Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବାରିପଦାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

Odisha

ବାରିପଦାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

Smruti Parija
Browse all articles by Smruti Parija
·1 year ago·1 min read
ବାରିପଦାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ଅର୍ଗସ ବ୍ୟୁରୋ: ଓଡିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରିପଦା ଜନସଭାକୁ କରିବେ ସମ୍ବୋଧନ । ମୋଦିଙ୍କ ଗସ୍ତ ପାଇଁ ଉତ୍ସାହିତ ଜନସାଧାରଣ । ବାରିପଦା ପରେ ବାଲେଶ୍ବର ଓ କେନ୍ଦ୍ରାପଡା ଯିବେ ପ୍ରଧାନମନ୍ତ୍ରୀ ମୋଦି । 

ମୟୂରଭଞ୍ଜ ବାରିପଦା, ବାଲେଶ୍ବରର ରେମୁଣା ଓ କେନ୍ଦ୍ରାପଡ଼ାରେ ବିଶାଳ ଜନସଭାକୁ ସମ୍ବୋଧନ କରିବେ ମୋଦି । ପ୍ରଧାନମନ୍ତ୍ରୀ ମୋଦି ଦିନିକିଆ ଗସ୍ତରେ ଆସି ବାରିପଦା ଛଉ ପଡିଆରେ ବିଶାଳ ଜନ ସଭାରେ ଉଦବୋଧନ ଦେବେ ।

ଏଥିସହ ବାଲେଶ୍ବରର ରେମୁଣା ଏବଂ ପରେ ଅପରାହ୍ଣ ସାଢ଼େ ୩ଟାରେ କେନ୍ଦ୍ରାପଡାର ବାରୁଅ ପଡିଆରେ ଜନସଭା କରିବେ ପ୍ରଧାନମନ୍ତ୍ରୀ । ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ପ୍ରଚାରରେ ଭରିବେ ତାତି । ସମଗ୍ର ଉତ୍ତର ଓ ଉପକୂଳ ଓଡ଼ିଶାରେ ପଡ଼ିବ ମୋଦିଙ୍କ ଗସ୍ତର ପ୍ରଭାବ। ବିଜେପି ଶିବିରରେ ଜୋରଦାର ଉତ୍ସାହ ।  ପୂର୍ବରୁ 2 ଥର ଓଡ଼ିଶା ଗସ୍ତରେ ଆସି  ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି  ପ୍ରଧାନମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

25 ବର୍ଷର କଣ ବିକାଶ କରିଛନ୍ତି ନବୀନ ସରକାର ତାକୁ ନେଇ ପ୍ରଶ୍ନ ଉଠାଇବା ସହ ଓଡ଼ିଶାର ଅସ୍ମିତା ଓ ଭାବାବେଗକୁ ମୋଦି କରିଛନ୍ତି ପ୍ରସଙ୍ଗ। ଭ୍ରଷ୍ଟାଚାର, ରତ୍ନଭଣ୍ଡାର ଚାବି, ଚିଟଫଣ୍ଡ, ମାଫିଆରାଜକୁ ନେଇ ନବୀନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ମୋଦି ।

ଆହୁରି ପଢନ୍ତୁ ରାଜନୀତି ଖବର...

Sponsored
Prime Minister Modi reached Baripada | Argus News