Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡିକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିଜେଡିକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି

ଅର୍ଗସ ବ୍ୟୁରୋ:  କନ୍ଧମାଳ ସଭାରେ ବିଜେଡି ଉପରେ ଧୁମ୍ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପି ସରକାର କନ୍ଧମାଳକୁ ଆକାଂକ୍ଷୀ ଜିଲ୍ଲା ଘୋଷଣା କରିଛି । ବିଜେଡି ନେତାମାନେ ଆଦିବାସୀଙ୍କ ଜମି ହଡ଼ପ କରିଚାଲିଛନ୍ତି । ବିଜେପି ସରକାର ଆସିଲେ ଜମି ମାଫିଆଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ବିଜେଡିର କୁଶାସନ ହଟାଇବାକୁ ପଦ୍ମରେ ଭୋଟ ଦିଅନ୍ତୁ ବୋଲି କହିଛନ୍ତି ମୋଦି । ଏଭଳି ଅସମ୍ବେଦନଶୀଳ ସରକାର ଏଠାରେ ରହିବା ଅନୁଚିତ୍ ।

ଓଡ଼ିଶା ସରକାରଙ୍କ ଉଦାସୀନତା କାରଣରୁ ଏଠି ପର୍ଯ୍ୟଟନ ଆଣ୍ଠେଇଛି । ବିଜେପି ସରକାର ଆସିଲେ ଏଠାରେ ପର୍ଯ୍ୟଟନର ଦ୍ରୁତ ବିକାଶ ହେବ । ବିଜେପି ସରକାର କଲେ ଧାନ କ୍ଵିଣ୍ଟାଲ 3100 ଟଙ୍କାରେ କିଣାଯିବ । ବିଜେଡି ସରକାର ହଳଦୀ ଚାଷୀଙ୍କ ଅବସ୍ଥା ପୂରା ବେହାଲ କରିଛି । ବିଜେପି ଆସିଲେ କନ୍ଧମାଳରେ ମସଲା ପାର୍କ ତିଆରି ହେବ  । ଯାହା କଥା କେହି ପଚାରନ୍ତିନାହିଁ, ତା' କଥା ମୋଦି ପଚାରେ । ବିଜେଡି କନ୍ଧମାଳକୁ ପଛୁଆ ରାଜ୍ୟ ଘୋଷଣା କରି ଦାୟିତ୍ବ ସାରିଦେଇଛି ବୋଲି କହିଛନ୍ତି ପିଏମ୍ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister Modi targeted to BJD | Argus News