Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ମୀଙ୍କୁ ସମ୍ବୋଧିତ

Rashmita Mishra
Browse all articles by Rashmita Mishra
·1 year ago·1 min read
ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ମୀଙ୍କୁ ସମ୍ବୋଧିତ

ଅଗର୍ସ ବ୍ୟୁରୋ: ହରିଆଣା ବିଧାନସଭା ନିର୍ବାଚନରେ ବିଜେପିର ହ୍ୟାଟ୍ରିକ ବିଜୟ ପରେ ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଏ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ଡେପି ନଡ୍ଡା ନିଜ ଅଭିଭାଷଣରେ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ହରିଆଣାରେ ବିଜୟ ହାସଲ ହୋଇଛି। ଜମ୍ମୁ-କଶ୍ମୀରରେ ଭାରତୀୟ ଜନତା ପାର୍ଟିର ଭୋଟ ପ୍ରତିଶତ ବୃଦ୍ଧି ପାଇଛି। ଏବଂ ମିଛ କରି ପ୍ରଚାର କରୁଥିବା ଲୋକଙ୍କୁ ନାପସନ୍ଦ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି, ହରିଆଣାରେ ଲଗାତର ତୃତୀୟ ଥର ଲାଗି ବିଜେପି ବିଜୟ ହୋଇଛି। ପ୍ରତି ଜାତି ଓ ବର୍ଗର ଲୋକମାନେ ଆମକୁ ଭୋଟ ଦେଇଛନ୍ତି। ଏହା ସହ ପିଏମ ଆହୁକରି କହିଚନ୍ତି ଜମ୍ମୁ କାଶ୍ମୀରରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ହୋଇଛି, ଏହା ଗଣତନ୍ତ୍ରର ବିଜୟ। ବିଜେପି, କଂଗ୍ରେସର କୁଶାସନରୁ ମୁକ୍ତି ଦେଇଛି। ବହୁ ରାଜ୍ୟରେ ବାରମ୍ବାର ଲୋକେ ବିଜେପିକୁ ସୁଯୋଗ ଦେଉଛନ୍ତି। ବିଜେପି ସରକାରକୁ ଲୋକେ ଦୀର୍ଘ ସମୟ ଧରି ସମର୍ଥନ ଦେଉଛନ୍ତି। ଏଥିସହ ମୋଦୀ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଚନ୍ତି। କହିଛନ୍ତି କଂଗ୍ରେସ ଅନ୍ୟମାନଙ୍କ ସାହାରାରେ ନିର୍ବାଚନ ଲଢୁଛି। କଂଗ୍ରେସକୁ ସହଯୋଗ କରୁଥିବା ଦଳଙ୍କ ନୌକା ବୁଡ଼ିଯାଉଛି। ଏହି ନିର୍ବାଚନ ପ୍ରମାଣିତ କରିଛି ଯେ, କଂଗ୍ରେସ ଏକ ପରଜୀବୀ ପାର୍ଟି।

ଅଧିକ ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister Narendra Modi addresses workers at BJP headquarters | Argus News