Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କାଲି ଆସିବେ ମୋଦି, ରାତିରେ ଭୁବନେଶ୍ୱରରେ ରହିବେ ପ୍ରଧାନମନ୍ତ୍ରୀ

Odisha

କାଲି ଆସିବେ ମୋଦି, ରାତିରେ ଭୁବନେଶ୍ୱରରେ ରହିବେ ପ୍ରଧାନମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
କାଲି ଆସିବେ ମୋଦି, ରାତିରେ ଭୁବନେଶ୍ୱରରେ ରହିବେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ:  କାଲି ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି। ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ସୂଚନା। କାଲି ରାତି ସାଢ଼େ ୯ଟାରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। କାଲି ରାତିରେ ଭୁବନେଶ୍ୱରରେ ରହିବେ ମୋଦି।ବ୍ରହ୍ମପୁରରେ ଦିନ ୧୦ରେ ଜନସଭାକୁ କରିବେ ସମ୍ବୋଧନ । ଏହାପରେ ୧୨ଟା ୩୦ରେ ନବରଙ୍ଗପୁରରେ ସାଧାରଣ ସଭାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗସ୍ତ ପରେ ଆସୁଛନ୍ତି PM ମୋଦି । ତେବେ ମୋଦିଙ୍କ ଗସ୍ତ ନିଶ୍ଚିତ ଭାବରେ ନିର୍ବାଚନ ଉପରେ ପ୍ରଭାବ ପକାଇବ। ଲୋକେ ସତର୍କ ହେଲେଣି ଏବଂ ମୋଦିଙ୍କୁ ଅନୁସରଣ କଲେଣି। ସୋମବାର ସକାଳେ ବ୍ରହ୍ମପୁର ଯିବେ ଏବଂ ପରେ ନବରଙ୍ଗପୁର ଯାଇ ବିଶାଳ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ।

ଏଜେଣ୍ଡା ସେଟ୍ ପରେ ଓଡ଼ିଶାରେ ମୋଦି କରିବେ ହମଲା । କେବଳ 4 ଶହ ପାର ନୁହେଁ, ଓଡ଼ିଶାରେ ସତ୍ତା ପରିବର୍ତ୍ତନର ଦେବେ ଆହ୍ବାନ । ଓଡ଼ିଆ ଭାଷା, ସ୍ବାଭିମାନକୁ ଦେଇ ବଡ଼ ବୟାନ ଦେଇସାରିଛନ୍ତି ମୋଦି । ..

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
prime minister narendra Modi will come tomorrow | Argus News