Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୯ ରେ ବାରିପଦା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
୨୯ ରେ ବାରିପଦା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅର୍ଗସ ବ୍ୟୁରୋ : ବାରିପଦା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୨୯ ତାରିଖ ବୁଧବାର ବାରିପଦା ଗସ୍ତରେ ଆସୁଛନ୍ତି ଭାରତର ପ୍ରଧାନମନ୍ତ୍ରୀ ମୋଦି। ୨୯ ତାରିଖ ଦିବା ୧୧ ଘଟିକା ସମୟରେ ବାରିପଦା ସହରର ବହୁ ପ୍ରତିଷ୍ଠିତ ଓ ଐତିହାସିକ ଛଉପଡ଼ିଆ ଠାରେ ପଦାର୍ପଣ କରି ଦଳୀୟ ପ୍ରଚାର କାର୍ଯ୍ୟକ୍ରମ ରେ ଯୋଗ ଦେବେ ମୋଦି। ତେଣୁ ମୋଦିଙ୍କ ଗସ୍ତକୁ ନେଇ ବାରିପଦା ସହର ଚଳଚଞ୍ଚଳ ହୋଇଉଠିଥିବା ବେଳେ ବିଜେପି ଶିବିରରେ ମଧ୍ୟ ଖୁସିର ମାହଲ ଦେଖିବାକୁ ମିଳିଛି।

ଅଧିକ ପଢନ୍ତୁ : 29ରେ ମୋଦି, 25ରେ ଶାହ, 23ରେ ନଡ୍ଡା- ଯୋଗୀ- ହିମନ୍ତ

ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ ପାଇଁ ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ଏନେଇ ଆଜି ଓଡ଼ିଶାର ୩ ଟି ସଂସଦୀୟ କ୍ଷେତ୍ର ଦାୟିତ୍ୱ ରେ ଥିବା ଉତ୍ତରାଖଣ୍ଡ ର ପୂର୍ବତନ ମୁଖ୍ୟମନ୍ତ୍ରୀ "ତ୍ରିବେନ୍ଦ୍ର ସିଂ ରାଓତ୍" ଏବଂ ଓଡ଼ିଶା ବିଜେପିର ନିର୍ବାଚନ ସହ-ପ୍ରଭାରୀ "ଲତା ଉସେଣ୍ଡି" ଛଉପଡ଼ିଆ ଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଜିଲ୍ଲା ପ୍ରଶାସନ ଓ ପୋଲିସ ଏସ.ପି ଏସ.ସୁଶ୍ରୀ ଙ୍କ ସହିତ ବିଶେଷ ଆଲୋଚନା କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister Narendra Modi will be come baripada on the 29th | Argus News