ରଧାନମନ୍ତ୍ରୀଙ୍କ ଘନ ଘନ ଗସ୍ତ ରାଜ୍ୟ ବିଜେଡି ଶିବିରରେ ସୃଷ୍ଟି କରିଛି ଛନକା।
24 ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ଲଗାତାର ଦ୍ଵିତୀୟ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାର୍ଚ୍ଚ 5 ତାରିଖରେ ଯାଜପୁର ଜିଲ୍ଲା ଚଣ୍ଡୀଖୋଲରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ଏକ ବିଶାଳ ଜନସଭାରେ ଦଳୀୟ କର୍ମକର୍ତ୍ତା ଏବଂ ଓଡିଶାବାସୀଙ୍କୁ ସମ୍ବୋଧିତ କରିବେ ମୋଦି । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ ରାଜ୍ୟ ବିଜେପି ଶିବିରରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।
24 ନିର୍ବାଚନର ଏନଡିଏର 400 ପାର ନେଇ ମୋଦିଙ୍କ ଲକ୍ଷ୍ୟ ହାସଲ ଦିଗରେ ବିଜେପି ପ୍ରସ୍ତୁତ କରିଛି ରଣନୀତି । ଏହା ମଧ୍ୟରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଜନମତ ସର୍ଭେ ଏନଡିଏର 400 ପାର ଲକ୍ଷ୍ୟ ପୂରଣ ନେଇ ମିଳିଛି ସ୍ପଷ୍ଟ ସଂକେତ। ମୋଦି ସରକାରଙ୍କ ସପକ୍ଷରେ ଦେଶର ରହିଛି ଅନୁକୂଳ ସ୍ଥିତି । ଏପରିକି ଏଥର ଓଡ଼ିଶାରେ ଦେଖିବାକୁ ମିଳିବ ମୋଦି ସୁନାମୀ । ବିଜେପିର ଭୋଟ୍ ହାର ୪୮ ପ୍ରତିଶତ ପହଞ୍ଚି ପାରେ ବୋଲି ଆକଳନ କରିଛନ୍ତି । ଜଣାଶୁଣା ସେଫୋଲୋଜିଷ୍ଟ ତଥା ଜନ୍ କି ବାତ୍ର ମୁଖ୍ୟ ପ୍ରଦୀପ ଭଣ୍ଡାରୀ ।
ଏନଡିଏ ମେଣ୍ଟ 400 ପାର୍ କରିବା ସହ ବିଜେପି ଏକାକୀ 370 ଲୋକସଭା ସିଟ ଜିତିବା ପାଇଁ ଲକ୍ଷ୍ୟ ରଖିଛି । ବୁଥ ଚାଲ ଅଭିଯାନ, ଗାଁ ଚାଲ ଅଭିଯାନ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ପାଖକୁ ଯାଇ ମୋଦି ଗ୍ୟାରେଣ୍ଟିର ପହଞ୍ଚାଉଛି ଦଳ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର