PM Modi visit Odisha / ରାଜ୍ୟବାସୀଙ୍କୁ ୧୭୦୦ କୋଟିର ରେଳ ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ

Key Points
ଆସନ୍ତାକାଲି ଓଡ଼ିଶା ଆସିବେ ମୋଦି
ଝାରସୁଗୁଡା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ
୧୭ଶହ କୋଟିର ରେଳ ପ୍ରକଳ୍ପ ଭେଟି ଦେବେ ମୋଦି
ଓଡ଼ିଶାର ରେଳ ଭିତ୍ତିଭୂମି ସୁଦୃଢ ଓ ସଂଯୋଗୀକରଣ ଉପରେ ଗୁରୁତ୍ବ
ଆସନ୍ତାକାଲି ଝାରସୁଗୁଡା ଗସ୍ତରେ ଆସିବେ ପିଏମ୍ ମୋଦି । ଓଡ଼ିଶାକୁ ୧୭୦୦ କୋଟିର ରେଳ ପ୍ରକଳ୍ପ ଭେଟି ଦେବେ ମୋଦି। ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ସଂଯୋଗୀକରଣ ବୃଦ୍ଧି କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ 1,700 କୋଟିରୁ ଅଧିକ ମୂଲ୍ୟର ତିନୋଟି ପ୍ରମୁଖ ରେଳ ପ୍ରକଳ୍ପ ଉପହାର ଦେବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡା ଗସ୍ତରେ ଆସି ଭିଡିଓ କନଫରେନ୍ସିଂରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ। ସମ୍ବଲପୁର ସିଟି ଏବଂ ସରଲା ମଧ୍ୟରେ 273 କୋଟି ଟଙ୍କାର ରେଳ ଫ୍ଲାଇଓଭର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । 481 କୋଟିଟଙ୍କା ବ୍ୟୟରେ କୋରାପୁଟ-ବାଇଗୁଡ଼ା ରେଳ ଲାଇନ ଏବଂ ୯୫୫କୋଟି ଟଙ୍କା ବ୍ୟୟରେ ମାନାବାର-କୋରାପୁଟ-ଗୋରାପୁର ରେଳ ଲାଇନର ଦୋହରୀକରଣକୁ ରାଷ୍ଟ୍ରକୁ ସମର୍ପଣ କରିବେ। ଏହା ସହିତ ସେ ବ୍ରହ୍ମପୁର - ସୁରଟ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ ।
ସେହିପରି ପୂର୍ବରୁ ବିଧାନସଭାରେ ଭୁବନେଶ୍ଵର ମେଟ୍ରୋ ପ୍ରକଳ୍ପର ରୂପରେଖର ଅଗ୍ରଗତି ନେଇ ବିଧାୟକ ସାରଦା ପ୍ରସାଦ ନାୟକ ପ୍ରଶ୍ନ କରିଥିବା ବେଳେ ଏହାର ଉତ୍ତର ରଖିଥିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଥିଲେ, "ଭୁବନେଶ୍ଵର ମେଟ୍ରୋ ରେଳ ପ୍ରକଳ୍ପକୁ ବର୍ତ୍ତମାନ ସରକାର ପରୀକ୍ଷାଧୀନ ରଖିଛନ୍ତି । ଏଥିପାଇ ଏକ ଆନ୍ତଃ ମନ୍ତ୍ରୀସ୍ତରୀୟ ସମିତି (Inter-Ministerial Committee) ଗଠନ କରାଯାଇଛି । କମିଟିର ରିପୋର୍ଟ ଓ ସୁପାରିସ୍ ପ୍ରାପ୍ତ ହେବା ପରେ ସରକାର ଆଗାମୀ ଦିନରେ ଅନ୍ତିମ ସିଦ୍ଧାନ୍ତ ନେବେ ।"
ଅଧିକ ପଢନ୍ତୁ : Indian Railway: 'ଓଡ଼ିଶା ପାଇଁ ୧୧ ବର୍ଷରେ ଲଗାତାର ବଢୁଛି ରେଳ ବଜେଟ୍'
📱 Get Argus News App
✨ଏହା ପୂର୍ବରୁ ଅଗଷ୍ଟ ୧୪ ତାରିଖରେ ମନ୍ତ୍ରୀ କହିଥିଲେ, "ଭୁବନେଶ୍ଵର ମେଟ୍ରୋ ପ୍ରକଳ୍ପ ନେଇ କେନ୍ଦ୍ର ସରକାରଙ୍କୁ ଦିଆଯିବ ପ୍ରସ୍ତାବ । ନୂଆ ଢାଞ୍ଚାରେ ଭୁବନେଶ୍ଵର ମେଟ୍ରୋ ପ୍ରକଳ୍ପ ହେବ । କେନ୍ଦ୍ର ସରକାରଙ୍କ ସହଯୋଗରେ ମେଟ୍ରୋ ପ୍ରକଳ୍ପ ହେବ । ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ଗଠନ ହେବ ଟେକ୍ନିକାଲ କମିଟି । ଏହି କମିଟି ମେଟ୍ରୋ ଚାଲିଥିବା ବିଭିନ୍ନ ସହରକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ ।"
ମେଟ୍ରୋର ରୂପରେଖ କ'ଣ ରହିବ, କେଉଁ ରାସ୍ତା ଦେଇ ମେଟ୍ରୋ ଟ୍ରାକ୍ ଯିବ ? ସେନେଇ ଟେକ୍ନିକାଲ କମିଟି ରିପୋର୍ଟ ଦେବ ବୋଲି କହିଥିଲେ ନଗର ଉନ୍ନୟନ ମନ୍ତ୍ରୀ । ମେଟ୍ରୋ ପ୍ରକଳ୍ପ ନେଇ ମନ୍ତ୍ରୀସ୍ତରୀୟ ସବ୍ କମିଟିର ଦ୍ଵିତୀୟ ବୈଠକରେ ଏ ନିଷ୍ପତ୍ତି ନିଆଯାଇଥିଲା ।
ପୂର୍ବ ସରକାର ଆରମ୍ଭ କରିଥିବା ପୁରୁଣା ମେଟ୍ରୋ ପ୍ରକଳ୍ପ ବନ୍ଦ ରହିବ । ପୂର୍ବ ସ୍ଥିରୀକୃତ ପଥରେ ମେଟ୍ରୋ କାମ ପାଇଁ ପରୀକ୍ଷା ନିରୀକ୍ଷା ବେଳେ ଟ୍ରାଫିକ ଜାମ ସ୍ଥିତି ଉପୁଜିଥିଲା । ମାଟି ପରୀକ୍ଷା ବେଳେ ଟ୍ରାଫିକ୍ ଜାମ ହେଉଥିବାରୁ ସେହି ରାସ୍ତାରେ କାମ ହେଲେ ଅବସ୍ଥା ଅସମ୍ଭାଳ ହୋଇଥାଆନ୍ତା ବୋଲି କହିଥିଲେ ମନ୍ତ୍ରୀ । ତେଣୁ ନୂତନ ଭାବେ ଗଠନ ହେବାକୁ ଥିବା ଟେକ୍ନିକାଲ କମିଟି ଯାହା ରିପୋର୍ଟ ଦେବ, ସେହି ଅନୁସାରେ ମେଟ୍ରୋ କାମ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଥିଲେ ।
Related Topics
Explore more stories