Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅର୍ଗସ ବ୍ୟୁରୋ:  ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିମାପ ବନ୍ଦରରୁ ସିଧା ଜନତା ମୈଦାନକୁ ଯିବେ ମୋଦି। ବାୟୁସେନାର ସ୍ୱତନ୍ତ୍ର ବିମାନ ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଲେ ମୋଦି। ଉତ୍କର୍ଷ ଓଡିଶା କନକ୍ଲେଭକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଆଗମନ ପାଇଁ ହାଇଆଲର୍ଟରେ ରହିଛି ରାଜଧାନୀ ଭୁବନେଶ୍ବର । ବିମାନବନ୍ଦର ଠାରୁ ଜନତା ମୈଦାନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । 60 ରୁ ଅଧିକ ପ୍ଲାଟୁନ ପୋଲିସ ଫୋର୍ସ ଓ 400 ରୁ ଅଧିକ ଅଫିସରଙ୍କୁ ମୁତୟନ କରାଯାଇଛି ।


ସିସିଟିଭି ନଜରରେ ରହିଛି ପୁରା ରାଜଧାନୀ । ରୂପଟପ ସୁରକ୍ଷା ବ୍ୟବସ୍ଥା ସହ ହୋଟେଲମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ବିମାନ ବନ୍ଦରରୁ ଜନତା ମୈଦାନ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଟ୍ରାଫିକ କଟକଣା ମଧ୍ୟ ରହିବ । ରାସ୍ତାର ଉଭୟ ପାର୍ଶ୍ବକୁ ବ୍ଳକିଂ କରାଯିବ । ପ୍ରଧାନମନ୍ତ୍ରୀଙ୍କ ରୁଟ ଲାଇନକୁ ନୋ ଫ୍ଲାଇଂ ଜୋନ ଘୋଷଣା କରିଛି କମିସନରେଟ ପୋଲିସ । ବ୍ଲୁ ବୁକ ଗାଇଡ଼ ଲାଇନ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Sponsored
Prime Minister Narendra Modi arrives in Bhubaneswar update | Argus News