Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁରୀରେ ମୋଦି, ମହାପ୍ରଭୁଙ୍କୁ କରିବେ ଦର୍ଶନ

Jitendra Dash
Browse all articles by Jitendra Dash
·2 years ago·1 min read
ପୁରୀରେ ମୋଦି, ମହାପ୍ରଭୁଙ୍କୁ କରିବେ ଦର୍ଶନ

ଅର୍ଗସ ବ୍ୟୁରୋ : ପୁରୀରେ ପଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ସକାଳୁ ସକାଳୁ ଭୁବନେଶ୍ବର ରାଜଭବନରୁ ବାହାରି ପୁରୀ ଅଭିମୁଖେ ଆସିଥିଲେ । ପୁରୀରେ ପଞ୍ଚିବା ପରେ  ମହାପ୍ରଭୁଙ୍କ ଦର୍ଶନ କରିବେ ମୋଦି । ମହାପ୍ରଭୁଙ୍କ ଦର୍ଶନ କରିସାରିବା ପରେ ବଡ଼ଦାଣ୍ଡରୁ ଆରମ୍ଭ କରିବେ ରୋଡ଼ ସୋ । ପୁରୀରେ ରୋଡ଼ ସୋ ସରିବା ପରେ ଅନୁଗୋଳ ଓ କଟକରେ ଜନସଭାକୁ ସମ୍ବୋଧିତ କରିବେ ।

ସକାଳ ୭ଟା ୫୫ରେ ମରିଚକୋଟରୁ ଆରମ୍ଭ ହେବ ରୋଡ୍ ସୋ' । ସକାଳ ୮ଟାରୁ ୯ଟା ଯାଏ ରୋଡ୍ ସୋ' । ସକାଳ ୯ଟା ୫ରେ ପୁରୀ ମେଡିକାଲ ଛକରେ ଶେଷ ହେବ ରୋଡ୍ ସୋ' । ସକାଳ ୯ଟା ୧୫ରେ ପୁରୀ ହେଲିପ୍ୟାଡ୍‌ରେ ପହଞ୍ଚିବେ । ସକାଳ ୯ଟା ୨୦ରେ ହେଲିକପ୍ଟର ଯୋଗେ ଅନୁଗୁଳ ଯିବେ । 

ଅଧିକ ପଢନ୍ତୁ : ପୁଣି ଓଡ଼ିଶାରେ ମୋଦି ଧମାକା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସକାଳ ୧୦ଟା ୧୫ରେ ଅନୁଗୁଳରେ ପହଞ୍ଚିବେ । ସକାଳ ୧୦ଟା ୨୫ରେ ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ପହଞ୍ଚିବେ । ସକାଳ ୧୦ଟା ୩୦ରୁ ୧୧ଟା ୧୫ ସାଧାରଣ ସଭା । ୧୧ଟା ୧୫ରୁ ଅନୁଗୁଳରୁ ବାହାରି କଟକ ଯିବେ । ମଧ୍ୟାହ୍ନ ୧୨ଟାରେ ଉପର ବାଲିଯାତ୍ରା ପଡ଼ିଆରେ ସାଧାରଣ ସଭାରେ ଯୋଗ ଦେବେ  । ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୫ ସାଧାରଣ ସଭା । ମଧ୍ୟାହ୍ନ ୧୨ଟାର ୫୦ରେ କଟକରୁ ବାହାରି ଭୁବନେଶ୍ବର ବିମାନବନ୍ଦରରେ ୧ଟା ୧୦ରେ ପହଞ୍ଚିବେ । ସେଠାରୁ ୧ଟା ୧୫ରୁ ପଶ୍ଚିମବଙ୍ଗ ଅଭିମୁଖେ ବାହାରିବେ ପ୍ରଧାନମନ୍ତ୍ରୀ ।

 
 

Sponsored
Prime Minister Modi visited Puri | Argus News