Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚଣ୍ଡିଖୋଲଠାରେ ବିଶାଳ ସଭାରେ ଯୋଗଦେବେ ମୋଦୀ

Odisha

ଚଣ୍ଡିଖୋଲଠାରେ ବିଶାଳ ସଭାରେ ଯୋଗଦେବେ ମୋଦୀ

Banajyotshna Ray
Browse all articles by Banajyotshna Ray
·2 years ago
ଚଣ୍ଡିଖୋଲଠାରେ ବିଶାଳ ସଭାରେ ଯୋଗଦେବେ ମୋଦୀ

ଅର୍ଗସ ବ୍ୟୁରୋ: ଦିନକ ପରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଚଣ୍ଡିଖୋଲଠାରେ ବିଶାଳ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଯାହାକୁ ନେଇ ଯାଜପୁର ଜିଲ୍ଲା ବିଜେପି କର୍ମୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ । ଏଥିପାଇଁ ଧର୍ମଶାଳା ବିଜେପି ପକ୍ଷରୁ ଜାରକାଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସେପଟେ ପିଏମଙ୍କ ଗସ୍ତ ପୂର୍ବରୁ ଗ୍ରାଉଣ୍ଡରେ ପହଞ୍ଚି କ୍ଷେତ୍ର ପରିଦର୍ଶନ କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ପଦାଧିକାରୀ ଦଳ।

ସାଥିରେ ରହିଛନ୍ତି ସ୍ଥାନୀୟ ନେତା ଅମର ନାୟକ ଓ ଜିଲ୍ଲା ସଭାପତି ଗୌତମ ରାୟ,ଏବଂ ଅନ୍ୟ କାର୍ଯ୍ୟକର୍ତ୍ତା। ଶନିବାର ରାତିରେ କ୍ଷେତ୍ର ପରିଦର୍ଶନ କରି ସଭାସ୍ଥଳ ହେଲି ପ୍ୟାଡ ଏବଂ ରୋଡ଼ ମ୍ୟାପର ସ୍ଥିତି ଅନୁଧ୍ୟାନ କରିଛନ୍ତି ରାଜ୍ୟ ବିଜେପି ସହ ପ୍ରଭାରୀ ଲତା ଉସେଣ୍ଡି ଓ ରାଜ୍ୟ ସାଧାରଣ ସମ୍ପାଦକ ଗୋଲଖ ମହାପାତ୍ର ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Prime Minister Narendra Modi will visit Odisha on March 5 | Argus News