Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

Odisha

ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଅର୍ଗସ ବ୍ୟୁରୋ: ବିଜେପି ଫୋକସରେ ଓଡ଼ିଶା। ରାଜ୍ୟରେ ସତ୍ତା ପରିବର୍ତ୍ତନ ପାଇଁ ବିଜେପି ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ। ଏଥିପାଇଁ ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତି ମୋଦି । ରବିବାର ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ । 20 ତାରିଖ ସକାଳ 8ଟାରୁ ପୁରୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ଼ ସୋ। ପୁଣି ସେହି ଦିନ ଅନୁଗୁଳ ଓ କଟକରେ ବିଶାଳ ଜନସଭାକୁ ସମ୍ବୋଧନ କରିବେ ମୋଦି । ପୂର୍ବରୁ ମୋଦି ଗ୍ୟାରେଣ୍ଟି ଦେଇଛନ୍ତି 4 ଜୁନ୍ ବିଜେଡି ସରକାରର ଏକ୍ସପାଏରୀ ଡେଟ୍।

ଆସନ୍ତାକାଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ରେଢ଼ାଖୋଲ, ପାଟଣା ଏବଂ ଖୋର୍ଦ୍ଧାରେ ଜନସଭାକୁ କରିବେ ସମ୍ବୋଧନ। 21 ତାରିଖରେ ପୁଣି ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ । ସମ୍ବଲପୁର, କେନ୍ଦୁଝର, ପରଜଙ୍ଗ, ନୟାଗଡ଼ରେ ରହିଛି ଅମିତ୍ ଶାହଙ୍କ ପ୍ରଚାର । ବାରମ୍ବାର ଓଡ଼ିଶା ଗସ୍ତରେ ଆସି ଶାହ ନବୀନ ସରକାରର ପୋଲ୍ ଖୋଲିବା ସହ କରୁଛନ୍ତି ଘନ ଘନ ଆକ୍ରମଣ।ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓଡ଼ିଶାରେ କରୁଛନ୍ତି ଘନ ଘନ ପ୍ରଚାର। ସବୁ ଜନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭି. କେ ପାଣ୍ଡିଆନଙ୍କ ଉପରେ ବିଶ୍ବଶର୍ମା କରୁଛନ୍ତି  ଜୋରଦାର ପ୍ରହାର । ଦିନକ ତଳେ କହିଥିଲେ ପାଣ୍ଡିଆନ କରିଛନ୍ତି ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ଚୋରି। ଆଜି ପୁଣି କହିଛନ୍ତି ଓଡ଼ିଶାକୁ ବଞ୍ଚାଇବାକୁ ହେଲେ ଚାନ୍ଦାକରି ପାଣ୍ଡିଆନଙ୍କୁ ତାମିଲନାଡୁ ପଠାନ୍ତୁ ରାଜ୍ୟବାସୀ।

ଆସାମ CMଙ୍କ ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା, ଛତିଶଗଡ଼ ସିଏମ୍ ବିଷ୍ଣୁଦେବ ସାଏ ବି ରାଜ୍ୟରେ ଚଳାଇଛନ୍ତି ଘନ ଘନ ପ୍ରଚାର। ପୁଣି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ହେମାମାଳିନୀ, କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ମାରାଥନ କ୍ୟାମ୍ପେନ। ଗୋଟିଏ ପଟେ ବିଜେପିର ମାଳ ମାଳ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଘନ ଘନ ଓଡ଼ିଶା ଗସ୍ତ ଫଳରେ ସରଗରମ ଦଳର ପ୍ରଚାର ଅଭିଯାନ। ଅନ୍ୟପଟେ ବିଜେଡିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଥକିଲା ଚେହେରାର ପ୍ରଚାର । ତେଣୁ ନବୀନଙ୍କ ସଭା ଓ ଭାଷଣ ପ୍ରତି ନାହିଁ ଲୋକଙ୍କ ଆକର୍ଷଣ କି ଆଗ୍ରହ। ନବୀନଙ୍କ ସଭାରେ ଖାଲି ପଡୁଛି ଚେୟାର। ସଭାସ୍ଥଳ ଛାଡ଼ି ପଳାଉଛନ୍ତି ଲୋକେ। ପୁଣି ପାଣ୍ଡିଆନଙ୍କୁ ଛାଡ଼ି ବିଜେଡି ପାଇଁ ପ୍ରଚାର ମୈଦାନରେ ଆଉ କେହି ଷ୍ଟାର ପ୍ରଚାରକୁ ଦେଖା ନାହିଁ । ଅନ୍ୟପଟେ ଦୁର୍ବଳତା ଲୁଚାଇବାକୁ ନବୀନ ପାଣ୍ଡିଆନ କହିବୁଲୁଛନ୍ତି ବାହାରୁ ଟୁରିଷ୍ଟ ଆଣି ପ୍ରଚାର କରୁଛି ବିଜେପି। ଆଜି ଏ ନେଇ କଡ଼ା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
Prime Minister Modi is coming to Odisha again tomorrow | Argus News