Videos
|
Odisha

ଜୟଦେବ ବିହାରରୁ ଜନତା ମଇଦାନ ପର୍ଯ୍ୟନ୍ତ ରୋଡ୍‌ ସୋ’ କରିବେ ପ୍ରଧାନମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·1 min read
ଜୟଦେବ ବିହାରରୁ ଜନତା ମଇଦାନ ପର୍ଯ୍ୟନ୍ତ ରୋଡ୍‌ ସୋ’ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର:  ଭୁବନେଶ୍ବରରେ ରୋଡ୍‌ ସୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୨ ତାରିଖ ବୁଧବାର ସଂଧ୍ୟାରେ ମୋଦିଙ୍କ ରୋଡ୍‌ ସୋ’ ହେବ । ଜୟଦେବ ବିହାରରୁ ଜନତା ମଇଦାନ ପର୍ଯ୍ୟନ୍ତ ରୋଡ୍‌ ସୋ’ କରିବେ ପ୍ରଧାନମନ୍ତ୍ରୀ । ରୋଡ୍‌ ସୋ’ କରି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ଆସିବେ । 

ଆଉ କିଛି ଘଣ୍ଟାର ଅପେକ୍ଷା । ଇତିହାସ ରଚିବେ ମୋଦି । ଲଗାତାର ତୃତୀୟ ଥର ପାଇଁ ହେବେ ଭାରତର ପ୍ରଧାନମନ୍ତ୍ରୀ । ଆଜି ସଂଧ୍ୟା 7 ଟା 15ରେ ଶପଥ ଗ୍ରହଣ ଉତ୍ସବ । ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ୭ ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି ।

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ତାରିଖ ଜୁନ୍‌ ୧୦ ତାରିଖ ନୁହେଁ ଜୁନ୍‌ ୧୨ ତାରିଖରେ ହେବ । 12 ତାରିଖ ସନ୍ଧ୍ୟାରେ ଶପଥ ସମାରୋହ ହେବା ନେଇ ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ପାଇଁ ଜନତା ମୈଦାନରେ ଜୋରସୋରରେ ପ୍ରସ୍ତୁତି ଚାଲିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...