ଆସନ୍ତାକାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ, ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କଲେ ଏସପିଜି ଟିମ୍
·2 years ago·1 min read

ଅର୍ଗସ ବ୍ୟୁରୋ: ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାକାଲି ସଂଧ୍ୟା 8ଟାରେ ପାର୍ଟି ଅଫିସରୁ କରିବେ ରୋଡ ସା । ମୋଦିଙ୍କ ରୋଡ଼ ସୋ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଇଛି । ରାମ ମନ୍ଦିର ଛକରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛିନ୍ତି ଏସପିଜି ଟିମ୍। ବ୍ୟାରିକେ଼ଡ ଲଗା ଯାଇଥିବା ସ୍ଥାନ ସହ କେଉଁ ବିଲଡିଂ ରୁଫ ଟଫ୍ ରୁ ସ୍ନାଇପର ରହିବ ତାହା ଯାଞ୍ଚ କରାଯାଇଛି। ଆସନ୍ତାକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ରୋଡ଼ ସୋ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାମ ମନ୍ଦିର ଠାରୁ ବାଣୀବିହାର ଛକ ପର୍ଯ୍ୟନ୍ତ ରୋଡ଼ ସୋ କରିବାର କାର୍ଯ୍ୟକ୍ରମ ରହିଛି ।
ରାଜଭବନରେ ରାତ୍ରି ଯାପନ କରିବେ ପ୍ରଧାନମନ୍ତ୍ରୀ । ଏହା ପର ଦିନ 3ଟି କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦି । ପ୍ରଥମେ ସକାଳ ସାଢେ 9 ଟାରେ କନ୍ଧମାଳ ଷ୍ଟାଡିୟମ ପଡିଆର ଏକ ସମାବେଶରେ ଯୋଗ ଦେବେ । ଏହା ପରେ ଗେଟ୍ ପଡିଆରେ ବିଶାଳ ଜନ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: